ସୂର୍ଯ୍ୟମନ୍ଦିର ବୁଲି ଦେଖିଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ: କହିଲେ ‘ଆଇକନିକ୍‌ ସିଟି ତାଲିକାରେ ସାମିଲ ହେବ ପୁରୀ-କୋଣାର୍କ’

କୋଣାର୍କ,୨୪।୧(ଡି.ଏନ୍‌.ଏ.): କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ଶୁକ୍ରବାର କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି। ଭୁବନେଶ୍ୱରରୁ ସିଧା କୋଣାର୍କ ଯାଇ ମନ୍ତ୍ରୀ ସୂର୍ଯ୍ୟମନ୍ଦିର ଦର୍ଶନ କରିଛନ୍ତି। କୋଣାର୍କରେ ଚାଲିଥିବା ଇକୋ ରିଟ୍ରିଟ୍‌ ବୈଠକରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ମନ୍ତ୍ରୀ ସୂର୍ଯ୍ୟ ମନ୍ଦିରରେ ଏବଂ ବ୍ୟାଖ୍ୟାନ କେନ୍ଦ୍ର ଆଦି ବୁଲି ଦେଖିଛନ୍ତି। ସେଠାରେ ତାଙ୍କୁ ପର୍ଯ୍ୟଟନ ବିଭାଗ ଓ କୋଣାର୍କ ଭାଜପା ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଥିଲା।

ଏହି ଅବସରରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି, କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷିତ ଅଛି, ଆଗାମୀ ଶତାବ୍ଦୀ ପର୍ଯ୍ୟନ୍ତ ସୁରକ୍ଷିତ ରହିବ। ପୁରୀ ଓ କୋଣାର୍କକୁ ଆଇକନିକ୍‌ ସିଟି ତାଲିକାରେ ସାମିଲ କରାଯିବ। କେନ୍ଦ୍ର-ରାଜ୍ୟ ମିଳିତ ସହଯୋଗରେ ପର୍ଯ୍ୟଟନ ଶିଳ୍ପର ଉନ୍ନତି କରାଯାଉଛି। ବିଶେଷକରି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ହାଜର ନ ହେବାରୁ ବାନ୍ଧିଲା ପୋଲିସ, ଜାମିନ ନାମଞ୍ଜୁର ପରେ ଜେଲ ଗଲେ…

ଦିଗପହଣ୍ଡି, ୧୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଏକ ଜାମିନବିହୀନ ୱାରେଣ୍ଟ ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri