Posted inରାଜ୍ୟ

ସୂର୍ଯ୍ୟ ପାତ୍ରଙ୍କ ପ୍ରସ୍ତାବକୁ ନେଇ ଚର୍ଚ୍ଚା: ନବୀନ ପ୍ରଧାନମନ୍ତ୍ରୀ ହେବା ଯୋଗ୍ୟ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ଲୋକ ସଭାର ୫୪୨ରୁ ୪୮୩ ଆସନରେ ଭୋଟ ଗ୍ରହଣ ଶେଷ ହୋଇଛି। ଅବଶିଷ୍ଟ ୮ ରାଜ୍ୟର ୫୯ ଆସନରେ ରବିବାର ମତଦାନ ଅନୁଷ୍ଠିତ ହେବ। ୬ଷ୍ଠ ପର୍ଯ୍ୟାୟ ସୁଦ୍ଧା ଭୋଟ ଶେଷ ହୋଇଥିବା ଲୋକ ସଭା ଆସନଗୁଡିକରୁ ସର୍ବାଧିକ ସିଟ୍‌ ଦଖଲ କରିବା ନେଇ ଉଭୟ ଭାଜପା ଓ କଂଗ୍ରେସ ଦୃଢୋକ୍ତି ବାଢୁଛନ୍ତି। ଇତି ମଧ୍ୟରେ ଜାତୀୟ ଗଣମାଧ୍ୟମଗୁଡିକର ଆକଳନ ଯାହା ରହିଛି ସେଥିରୁ ବୁଝାପଡୁଛି, କେନ୍ଦ୍ରରେ ଏନ୍‌ଡିଏ କିମ୍ବା ଉପାକୁ ସଂଖ୍ୟାଗରିଷ୍ଠତା ମିଳୁନାହିଁ। ଏଭଳି ସ୍ଥିତିରେ ଦୁଇ ପ୍ରମୁଖ ଜାତୀୟ ଦଳ ସପକ୍ଷରେ ଜନମତ ନ ଗଲେ ବିଜେଡି, ଟିଆର୍‌ଏସ ଏବଂ ଓ୍ବାଇଏସ୍‌ଆର କଂଗ୍ରେସ ଭଳି ଆଞ୍ଚଳିକ ଦଳଗୁଡିକର ଭୂମିକା ନିର୍ଣ୍ଣାୟକ ହେବ ବୋଲି କେତେକ ଜାତୀୟ ଗଣମାଧ୍ୟମ ଆକଳନ କରିଛନ୍ତି। ଏହିସବୁ ଆକଳନ ଭିତରେ ଓଡିଶାର ବିଭିନ୍ନ ସମସ୍ୟା ସମୟରେ ବିଶେଷକରି ଫନୀ ପରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ମଧ୍ୟ ଜାତୀୟ ଗଣମାଧ୍ୟମ ପ୍ରଶଂସା କରୁଛନ୍ତି। ତେଣୁ ନିର୍ବାଚନ ଫଳାଫଳ ବାହାରିବାକୁ ସପ୍ତାହେରୁ କମ୍‌ ସମୟ ବାକି ଥିବାବେଳେ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେଲେ ଭଲ ହେବ ବୋଲି ବିଜେଡିରୁ ଇଙ୍ଗିତ ଆସିବା ନୂଆ ସମୀକରଣର ଆଭାସ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।
ରାଜ୍ୟ ତଥା ରାଜନୀତିରେ ହଟଚମଟ ସୃଷ୍ଟିକରିବା ଭଳି ଏକ ଖବର ଶୁକ୍ରବାର ପ୍ରକାଶ ପାଇଛି। ତାହାପୁଣି ବିଜେଡିରୁ ଆସିଛି। ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ। ରାଜ୍ୟ ତଥା ଦେଶର ବହୁ ଜନସାଧାରଣ ନବୀନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ନବୀନବାବୁ ପ୍ରଧାନମନ୍ତ୍ରୀ ହେଲେ ଓଡିଶା ପାଇଁ ଏହା ସୌଭାଗ୍ୟର କଥା। ଅତୀତରେ ବିଜୁବାବୁ ପ୍ରଧାନମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଉଠିଥିଲା। ମାତ୍ର କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀ ହେବା ଅନୁଚିତ। କାରଣ ଅଧିକାଂଶ ସମୟରେ କଂଗ୍ରେସ ଅନ୍ୟକୁ ପ୍ରଧାନମନ୍ତ୍ରୀ କରି ପଛରୁ ଗୋଡ ଟାଣିବାର ନଜିର ରହିଛି। ବିଜେଡି ଆଉ ପୂର୍ବଭଳି ସମଦୂରତ୍ୱ ନୀତି ଆପଣାଇବ ନାହିଁ। ଯେଉଁ ଜାତୀୟ ଦଳ ଓଡିଶାର ସ୍ବାର୍ଥ କଥା କହିବ, ରାଜ୍ୟକୁ ସାହାଯ୍ୟ କରିବ ତାକୁ ବିଜେଡି ସମର୍ଥନ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫନୀ ପ୍ରଭାବିତ ଅଞ୍ଚଳର ପୁନରୁଦ୍ଧାର ପାଇଁ ୧ହଜାର କୋଟି ଟଙ୍କା ଦେଇଥିବାରୁ ତାଙ୍କୁ ଧନ୍ୟବାଦ। ପରେ ଆହୁରି ୧୩ହଜାର କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସୂର୍ଯ୍ୟ ପାତ୍ର କହିଛନ୍ତି।
ଅନ୍ୟପଟେ ଦେଶର ପ୍ରଧାନମନ୍ତ୍ରୀ କିଏ ହେବ ସେକଥା ନିର୍ବାଚନ ଫଳାଫଳ ଏବଂ ବିଭିନ୍ନ ଦଳର ଗ୍ରହଣୀୟତା ଉପରେ ନିର୍ଭର କରିଥାଏ। ଏସବୁକୁ ଲକ୍ଷ୍ୟ କଲେ ଗୋଟିଏ କଥା ଗତ ୫ ବର୍ଷରେ ଦେଖିବାକୁ ମିଳିଛି, ଜାତୀୟ ଅପେକ୍ଷା ରାଜ୍ୟ ରାଜନୀତିକୁ ମୁଖ୍ୟମନ୍ତ୍ରୀ ସଦାସର୍ବଦା ଗୁରୁ୍‌ତ୍ୱ ଦେଇ ଆସିଛନ୍ତି। ଜାତୀୟ ରାଜନୀତିକୁ ନେଇ ସେମିତି କୌଣସି ମହତ୍ତ୍ୱାକାଂକ୍ଷା ନ ଥିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି। ଏଭଳି ସ୍ଥିତିରେ ସୂର୍ଯ୍ୟ ପାତ୍ରଙ୍କ ଭଳି ଜଣେ ଅଭିଜ୍ଞ ଓ ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀଙ୍କ କଥା ବାହାରକୁ ଚାଲିଯିବା ଏବଂ ବିଜେଡି ସମଦୂରତ୍ୱ ନୀତି ରକ୍ଷା ନ କରି କୌଣସି ଏକ ଜାତୀୟ ଦଳ ସପକ୍ଷରେ ଯିବାର ଇଙ୍ଗିତ ଦେବା ପ୍ରସଙ୍ଗ ସମସ୍ତଙ୍କୁ ଚକିତ କରିଛି। ୨୦୧୪ ସାଧାରଣ ନିର୍ବାଚନ ପରେ ଲୋକ ସଭାରେ ଉଠିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ଏମ୍‌ପିମାନେ ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷରେ ଏନ୍‌ଡିଏକୁ ସୁହାଇଲା ଭଳି ଆଭିମୁଖ୍ୟ ଗ୍ରହଣ କରିବାରୁ ସାମ୍ପ୍ରତିକ ରାଜନୈତିକ ଚିତ୍ରପଟରେ ଭିନ୍ନ ସମୀକରଣର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। । ଅନ୍ୟପଟେ ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ତାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ବିଜେଡି ସରକାରର ତୁରନ୍ତ ସମର୍ଥନ ମିଳିଥିବାର ନଜିର ରହିଛି। ସେହିପରି ମୋଦିଙ୍କ ବିରୋଧରେ ଦେଶରେ ମେଳି ବାନ୍ଧିଥିବା ବିରୋଧୀ ମେଣ୍ଟ ପକ୍ଷରୁ ନବୀନଙ୍କୁ ଏକାଧିକବାର ନିମନ୍ତ୍ରଣ କରାଯିବା ସତ୍ତ୍ୱେ ସେ ସେଥିରୁ ଦୂରେଇ ରହି ଆସିଛନ୍ତି। ଏଭଳି ସମୟରେ ସୂର୍ଯ୍ୟ ପାତ୍ର ମୋଦିଙ୍କୁ ପ୍ରଶଂସା ଏବଂ କଂଗ୍ରେସ ସମର୍ଥନକୁ ନିନ୍ଦା କରିବା କଥା କହିବା ଏନ୍‌ଡିଏ ପ୍ରତି ବିଜେଡିର ଦୁର୍ବଳତା ଥିବା ଚର୍ଚ୍ଚାକୁ ବଢାଇଦେଇଛିି। ନିର୍ବାଚନ ପରେ କେତେକ ରାଜ୍ୟର ଆଞ୍ଚଳିକ ଦଳ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଚାଲିଥିବା ଚର୍ଚ୍ଚା ସମୟରେ ନବୀନ ପ୍ରଧାନମନ୍ତ୍ରୀ ହେଲେ ଭଲ ହେବ ବୋଲି ଉଠିଥିବା ଆଲୋଚନା କିଛି ଭିନ୍ନ ସଙ୍କେତ ଦେଉଛି।
କଂଗ୍ରେସର ବରିଷ୍ଠ ନେତା ଶରତ ରାଉତଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ନରେନ୍ଦ୍ର ମୋଦି ମଧ୍ୟ ମୁଖ୍ୟମନ୍ତ୍ରୀରୁ ଯାଇ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଯଦି ନବୀନବାବୁ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ମୋଦିଙ୍କଠାରୁ ଭଲ କାମ କରିବେ। ସୂର୍ଯ୍ୟ ପାତ୍ର ଯାହା କହିଛନ୍ତି ସେଥିରେ କିଛି ବିସ୍ମିତ ହେବାର ନାହିଁ। କେବଳ ମୋଦିଙ୍କ ସମୟରେ ଦେଶର ଦୁର୍ଭାଗ୍ୟ ଯାହା ଅଛି ତାହା ଆହୁରି ବଢିଯିବ। କଂଗ୍ରେସ କେବେ ହେଲେ ବିଜେଡିକୁ ସମର୍ଥନ ମାଗିନି ଏବେ ମଧ୍ୟ ମାଗୁନାହିଁ। ଆଗକୁ ମଧ୍ୟ ବିଜେଡିର ସମର୍ଥନ କେବେହେଲେ କଂଗ୍ରେସ ମଗାଯିବ ନାହିଁ। ବିଜେଡି ନେତା ନିଜ ମନଗଢା କଥା କହୁଛନ୍ତି, ଯାହାର କିଛି ମାନେ ନାହିଁ ବୋଲି ଶରତ କହିଛନ୍ତି।
ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ସ୍ବପ୍ନ ଦେଖିବା ଓ ଚିନ୍ତା କରିବାକୁ କାହାରିକୁ ମନାନାହିଁ। କେହି ବି ପ୍ରଧାନମନ୍ତ୍ରୀ ହୋଇପାରିବ। ହେଲେ ଏଥର ସଂଖ୍ୟାଗରିଷ୍ଠତା ନେଇ ଏନ୍‌ଡିଏ ସରକାର କରିବାକୁ ଯାଉଛି। ଏହାର ସୁଫଳ ଭାଜପାର ସହଯୋଗୀ ଦଳଗୁଡିକୁ ମଧ୍ୟ ମିଳିବ। ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ଦେଶର ଉନ୍ନତି କଥା ଚିନ୍ତାକରି ଅକ୍ଳାନ୍ତ ପରିଶ୍ରମ କରିବା ଲୋକ କେହିନାହାନ୍ତି। ଏଥର ମୋଦି ପୁନର୍ବାର ପ୍ରଧାନମନ୍ତ୍ରୀ ହେବେ। ତେବେ କେଉଁ ଆଞ୍ଚଳିକ ଦଳ କୁଆଡେ ଢଳିବ, ବିଜେଡି କାହାକୁ ସମର୍ଥନ କରିବ ସେ କଥା ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡିବ ବୋଲି ବସନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

ପୁଣି ମେଳି କଲେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ, ନିଲମ୍ବନର ପୁନଃବିଚାର କରିବାକୁ…

କେନ୍ଦ୍ରାପଡା, ୪ା୨ (ଜଗନ୍ନାଥ ଧଳ)- କେନ୍ଦ୍ରାପଡା ଜିଲା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଗତ ଜାନୁଆରୀ ୧୫ରୁ ଦଳର ସଦସ୍ୟତାରୁ…

ଜମିଜମା ବିବାଦରୁ ସଂଘବଦ୍ଧ ଆକ୍ରମଣ, ଯୁବକକୁ ଖଣ୍ଡାରେ ହାଣିଲେ

ଵ୍ରହ୍ମପୁର, ୪/୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡିଆପାଳି ଛକ ନିକଟରେ ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର…

ଲୋକସଭାରେ ପ୍ରବଳ ହଟ୍ଟଗୋଳ: ପ୍ରଧାନମନ୍ତ୍ରୀଙ୍କ ଆସନ ଘେରିଗଲେ ମହିଳା ଏମପି

ନୂଆଦିଲ୍ଲୀ,୪।୩: ବୁଧବାର ଲୋକସଭାରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବିରୋଧ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିପାରିନାହାନ୍ତି ପ୍ରଧାନମନ୍ତ୍ରୀ…

ରାଷ୍ଟ୍ରପତିଙ୍କ ଘର ଆଗରେ ପିଲାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ କ’ଣ ପଚାରିଲେ ମୋହନ ମାଝୀ, ଏହି ଘର କାହାର କହି…

ଭୁବନେଶ୍ୱର,୪ା୨: ରାଷ୍ଟ୍ରପତିଙ୍କ ଘର ଆଗରେ ବୁଧବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ରାଷ୍ଟ୍ରପତିଙ୍କ ଘର ସାମ୍ନାରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତିଙ୍କୁ…

କୀଟନାଶକ ପିଇ ଜୀବନ ହାରିଲେ ଛାତ୍ରୀ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମର ଜଣେ ଯୁକ୍ତ ୨ ଦିତୀୟବର୍ଷ ଛାତ୍ରୀ ଏସ.ଅନିତା ଦୋରା(୧୭) କୀଟନାଶକ ପିଇ…

ପୋଖରୀ ହୁଡ଼ାରେ ପ୍ୟାଣ୍ଟ ଶର୍ଟ, ପାଣି ଭିତରେ ମୃତଦେହ

ବଲାଙ୍ଗୀର,୪ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍ବବୃହତ ମହାରାଣୀ ପୋଖରୀ ପାଣିରେ ଭାସୁଥିବା ଏକ ମୃତଦେହକୁ ଜବତ କରିଛି ଅଗ୍ନିଶମ ବିଭାଗ। ସୂଚନାନୁଯାୟୀ, ଆଜି ଦିନ ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri