ସୁଭଦ୍ରାଙ୍କ ରଥ ଚକ ତୁମ୍ବରେ ଫାଟ

ପୁରୀ ଅଫିସ, ୨୯ା୫: ଆସନ୍ତା ଜୁଲାଇ ୪ରେ ରଥଯାତ୍ରା। ଏଥିପାଇଁ ରଥଖଳାରେ ତିନିରଥ ନିର୍ମାଣ ଚାଲିଛି। ସବୁ ରଥର ତୁମ୍ବ ନିର୍ମାଣ ଶେଷ ହୋଇ ଚକ ତିଆରି କରାଯାଉଛି । ତେବେ ମଙ୍ଗଳବାର ସୁଭଦ୍ରା ରଥର ଏକ ଚକ ନିର୍ମାଣ ସମୟରେ ତୁମ୍ବରେ ଫାଟ ହୋଇଥିବା ଦେଖିବାକୁ ମିଳିଛି। ପରେ ଏହି ତୁମ୍ବ ବଦଳାଯାଇ ନୂତନ ତୁମ୍ବ ତିଆରି ଆରମ୍ଭ ହୋଇଛି।
ଅକ୍ଷୟ ତୃତୀୟାଠାରୁ ରଥଖଳାରେ ରଥ ନିର୍ମାଣ ଆରମ୍ଭ ହୋଇଛି। ପ୍ରଥମେ ତିନି ରଥର ତୁମ୍ବ ତିଆରି କରାଯାଇଥିଲା। ତିନି ରଥର ୪୨ଟି ତୁମ୍ବ ନିର୍ମାଣ ପରେ ସେଥିରେ ବିନ୍ଧ କରାଯାଇଥିଲା। ପରେ ଏଥିରେ ପଇ ସଂଯୋଗ କରାଯାଇ ଚକ ତିଆରି ଚାଲିଛି। ଭଉଁରିରେ ତିନି ରଥର ୨ଟି ଲେଖାଏ ଚକ ଅଖ ସହ ସଂଯୋଗ କରାଯାଇଥିବା ବେଳେ ବର୍ତ୍ତମାନ ଅନ୍ୟ ଚକ ତିଆରି ଚାଲିଛି । ତେବେ ମଙ୍ଗଳବାର ଅପରାହ୍ନରେ ବିଲେଇ ବାଡ଼ିିଆ (ଅରରେ ପଇ ସଂଯୋଗ) ଚାଲିଥିଲା। ଏହି ସମୟରେ କେତେଜଣ ଭୋଇ ସେବକ ଏବଂ ମହାରଣା ସେବକ ସୁଭଦ୍ରାଙ୍କ ରଥର ଏକ ତୁମ୍ବରେ ଫାଟ ହୋଇଥିବା ଦେଖିଥିଲେ। ଏ ନେଇ ସେମାନେ ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଏହାକୁ ବଦଳାଯାଇ ଏକ ନୂଆ ତୁମ୍ବ ତିଆରି କରାଯାଉଥିବା ଜଣାପଡ଼ିଛି।
ସାଧାରଣତଃ ତୁମ୍ବରେ ଅର ସଂଯୋଗ ପରେ ଉଭୟ ପାର୍ଶ୍ୱରେ ଲୁହାର ବଳା ପିନ୍ଧା ଯାଇଥାଏ। ବଳା ପିନ୍ଧାଇବା ଅଥବା ସିଙ୍ଗଡ଼ା ବାଡ଼ିଆ ସମୟରେ ଏଥିରେ ଫାଟ ହୋଇଥାଇପାରେ ବୋଲି ମହାରଣା ସେବକମାନେ ସନ୍ଦେହ କରୁଛନ୍ତି। ଅନ୍ୟପକ୍ଷରେ ମଙ୍ଗଳବାର ସୁଦ୍ଧା ନନ୍ଦିଘୋଷ ଏବଂ ତାଳଧ୍ୱଜ ରଥର ୪ଟି ଲେଖାଏ ଏବଂ ଦେବୀ ରଥର ୩ଟି ଚକ ନିର୍ମାଣ ସରିଛି। ରଥଖଳାରେ ୭ଟି ଅରମୁଣ୍ଡି ଏବଂ ୮ଟି ଅଖ କାଠ ପଡ଼ିିଥିବା ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି। ନୃସିଂହ ଚତୁର୍ଦ୍ଦଶୀଠାରୁ ରୂପକାର ସେବକମାନେ ଖୋଦେଇ କାର୍ଯ୍ୟରେ ଯୋଗଦେଇଛନ୍ତି। କଣଗୁଜ ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ଥିବା ରୂପକାର ସେବକ ପଞ୍ଚାନନ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ଦୋଳବେଦୀ କୋଣସ୍ଥିତ ଅସ୍ଥାୟୀ କମାରଶାଳରେ କଣ୍ଟା ତିଆରି କାମ ଜୋର୍‌ସୋରରେ ଚାଲିଛି। ରଥ ନିର୍ମାଣ କାମ ଦେଖିବା ପାଇଁ ପ୍ରତ୍ୟହ ଖଳା ନିକଟରେ ଲୋକଙ୍କ ଭିଡ଼ ଜମୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଆଗକୁ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ,ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ…

ବିି.ଏଡ୍‌. ପ୍ରବେଶିକା ପରୀକ୍ଷା ପାଇଁ ୨୩ରୁ ଆବେଦନ

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ୨ବର୍ଷିଆ ବି.ଏଡ୍‌, ବିଏଚ୍‌.ଏଡ୍‌. ଓ ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri