ସୁବର୍ଣ୍ଣପୁର ଶୀତଳ ଷଷ୍ଠୀ ଯାତ୍ରା: ବିବାହ ସମ୍ପନ୍ନ, ଦେବଦମ୍ପତିଙ୍କ ଯୁଗଳ ଦର୍ଶନ

ସୋନପୁର,୨୮ା୫(ନି.ପ୍ର.): ସୁବର୍ଣ୍ଣପୁର ସହରର ଡେରାପଡାରେ ଗୁରୁବାର ଦେବଦମ୍ପତିଙ୍କ ଯୁଗଳ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ସାମାଜିକ ଦୂରତ୍ୱ ବଜାୟ ରଖି ଶିବ ପାର୍ବତୀଙ୍କ ଦର୍ଶନ କରିଥିଲେ। ବୁଧବାର ବିଳମ୍ବିତ ରାତିର ମହେନ୍ଦ୍ର ବେଳାରେ ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ସୁବର୍ଣ୍ଣମେରୁ ମହାପ୍ରଭୁଙ୍କ ବିବାହ ମାତା ପାର୍ବତୀଙ୍କ ସହିତ ପ୍ରତିନିଧି ସ୍ବରୂପେଣ କନ୍ୟା ପିତାଙ୍କ ବାସଗୃହ ହିମାଦ୍ରୀ ନଗର(ଢେରାପଡା) ଠାରେ କରୋନା କଟକଣା ଯୋଗୁଁ ନିରାଡମ୍ବର ଭାବେ ହୋଇଥିଲା। ଦେବଦମ୍ପତ୍ତିଙ୍କ ଏହି ଲୌକିକ ଲୀଳା ଭକ୍ତଙ୍କୁ ଦେଇଥିଲା ଆଧ୍ୟାତ୍ମିକ ଆନନ୍ଦ ।
ବୁଧବାର ସକାଳେ ଅଳଙ୍କାର ଧାରଣ ପାଇଁ ବର ଘର ପକ୍ଷରୁ କନ୍ୟାପିତା ଏସ୍‌.ନାଗେଶ୍ୱର ରାଓଙ୍କ ବାସଗୃହରେ ପହଞ୍ଚତ୍ବା ପରେ ତିଥି ଅନୁଯାୟୀ ସେଠାରେ ମାତା ପାର୍ବତୀଙ୍କ ଅଳଙ୍କାର ଧାରଣ ଓ ମଙ୍ଗଳନ ପର୍ବ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନରେ ଶଙ୍ଖ, ଘଣ୍ଟା ସହ କନ୍ୟା ଘର ପକ୍ଷରୁ ପୂର୍ତ୍ତ ବିଭାଗ କଲୋନୀର ବରପିତା ପ୍ରକାଶ ରଥଙ୍କ ଘରକୁ ଦେବ ଦେବ ମହାଦେବଙ୍କୁ ବର ଭାବେ ନିମନ୍ତ୍ରଣ ପାଇଁ ଯାଇଥିଲେ। ପାରମ୍ପରିକ ପୂଜାର୍ଚ୍ଚନା ପରେ ଇଷ୍ଟଦେବତା ସୁବର୍ଣ୍ଣମେରୁ ମହାଦେବଙ୍କୁ ବିବାହ ଉତ୍ସବରେ ବାହାରିବା ପାଇଁ ଥନାପତିପଡାରେ ଥିବା ଚନ୍ଦ୍ରଶେଖର ମନ୍ଦିରକୁ ନିଆ ଯାଇଥିଲା। ସେଠାରୁ ମହାଦେବ ବାବା ୧୦୮ ଭରି ସୁନାର ଚନ୍ଦ୍ରଶେଖରଙ୍କ ସହ ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କୁ ସାଙ୍ଗରେ ଧରି ବିବାହ ପାଇଁ ବାହାରି ଥିଲେ। ଯୁଗଳ ଦର୍ଶନ ପରେ ଶୁକ୍ରବାର ସକାଳେ ଦେବ ଦମ୍ପତ୍ତି ଗଣ୍ଡୁଆଳ ହୋଇ ନଗର ପରିକ୍ରମା ପୂର୍ବକ ଗୃହ ପ୍ରତ୍ୟାବର୍ତ୍ତନରେ ବାହାରିବେ । ଶିବ ପାର୍ବତୀଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ବିନା ଶୋଭାଯାତ୍ରାରେ ନିରାଡମ୍ବର ଭାବେ ହେବ ବୋଲି ଯାତ୍ରା କମିଟି ସୂତ୍ରର ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

‘ତୁମର ଜାତି କ’ଣ, ତୁମେ କୋଭିଡ ଟିକା କେଉଁଠାରୁ ନେଇଛ…’; ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri