ସୁପ୍ରିମ୍‌କୋର୍ଟ ବିଚାରପତିଙ୍କୁ ଶ୍ରୀମନ୍ଦିରରେ ଦୁର୍ବ୍ୟବହାର

ପୁରୀ ଅଫିସ, ୨୦ା୧୦: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ସେବାୟତ, କର୍ମଚାରୀ, ଜେଟିପି(ଜଗନ୍ନାଥ ଟେମ୍ପୁଲ ପୋଲିସ)ଙ୍କୁ ବାରମ୍ବାର ଶୃଙ୍ଖଳାର ଜ୍ଞାନ ପଢ଼ାଉଛି ପ୍ରଶାସନ। ଏମିତିକି କଠୋର ଆଭିମୁଖ୍ୟ ବି ଆପଣାଉଛି। ତଥାପି ଅନେକେ ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ସଂଯମ ହୋଇପାରୁ ନାହାନ୍ତି। ଏଥିଲାଗି ଅନେକ ସମୟରେ ବଦନାମ୍‌ ହେଉଛି ଶ୍ରୀମନ୍ଦିର। ଶନିବାର ସୁପ୍ରିମକୋର୍ଟର ବିଚାରପତି ନୁଥଲାପତି ଭେଙ୍କଟ ରମନ୍ନାଙ୍କୁ ଶ୍ରୀମନ୍ଦିରରେ ଜଣେ ଜେଟିପି ଦୁର୍ବ୍ୟବହାର କରିଛନ୍ତି। ଏପରି ବ୍ୟବହାରରେ କ୍ଷୋଭ ପ୍ରକାଶ କରି ଜଷ୍ଟିସ୍‌ ରମନ୍ନା ସେଠାରୁ ଫେରି କୋଣାର୍କ ଯାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଜିଲାପାଳ ବଲଓ୍ବନ୍ତ ସିଂ ଏବଂ ଏସ୍‌ପି ଉମାଶଙ୍କର ଦାଶ ଜଷ୍ଟିସ୍‌ ରମନ୍ନାଙ୍କୁ କୋଣାର୍କରେ ସାକ୍ଷାତ୍‌ କରି ବୁଝାଇଛନ୍ତି। ଶ୍ରୀମନ୍ଦିର ପ୍ରଥା ଓ ପରମ୍ପରାର କଥା କହି ତାଙ୍କୁ ମନେଇବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି।

ଶନିବାର ସକାଳେ ଜଷ୍ଟିସ୍‌ ରମନ୍ନା ସିଂହଦ୍ୱାରରେ ପହଞ୍ଚତ୍ଥିଲେ। ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ ବେଢ଼ା ପରିସର ଓ ଅନ୍ୟାନ୍ୟ ମନ୍ଦିର ବୁଲି ଦେଖିଥିଲେ। ରୋଷଘର ନିକଟକୁ ଯାଉଥିବାବେଳେ ସେଠାରେ ତାଙ୍କୁ ଜଣେ ଜେଟିପି ଅଟକାଇଥିଲେ। ରୋଷଘର ଭିତରକୁ ଯାଇପାରିବେ ନାହିଁ ବୋଲି ବଡ଼ ପାଟି କରି କହିଥିଲେ। ଶ୍ରୀମନ୍ଦିର ଓ ଜିଲା ପ୍ରଶାସନର କେତେଜଣ ଅଧିକାରୀ ସାଥିରେ ଥିଲେ ମଧ୍ୟ ସମ୍ପୃକ୍ତ ଜେଟିପିଙ୍କ ଏଭଳି ବ୍ୟବହାର ଜଷ୍ଟିସ୍‌ ରମନ୍ନାଙ୍କୁ ଠିକ୍‌ ଲାଗି ନ ଥିଲା। ସେ ସାଙ୍ଗରେ ଥିବା ଅଧିକାରୀମାନଙ୍କ ନିକଟରେ ଅସନ୍ତୋଷ ପ୍ରକାଶ କରି ସେହିଠାରୁ ଫେରିଯାଇଥିଲେ। ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା ବିଚାରାଧୀନ ରହିଛି। ଶ୍ରଦ୍ଧାଳୁମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରିବେ ସେନେଇ ସୁପ୍ରିମକୋର୍ଟ ତାଙ୍କ ଅନ୍ତରୀଣ ରାୟ ଦେଇଛନ୍ତି। ଏଭଳି ସମୟରେ ଉପରୋକ୍ତ ଘଟଣା ଶ୍ରୀମନ୍ଦିର ସଂସ୍କାର ମାମଲା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri