Posted inଖେଳ

ସୁପର-୧୨ରେ ଶ୍ରୀଲଙ୍କା, ନେଦରଲାଣ୍ଡ୍ସ

ଜିଲଙ୍ଗ(ଭିକ୍ଟୋରିଆ),୨୧ା୧୦(ପି.ଟି.): ଆଇସିସି ଟି୨୦ ବିଶ୍ୱକପ ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ। ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ଦୁଇ ଦଳ ୩ ମ୍ୟାଚରୁ ଦୁଇଟି ଲେଖାଏ ବିଜୟ ସହିତ ସୁପର-୧୨ରେ ପ୍ରବେଶ କରିଛନ୍ତି। ଗୁରୁବାର ଶ୍ରୀଲଙ୍କା ନିଜ ଅନ୍ତିମ ମ୍ୟାଚରେ ନେଦରଲାଣ୍ଡ୍ସକୁ ୧୬ ରନରେ ପରାସ୍ତ କରିଥିଲା। ଅନ୍ୟ ପକ୍ଷରେ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ନାମ୍ବିଆ ଏହାର ଅନ୍ତିମ ମ୍ୟାଚରେ ୟୁଏଇ ନିକଟରୁ ପରାଜିତ ହେବାରୁ ନେଦରଲାଣ୍ଡ୍ସ ଯୋଗ୍ୟତା ହାସଲ କରିଛି।
ଗୁରୁବାରର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ୧୬ ରନରେ ନେଦରଲାଣ୍ଡ୍ସକୁ ହରାଇଥିଲା। ଉଇକେଟ କିପର କୁଶାଲ ମେଣ୍ଡିସ୍‌ଙ୍କ ଲଢୁଆ ୭୯ ରନ ସହିତ ୧୬୨ ରନ ସଂଗ୍ରହ କରିଥିଲା। ୪୪ ବଲର ଏହି ଇନିଂସରେ ୫ଟି ଲେଖାଏ ଛକା ଓ ଚୌକା ସାମିଲ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଚରିଥ୍‌ ଅସଲଙ୍କା ୩୧ ରନ କରିଥିଲେ। ତେବେ ଦୁଇ ସ୍ପିନର ଓ୍ବନିନ୍ଦୁ ହସରଙ୍ଗା ଓ ମହୀଷ ଥିକ୍‌ସାନା ୫ ଉଇକେଟ ଅକ୍ତିଆର କରିବାରୁ ନେଦରଲାଣ୍ଡ୍ସ ୧୪୬/୯ରେ ସୀମିତ ରହିଥିଲା। ଓପନର ମ୍ୟାକ୍ସ ଓଡଡ୍‌ ଅପରାଜିତ ୭୧ ରନ୍‌ କରିଥିଲେ ହେଁ ଏହା ବିଜୟ ପାଇଁ ଯଥେଷ୍ଟ ନ ଥିଲା। କୁଶାଲ ମେଣ୍ଡିସଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।
ଦ୍ୱିତୀୟ ମ୍ୟାଚଟି ୟୁଏଇ ଓ ନାମ୍ବିଆ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ୟୁଏଇ ୩ ଉଇକେଟରେ ୧୪୮ ରନ୍‌ କରିଥିବା ବେଳେ ନାମ୍ବିଆ ୮/୧୪୧ରେ ସୀମିତ ରହିଥିଲା। ୟୁଏଇ ପକ୍ଷରୁ ମହମ୍ମଦ ଓ୍ବାସିମ୍‌ ୫୦ ଓ ଚନ୍ଦନଗାପୋୟିଲ ରିଜଓ୍ବାନ ୪୩ ରନ୍‌ କରିଥିଲେ। ଜବାବରେ ଡେଭିଡ୍‌ ଓ୍ବିଜଙ୍କ ୫୫ ରନ୍‌ ସତ୍ତ୍ୱେ ନାମ୍ବିଆ ବିଜୟ ଲକ୍ଷ୍ୟରୁ ୭ ରନ୍‌ ଦୂରରେ ରହିଥିଲା। ମହମ୍ମଦ ଓ୍ବାସିମ୍‌ଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri