Odisha Elections 2024

ସୁନ୍ଦରଗଡ଼ରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହସ୍ପିଟାଲ

ସୁୁନ୍ଦରଗଡ଼,୧୯ା୪(ଡି.ଏନ୍‌.ଏ.)
ସୁନ୍ଦରଗଡ଼ରେ ନିର୍ମାଣାଧୀନ ମେଡିକାଲ କଲେଜ ଓ ହସ୍ପିଟାଲରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ଓ୍ବାର୍ଡର କାମ ସରିଛି ା ଏହି ହସ୍ପିଟାଲକୁ ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଏଥିରେ ଥିବା ୧୪ଟି ଓ୍ବାର୍ଡରେ ୧୮ଟି କୋଠରି ରହିଛି। ପ୍ରତି କୋଠରିରେ ୧୨ଟି ଲେଖାଏଁ ବେଡ୍‌ ଯୋଗାଇ ଦେବା ସହ ନିୟୋଜିତ ମେଡିକାଲ କର୍ମଚାରୀଙ୍କ ସକାଶେ ସ୍ବତନ୍ତ୍ର ଗୃହ ରହିଛି । ଏହି ପ୍ରକଳ୍ପରେ କାର୍ଯ୍ୟରତ ଏନ୍‌ଟିପିସିର ସମସ୍ତ କର୍ମଚାରୀମାନେ ଗୋଟିଏ ଦିନର ଦରମା ଓ ଅଭିଳାଷ ଲେଡିସ କ୍ଲବର ସଦସ୍ୟାମାନେ ୧ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏନଟିପିସି ତରଫରୁ ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିବା ୨୦୦ଶଯ୍ୟା ବିଶିଷ୍ଟ ଏହି ମେଡିକାଲ ଆସନ୍ତା ୨୦ତାରିଖଠାରୁ ସ୍ବତନ୍ତ୍ର ଭାବେ କୋଭିଡ୍‌-୧୯ କେୟାର ହସ୍ପିଟାଲ ଭାବେ କାର୍ଯ୍ୟ କରିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସରୋଜ କୁମାର ମିଶ୍ର କହିଛନ୍ତି ା ଅନ୍ୟପକ୍ଷେ କରୋନା ଭାଇରସର ମୁକାବିଲା ପାଇଁ ସୁନ୍ଦରଗଡ ଜିଲା ଦର୍ଲିପାଲିସ୍ଥିତ ଏନ୍‌ଟିପିସି ବୃହତ୍‌ ତାପଜ ପ୍ରକଳ୍ପ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ପ୍ରକଳ୍ପର ମୁଖ୍ୟ ସୁନୀଲ ସତ୍ୟଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପ ମଧ୍ୟରେ କାମ କରୁଥିବା କର୍ମଚାରୀ ଓ ଶ୍ରମିକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ବିଭିନ୍ନ ସଚେତନତା ଓ ସହାୟତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇଭିଏମ ଭଙ୍ଗା ଘଟଣା: ଭାଇରାଲ ଭିଡିଓର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଇଭିଏମ ଭଙ୍ଗା ଘଟଣା: ଭାଇରାଲ ଭିଡିଓର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭୁବନେଶ୍ୱର,୨୮।୫: ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଭାଜପା ବିଧାୟକ...

ସଫେଇ ଆଳରେ କରୁଥିଲେ ସୁନା ଲୁଟ, ଧରା ପଡିବା ପରେ ଦୟା ଦେଖାଇଲେ ସୁନା ମାଲିକ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ସୁନା ସଫେଇ କରିଦେବି-ମଙ୍ଗଳସୂତ୍ର ଗୁନ୍ଥିଦେବା ବାହାନା କରି ସୁନା ଲୁଟ କରୁଥିଲେ...

ନିରଞ୍ଜନଙ୍କ ଅଫିସ୍‌ରେ ରେଡ୍‌ ଘଟଣା: ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ଚେତାବନୀ

ଭଦ୍ରକ,୨୮ା୫(ସନାତନ ରାଉତ)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଭଦ୍ରକ ମୋଟେଲ ଛକସ୍ଥିତ ନିର୍ବାଚନ କାର୍ଯ୍ୟାଳୟରେ ରେଡ୍‌ କରାଯିବା ଓ ବିଜେଡି...

ମୁଖ୍ୟମନ୍ତ୍ରୀଙ୍କ ହାତକୁ ପାଣ୍ଡିଆନ ଟାଣିନେବା ଭିଡିଓ, ଜୋରଦାର କାଉଣ୍ଟର କଲେ ନବୀନ

ଭୁବନେଶ୍ୱର,୨୮।୫: ମୁଖ୍ୟମନ୍ତ୍ରୀଙ୍କ ହାତକୁ ପାଣ୍ଡିଆନ ଟାଣିନେବା ଭିଡିଓ ଭାଇରାଲ ହେବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି। ଆସାମ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ପାଇଁ ଭାଜପାର...

ନିର୍ବାଚନ ପ୍ରଚାରରେ ଭଦ୍ରକ ଆସିବେ ଖାର୍ଗେ, ରାହୁଲ

ଭଦ୍ରକ,୨୮।୫(ସନାତନ ରାଉତ): ଜୁନ୍‌ ୧ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଭଦ୍ରକରେ କଂଗ୍ରେସ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି। ବୁଧବାର କଂଗ୍ରେସର...

‘ମୁଖ୍ୟମନ୍ତ୍ରୀଙ୍କୁ କିଭଳି ନିୟନ୍ତ୍ରଣ କରାଯାଉଛି ଦେଖି ହତଚକିତ ହୋଇଯାଉଛି’; ଭିଡିଓ ଶେୟାର କରି ପାଣ୍ଡିଆନଙ୍କୁ ଟାର୍ଗେଟ କଲେ…

ଭୁବନେଶ୍ୱର,୨୮।୫: ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେଡି ଏବଂ ଭାଜପା ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଗୋଟିଏ ପଟେ ଦୀର୍ଘ ୨୫ ବର୍ଷର ଶାସନ କ୍ଷମତା...

ଶାହା କଲେ ଡାଇରେକ୍ଟ ଆଟାକ୍‌ , ତାମିଲନାଡୁରୁ ଲଢିଥା’ନ୍ତେ ନବୀନ, ହେଲେ…

ନିମାପଡ଼ା, ୨୮।୫: ନିମାପଡ଼ା ସଭାରୁ ଡାଇରେକ୍ଟ ଆଟାକ୍‌ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସଭାରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାଣିତ ସ୍ବରରେ...

ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ, ଜଣାପଡ଼ିଲା ପ୍ରଶାନ୍ତ ଜଗଦ୍ଦେବଙ୍କ ସାଂଘାତିକ ସତ

ଭୁବନେଶ୍ୱର,୨୮।୫, EVM ଭାଙ୍ଗିବା ଅଭିଯୋଗ ମାମଲାରେ ଅଭିଯୁକ୍ତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ପ୍ରଶାନ୍ତ ଇଭିଏମ ଭାଙ୍ଗିଛନ୍ତି କି ନାହିଁ ତାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri