ସୁନ୍ଦରଗଡ଼ ଫେରିଲେ ୩୮ ଶ୍ରମିକ

ବାରଙ୍ଗ,୧୯।୫(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବରିମୁଣ୍ଢ ପଞ୍ଚାୟତର ବିଭିନ୍ନ ଜାଗାରେ ରହି ଇଟାଭାଟି, କମ୍ପାନି ସହ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିବା ୩୮ଜଣ ପ୍ରବାସୀ ଶ୍ରମିକ ମଙ୍ଗଳବାର ନିଜ ଘରକୁ ଫେରିଛନ୍ତି। ଏହି ଶ୍ରମିକମାନେ ସୁନ୍ଦରଗଡ଼ ଜିଲା ଲାଠିକଟା ବ୍ଲକର ବୋଲି ଜଣାପଡ଼ିଛି। ଲକଡାଉନ ଯୋଗୁ ସବୁ ବନ୍ଦ ହୋଇଥିବାରୁ ଶ୍ରମିକମାନେ ରୋଜଗାର ହରାଇ ବହୁ କଷ୍ଟରେ ଦିନ କାଟୁଥିଲେ। ଗଚ୍ଛିତ ଅର୍ଥ ଶେଷ ହୋଇଯିବାରୁ ଘରକୁ ଫେରିବାକୁ ସେମାନେ ସ୍ଥାନୀୟ ସରପଞ୍ଚ ବିରେନ୍ଦ୍ର ଜେନାଙ୍କୁ କହିଥିଲେ। ଏ ନେଇ ସରପଞ୍ଚ ଭୁବନେଶ୍ୱର ବିଡିଓଙ୍କ ସହ ଯୋଗାଯୋଗ କରିବାପରେ ସେଠାକାର ଜିଲାପାଳ ଦୁଇଟି ବସ୍‌ ମଙ୍ଗଳବାର ସକାଳୁ ବରିମୁଣ୍ଡ ପଞ୍ଚାୟତ କାର୍ଯ୍ୟାଳୟକୁ ପଠାଇଥିଲେ। ସରପଞ୍ଚଙ୍କ ସହ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରସନ୍ନ ବାରିକ ଉପସ୍ଥିତ ରହି ଏହି ଶ୍ରମିକଙ୍କୁ ବସ୍‌ରେ ସେମାନଙ୍କ ଘରକୁ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ବାଲିଅନ୍ତା ମର୍ଡର କେସ୍‌: ଆସିଲା ଓମ୍‌ଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ, ଏଥିରେ ସେ…

ବାଲିଅନ୍ତା,୨୦ା୭: ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ଆସିଲା ସୌମ୍ୟଙ୍କ ସହଯୋଗୀ ଓମ୍‌ପ୍ରକାଶ ମହାନ୍ତି ଓମ୍‌ଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ। ଓମ୍‌ ସତ କହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri