ସୁଧୁରୁନି ସହର ପରିମଳ ବ୍ୟବସ୍ଥା:ରାସ୍ତା ପାଲଟିଲାଣି ଡମ୍ପିଂୟାର୍ଡ

ଅନୁଗୋଳ ଅଫିସ, ୭।୯- ସହର ସଫା କରିବାକୁ ଅନୁଗୋଳ ପୌରପାଳିକା ଯେପରି ଯୋଜନା ହୀନ ହୋଇପଡିଛି। ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ପୌର କର୍ତ୍ତୃପକ୍ଷଙ୍କ କୌଣସି ନୀତି କାମ କରୁନାହିଁ। ଜାଗା ମିଳୁ ନ ଥିବାରୁ ପୌର କର୍ମଚାରୀମାନେ ସର୍ବସାଧାରଣ ସ୍ଥାନରେ ସହରର ଅଳିଆ ଗଦା କରୁଥିବାରୁ ରାସ୍ତାଘାଟ ଡମ୍ପିଂୟାର୍ଡ ପାଲଟିଗଲାଣି। ଏବେ ପାର୍ବଣ ଋତୁ ଆରମ୍ଭ ହୋଇଥିଲେ ମଧ୍ୟ ସହର ଚିତ୍ର ସଜାଡିବାକୁ ପୌର କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବା ସହରବାସୀ ଅଭିଯୋଗ କରିଛନ୍ତି।
ସହର ସାରା ଏଣେତେଣେ ପଡିଛି ଅଳିଆ। ଦୁର୍ଗନ୍ଧରେ ନାକ ଫାଟୁଛି। ଜାଗା ନ ଥିବାରୁ ପୌରପାଳିକାର ସଫେଇ କର୍ମଚାରୀ ଅଳିଆ ଆଣି ରାସ୍ତାରେ ଗଦା କରି ଦେଉଛନ୍ତି। ଏଥିଯୋଗୁ ଅନୁଗୋଳ ବଜାର ଛକରୁ-ହରିମହୁରୀ ଛକକୁ ଯିବା ରାସ୍ତା ସାରା ଆବର୍ଜନାରେ ଭର୍ତ୍ତି ହୋଇଗଲାଣି। ଫଳରେ ସେହି ରାସ୍ତା ଦେଇ ଯାତାୟାତ କରିବା କଷ୍ଟକର ହୋଇଛି। ସେହିପରି ଅନୁଗୋଳ ବସ୍‌ଷ୍ଟାଣ୍ଡ ଗୋଲେଇ ଛକ ମାର୍କେଟ କଥା ନ କହିଲେ ଭଲ। ବିଭିନ୍ନ ସ୍ଥାନର ଆବର୍ଜନାକୁ ଏହି ଛକରେ ଗଦା କରାଯାଇଛି। ବର୍ଷା ହେଲେ ଅବସ୍ଥା ସଙ୍ଗୀନ ହୋଇପଡୁଛି। ପୌରପାଳିକା ପକ୍ଷରୁ ନିକିତି ଧରି ଅଳିଆ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲେ ହେଁ ଏହା କେବଳ ଲୋକଙ୍କୁ ଭୂଆଁ ବୁଲାଇବା ଉଦ୍ଦିଷ୍ଟ ବୋଲି ଅଭିଯୋଗ ହୋଇଛି। ବିଭିନ୍ନ ଓ୍ବାର୍ଡରୁ ସଂଗ୍ରହ କରାଯାଉଥିବା ଅଳିଆ ଗୋଳେଇ ଘାଣ୍ଟି ଓ୍ବାର୍ଡମୁଣ୍ଡରେ ଗଦା କରାଯାଉଛି। ଅନ୍ୟପକ୍ଷରେ ପୌରପାଳିକାରୁ ହଟାଯାଇଥିବା ୨୨ ଜଣ ଠିକା କର୍ମଚାରୀଙ୍କ ମଧ୍ୟରେ ଟ୍ରଲି ଓ ଟ୍ରାକ୍ଟର ଚାଳକ ରହିଥିଲେ। ସେମାନେ ଗଲା ପରେ ଟ୍ରାକ୍ଟରରେ ଅଳିଆ ନେବାରେ ଅସୁବିଧା ହେଉଥିବା ଜଣାପଡିଛି। ଅନେକ ସମୟରେ ଗଦା ହୋଇଥିବା ଅଳିଆରେ ପୌରପାଳିକା ପକ୍ଷରୁ ନିଆଁ ଲଗାଯାଇ ପୋଡି ଦିଆଯାଉଛି। ଏଥିଯୋଗୁ ସେଥିରୁ ଉତ୍କଟ ଗନ୍ଧ ବାହାରୁ ଥିବା ଅଞ୍ଚଳବାସୀ କହିଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ସୀମାଞ୍ଚଳ ମିଶ୍ରଙ୍କୁ ପଚାରିବାରେ କହିଛନ୍ତି, ସହରରେ ଅଳିଆ ସଫା କରିବା ପାଇଁ ଯୋଜନା ଚାଲିଛି। ମୁଁ ଦୁଇ ଦିନ ହେବ ଅସ୍ଥାୟୀ ଭାବେ ଦାୟିତ୍ୱ ନେଇଛି। ପୂର୍ବରୁ ଥିବା ଅଧିକାରୀ କ’ଣ କରୁଥିଲେ ମୁଁ ଜାଣି ନାହିଁ। ତେବେ ଯଥା ସମ୍ଭବ ସହରରେ ପଡ଼ିଥିବା ଅଳିଆ ଉଠାଇବାକୁ ଉଦ୍ୟମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଜଙ୍ଗଲ ନିଆଁ ରୋକିବା ପାଇଁ ସାଇକେଲ ରାଲି: କଣ୍ଟେଇପଲ୍ଲୀ ଭିଏସଏସ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି

ଭଞ୍ଜନଗର,୧୯।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା। ଏହାକୁ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri