Posted inଖେଳ

ସୀମିତ ଓଭରରେ କୋହଲିଙ୍କଠାରୁ ରୋହିତ ଅଧିକ ପ୍ରଭାବୀ: ଗମ୍ଭୀର

ନୂଆଦିଲ୍ଲୀ,୩।୫(ପି.ଟି.): ଧଳା ବଲ୍‌ କ୍ରିକେଟ ବା ସୀମିତ ଓଭର ଫର୍ମାଟରେ ଅଧିନାୟକ ବିରାଟ କୋହଲିଙ୍କ ତୁଳନାରେ ଓପନର ରୋହିତ ର୍ଶମା ଅଧିକ ପ୍ରଭାବୀ ବୋଲି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି। ପରିସଂଖ୍ୟାନ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ କୋହଲି ଆଗରେ ରହିବେ। ଏହା ସତ୍ତ୍ୱେ ରୋହିତ ଦିନିକିଆ ଓ ଟି୨୦ରେ ଅଧିକ ପ୍ରଭାବଶାଳୀ ବୋଲି ସେ କହିଛନ୍ତି। ତେବେ ସୀମିତ ଓଭରରେ କୋହଲି ରୋହିତଙ୍କ ଅପେକ୍ଷ ଅଧିକ ରନ ସଂଗ୍ରହ କରିଛନ୍ତି। ତେବେ ଇମ୍ପାକ୍ଟ ବା ପ୍ରଭାବ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ରୋହିତ ଆଗରେ ରହିବେ। ସୀମିତ ଓଭରରେ କୋହଲି ଏବେ ସର୍ବଶ୍ରେଷ୍ଠ ବିବେଚିତ ହେଉଛନ୍ତି। ତେବେ ଧଳା ବଲ୍‌ରେ ରୋହିତ ଅଧିକ ପ୍ରଭାବ ପକାଇବାରେ ସମର୍ଥ ହୋଇଥାନ୍ତି ବୋଲି ସ୍ପୋଟର୍‌ସ ଟକ୍‌କୁ ସାକ୍ଷାତକାର ଦେଇ କହିଛନ୍ତି।
ଏବେ ରୋହିତ ବିଶ୍ୱରେ ଶ୍ରେଷ୍ଠ ହ୍ବାଇଟ୍‌ ବଲ୍‌ କ୍ରିକେଟର। ମୋଟାମୋଟି ଉପରେ ଶ୍ରେଷ୍ଠ ହୋଇ ନ ଥିଲେ ମଧ୍ୟ ବର୍ତ୍ତମାନ ପାଇଁ ସେ ଶ୍ରେଷ୍ଠ। ବିଶ୍ୱର ଏକାମାତ୍ର ଖେଳାଳି ଭାବେ ସେ ଦିନିକିଆରେ ୩ଟି ଦ୍ୱିଶତକ ଅର୍ଜନ କରି ରେକର୍ଡ କରିଛନ୍ତି। ସେ ମଧ୍ୟ ଗତ ବିଶ୍ୱକପ୍‌ରେ ୫ଟି ଶତକ ହାସଲ କରିଥିଲେ। ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ୫ଟି ଶତକ ହାସଲକରି ରେକର୍ଡ କରିଥିଲେ। ୧୦୦ ରନ ସଂଗ୍ରହ କରିବା ପରେ ସେ ବଡ଼ ଇନିଂସ ସବୁବେଳେ ଖେଳିଥାନ୍ତି। କୋହଲି ଓ ରୋହିତଙ୍କ ମଧ୍ୟ କିଏ ଶ୍ରେଷ୍ଠ ତାହା ବିଚାର କରିବା ନିଶ୍ଚିତ ଭାବେ କଷ୍ଟକର ବୋଲି ସେ କହିଛନ୍ତି।
୩୩ ବର୍ଷୀୟ ରୋହିତ ୨୨୪ଟି ଦିନିକିଆ ଖେଳି ୪୯.୨୭ ରନ ହାରରେ ୮୮.୯୨ ଷ୍ଟ୍ରାଇକ୍‌ରେଟ୍‌ରେ ୯୧୧୫ ରନ ସଂଗ୍ରହ କରିଛନ୍ତି। ଏଥିରେ ୨୯ଟି ଶତକ ଓ ୪୩ଟି ଅର୍ଦ୍ଧଶତକ ସାମିଲ ରହିଛି। ସେହିପରି ଟି୨୦ରେ ସେ ୧୦୮ଟି ମ୍ୟାଚ୍‌ ଖେଳି ୩୨.୬୨ ରନହାରରେ ୧୩୮.୭୮ ରନ ହାରରେ ୨୨୭୩ ରନ ସଂଗ୍ରହ କରିଛନ୍ତି। ଅପରପକ୍ଷରେ କୋହଲି ୨୪୮ଟି ଦିନିକିଆ ଖେଳି ୫୯.୩୩ ରନ ହାରରେ ୧୧,୮୬୭ ରନ ସଂଗ୍ରହ କରିଛନ୍ତି। ଏଥିରେ ୪୩ଟି ଶତକ ଓ ୫୮ଟି ଅର୍ଦ୍ଧଶତକ ସାମିଲ ରହିଛି। ୮୨ଟି ଟି୨୦ ମ୍ୟାଚ୍‌ ଖେଳି କୋହଲି ୫୦.୮୦ ରନ ହାରରେ ୧୩୮.୨୪ ଷ୍ଟ୍ରାଇକ୍‌ରେଟ୍‌ରେ ୨୭୯୪ ରନ ସଂଗ୍ରହ କରିଛନ୍ତି। ରୋହିତଙ୍କ ସଫଳତା ପାଇଁ ଗମ୍ଭୀର ମହେନ୍ଦ୍ର ସିଂ ଧୋନୀଙ୍କୁ ଶ୍ରେୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri