ସିୱାଇଏସ୍‌ଡିର ବଜେଟ୍‌ ବ୍ୟବଚ୍ଛେଦ: ପୂର୍ବ ଘୋଷିତ ଯୋଜନା ପାଇଁ ସାମାଜିକ ବିକାଶକୁ ଅଣଦେଖା

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଚଳିତ ଆର୍ଥତ୍କ ବର୍ଷର ରାଜ୍ୟ ବଜେଟ୍‌ ବ୍ୟୟବରାଦ ଗତ ବର୍ଷ ତୁଳନାରେ ୧୫.୭ ପ୍ରତିଶତ ବୃଦ୍ଧି ଘଟିଛି। ସେହି ଅନୁସାରେ ସାମାଜିକ କ୍ଷେତ୍ରର ବ୍ୟୟ ବରାଦ ମଧ୍ୟ ବଢିଛି। ମାତ୍ର କାଳିଆ, ପାର୍ବତୀ ଗିରି ବୃହତ୍‌ ଉଠା ଜଳସେଚନ, ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା, ମହିଳା ସଶକ୍ତୀକରଣ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବସୁଧା ଓ ପାନୀୟ ଜଳ ଯୋଗାଣ ଭଳି ପୂର୍ବ ଘୋଷିତ ଯୋଜନା ବାବଦକୁ ବ୍ୟୟ ବରାଦ ଚଳିତ ବଜେଟ୍‌ର ସିଂହ ଭାଗ ଅକ୍ତିଆର କରିଛି। ସାମାଜିକ ବିକାଶର ଅନ୍ୟ ଦିଗଗୁଡିକର ବ୍ୟୟବରାଦରେ ବିଶେଷ ଫରକ ନାହିଁ। ଅନେକ କ୍ଷେତ୍ରରେ ବ୍ୟୟବରାଦ କମିଛି ଏବଂ ପୂର୍ବ ଘୋଷିତ ଯୋଜନା ପାଇଁ ସାମାଜିକ କ୍ଷେତ୍ରକୁ ଅଣଦେଖା କରାଯାଇଛି ବୋଲି ସେଣ୍ଟର ଫର୍‌ ୟୁଥ୍‌ ଆଣ୍ଡ୍‌ ସୋସିଆଲ ଡେଭେଲପ୍‌ମେଣ୍ଟ (ସିୱାଇଏସ୍‌ଡି) ନିଜ ଇସ୍ତାହାରରେ ପ୍ରକାଶ କରିଛି।
ବୁଧବାର ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାଠାରେ ସିୱାଇଏସ୍‌ଡିର ଓଡିଶା ବଜେଟ୍‌ ଆଣ୍ଡ୍‌ ଏକାଉଣ୍ଟେବିଲିଟି ସେଣ୍ଟର ପକ୍ଷରୁ ରାଜ୍ୟ ବଜେଟ ୨୦୧୯-୨୦ ପରବର୍ତ୍ତୀ ବିତର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଅର୍ଥନିତିଜ୍ଞ ପ୍ରଫେସର ଭାଗବତ ପାତ୍ର, ଅର୍ଥ ବିଭାଗ ସ୍ବତନ୍ତ୍ର ସଚିବ ପ୍ରଦୀପ କୁମାର ବିଶ୍ୱାଳ, ରମାଦେବୀ ବିଶ୍ୱ ବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପକ ଅପରାଜିତା ବିଶ୍ୱାଳ, ଅର୍ଥ ବିଭାଗ ଉପ ସଚିବ ସତ୍ୟପ୍ରିୟ ରଥ, ସିୱାଇଏସ୍‌ଡିର ସହପ୍ରତିଷ୍ଠାତା ଓ ଅଧ୍ୟକ୍ଷ ପ୍ରଫୁଲ କୁମାର ସାହୁ, ସମାଜ ରିଲିଫ୍‌ କମିଟିର ସୁରେଶ ମନ୍ତ୍ରୀ ପ୍ରମୁଖ ଯୋଗଦେଇ ମତ ରଖିଥିଲେ। ଚଳିତ ବର୍ଷର ମୋଟ ରାଜ୍ୟ ବଜେଟ୍‌ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା ରହିଛି। ଏହା ଗତ ଆର୍ଥତ୍କ ବର୍ଷର ବଜେଟରୁ ୧୫.୭ ପ୍ରତିଶତ ଅଧିକ। ଚଳିତ ବର୍ଷ ୧୮ ହଜାର ୮୭୭ କୋଟି ଟଙ୍କାର ବିତ୍ତୀୟ ନିଅଣ୍ଟ ରହିବ ବୋଲି ଆକଳନ କରାଯାଇଛି, ଯାହାକି ୨୦୧୭-୧୮ ଆର୍ଥତ୍କ ବର୍ଷର ବିତ୍ତୀୟ ନିଅଣ୍ଟ (୯୩୫୯.୩୯ କୋଟି ଟଙ୍କା)ର ଦୁଇ ଗୁଣ। ବଜେଟର ଆକାର ବୃଦ୍ଧି ସହ ବିତ୍ତୀୟ ନିଅଣ୍ଟ ଚିନ୍ତାଜନକ ବୋଲି ଅର୍ଥନୀତିଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ୨୦୧୯-୨୦ରେ କେନ୍ଦ୍ରୀୟ ରାଶି (କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶଧନ ଓ କେନ୍ଦୀୟ ସହାୟତା) ୬୯ହଜାର ୭୬୬ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ଏହା ୨୦୧୮-୧୯ ସଂଶୋଧିତ ବଜେଟ୍‌ ଆକଳନ ରାଶି ୬୧୩୮୨.୩୨ କୋଟି ଟଙ୍କାଠାରୁ ଅଧିକ। ମାତ୍ର ରାଜ୍ୟର ନିଜସ୍ବ ଆୟ ୨୦୧୫-୧୬ରେ ୪୫ ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ୩୯ ପ୍ରତିଶତ ହ୍ରାସ ପାଇଛି। ତେଣୁ ରାଜ୍ୟ ସରକାର ନିଜସ୍ବ ପାଣ୍ଠି ବୃଦ୍ଧି ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ଉପସ୍ଥିତ ବକ୍ତାମାନେ ମତ ପୋଷଣ କରିଛନ୍ତି।
ରାଜ୍ୟର ଅନେକ ବିଭାଗରେ ବଜେଟ୍‌ ବ୍ୟୟବରାଦ ଓ ବାସ୍ତବ ଖର୍ଚ୍ଚ ମଧ୍ୟରେ ଫରକ ରହୁଛି। ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ସେବା ପାଇଁ ୨୦୧୫-୧୮ ତିନିଟି ଆର୍ଥିକ ବର୍ଷ ପାଇଁ ଯଥାକ୍ରମେ ୧୮୭୫, ୨୦୦୩ ଓ ୨୨୯୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ମାତ୍ର ଏହି ବର୍ଷଗୁଡିକରେ ବାସ୍ତବ ଖର୍ଚ୍ଚ ଯଥାକ୍ରମେ ୧୬୩୯, ୧୯୨୭ ଓ ୧୯୮୦ କୋଟି ଟଙ୍କା ରହିଛି। ପ୍ରତିବର୍ଷ ୧୨ ରୁ ୧୩ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇ ନ ପାରିବାକୁ ନେଇ ବକ୍ତାମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୩୨.୯୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୋଟ ବଜେଟ୍‌ର ୧୮ ପ୍ରତିଶତ। ଏହି ଯୋଜନା ପାଇଁ ରାଜ୍ୟର ପ୍ରାଥମିକ ସ୍ବାସ୍ଥ୍ୟ ସେବାର ଆବଶ୍ୟକତାକୁ ଅଣଦେଖା କରାଯାଉଛି ବୋଲି ଅର୍ଥନୀତିଜ୍ଞମାନେ ପ୍ରଶ୍ନ କରିଛନ୍ତି। ତେଣୁ ଅଭିବୃଦ୍ଧି, ସମାନତା, ଆଞ୍ଚଳିକ ସମାନତା ଓ ନିଯୁକ୍ତି ଆଦି କ୍ଷେତ୍ରଗୁହିକ ଲକ୍ଷ୍ୟ ରଖି ସରକାର ଏହାର ଗୁଣାତ୍ମକ ଫଳାଫଳ ଉପରେ ଧ୍ୟାନ ଦେବା ଉଚିତ। ଏଥିସହ ସାମାଜିକ କ୍ଷେତ୍ରରେ ଅଧିକ ବିନିଯୋଗ ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି। ଏହି ଅବସରରେ ‘ବଜେଟ୍‌ ଟକ୍‌ସ ଆୱାର ପ୍ରାଇଅରିଟି: ରେସପନ୍ସ ଟୁ ଷ୍ଟେଟ୍‌ ବଜେଟ୍‌ ୨୦୧୯-୨୦’ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ବୈଠକରେ ବହୁ ଅର୍ଥନୀତିଜ୍ଞଙ୍କ ସମେତ ବୁଦ୍ଧିଜୀବୀ ଓ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri