ସିଲ୍‌ଭର ଗାନ୍ଧୀଙ୍କୁ ସମ୍ବର୍ଦ୍ଧିତ କରିବେ ପ୍ରଧାନମନ୍ତ୍ରୀ

ଭଞ୍ଜନଗର,୨୭।୯(ଡି.ଏନ.ଏ)- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ଲକ୍ଷ୍ୟନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଠାରେ ଜନସଚେତନତା ଓ ଦସ୍ତଖତ ଅଭିଯାନ ଗତ ୨୬ ତାରିଖରୁ ଆରମ୍ଭ ହୋଇଛି। ଗଞ୍ଜାମ ଜିଲାରୁ ଏହି ରଥ ବାହାରିଛି। ୧୦୦ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରଥଟି ବୁଲିବ। ଗୁରୁବାର ସ୍ଥାନୀୟ ବନ ବିଭାଗ ଡ଼ାକବଙ୍ଗଳାରୁ ଅହିଂସା ରଥ ବାହାରିଥିଲା। ଭଞ୍ଜନଗର ନିର୍ବାଚନମଣ୍ଡଳୀର ଭଞ୍ଜନଗର ସହର, ସାବିତ୍ରୀ ମହିଳା ମହାବିଦ୍ୟାଳୟ, ବଡ଼କୋଦଣ୍ଡା, କୁଲାଡ଼, ତୁରୁମୁ, ତିନିଛକିଆ, ବିଡ଼ିପୁର, ଜଗନ୍ନାଥପ୍ରସାଦ, ପଞ୍ଚଭୂତି ପ୍ରମୁଖ ଅଞ୍ଚଳ ରଥ ପରିକ୍ରମା କରିଥିଲା। ଏହି ସମୟରେ ସଚେତନତା କାର୍ଯ୍ୟକ୍ରମ ଓ ଦସ୍ତଖତ ଅଭିଯାନ ହୋଇଥିଲା। ଆୟୋଜିତ ସଭାରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, କୃତିବାସ ବିଶ୍ୱାଳ, ମହିଳା କଲେଜ ଅଧ୍ୟକ୍ଷା ଶାନ୍ତି କୁମାରୀ ଉପାଧ୍ୟୟ, ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ସାଂସଦ ପ୍ରତିନିଧି ବିପ୍ର ବାରିକ, ବ୍ଲକ ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଆଇନଜୀବୀ ଦିବାକର ନାୟକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶୁଳପାଣି ଶତପଥୀ, ପଞ୍ଚାନନ ପାଳ, ପ୍ରମୋଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ମାଟିଆସାହି, ବରଗଁା, ବାଲାକିଆରୀ ଠାରେ ଅହିଂସା ରଥ ସହ ଆସିଥିବା କଳାକାର ପ୍ରତାପ ମିଶ୍ର, ରବି ସାହୁ, ନୀର ଆଚାର୍ଯ୍ୟ, ଗୁଣ୍ଡ, ସାଇରାମ ଗାନ୍ଧୀ, ଗିରିଜା, ରବି ପଟ୍ଟନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସିଲଭର ଗାନ୍ଧୀ (ସାଇରାମ) ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ। ଆସନ୍ତା ଗାନ୍ଧୀ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଲଭର ଗାନ୍ଧୀଙ୍କୁ ସମ୍ବର୍ଦ୍ଧିତ କରିବେ। ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଆଦର୍ଶ ଓ ଲକ୍ଷ୍ୟ ସହିତ ସ୍ବଚ୍ଛତା ଅଭିଯାନ ସମ୍ପର୍କରେ ଲୋକଙ୍କୁ ସଚେତନତା କରୁଥିବା ଯୋଗୁ ପ୍ରଧାନମନ୍ତ୍ରୀ ମୋତେ ସମ୍ବର୍ଦ୍ଧିତ କରିବେ ବୋଲି ସାଇରାମ ଏଠାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri