ସିଲେଇ କରୁଥିବା ବ୍ୟକ୍ତିକୁ ବିବାହ କରିଥିଲେ ଏହି ଅଭିନେତ୍ରୀ

ଭାରତୀୟ ସିନେ ଜଗତରେ ନିଜର ବଳିଷ୍ଠ ଅଭିନୟ ଦ୍ୱାରା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଜଣେ ଅଭିନେତ୍ରୀ ହେଉଛନ୍ତି ଦୀନା ପାଠକ। ଆଜି ଅର୍ଥାତ୍‌ ଅକ୍ଟୋବର ୧୧ ହେଉଛି ତାଙ୍କର ୧୭ତମ ଶ୍ରାଦ୍ଧବାର୍ଷିକୀ। ୨୦୦୨ ମସିହାରେ ହୃଦ୍‌ଘାତରେ ଦିନାଙ୍କର ପରଲୋକ ଘଟିଥିଲା। ଉକ୍ତ ସମୟରେ ସେ ମାତ୍ର ୮୦ ବର୍ଷର ହୋଇଥିଲେ। ଶେଷ ସମୟ ପର୍ଯ୍ୟନ୍ତ ଦିନା ଅଭିନୟରେ ବେସ୍‌ ସକ୍ରିୟ ଥିଲେ। ଏତେବଡ଼ ଅଭିନେତ୍ରୀ ସତ୍ତ୍ୱେ ସେ ଭଡ଼ା ଘରେ ରହୁଥିଲେ। ତେବେ ନିଜର ଶେଷ ସମୟ ପୂର୍ବରୁ ସେ ଏକ ଘର କିଣିଥିଲେ।
୪ ମାର୍ଚ୍ଚ, ୧୯୨୨ରେ ଗୁଜୁରାଟର ଅମରେଲୀରେ ଦିନା ଜନ୍ମଗ୍ରହଣ କରିଥିଲେ। ଦିନାଙ୍କର ୨ଟି ଝିଅ। ବଡ଼ ଝିଅ ରତ୍ନା ଏବଂ ସାନ ଝିଅ ସୁପ୍ରିୟା ଅଭିନୟ ଜଗତରେ ବେଶ୍‌ ପରିଚିତ। ରତ୍ନା ନାଶିରୁଦ୍ଦିନ ଶାହଙ୍କୁ ବିବାହ କରିଥିବା ବେଳେ ସୁପ୍ରିୟାଙ୍କ ସ୍ବାମୀ ହେଉଛନ୍ତି ପଙ୍କଜ କପୁର। ଏହି ଦୁଇ ଜଣ ବଲିଉଡ୍‌ ଜଗତର ୨ଟି ବଡ଼ ନାମ କହିଲେ କିଛି ଭୁଲ ହେବ ନାହିଁ।
ଦିନା ବଲଦେବ ପାଠକଙ୍କୁ ବିବାହ କରିଥିଲେ। ଯିଏକି ମୁମ୍ବାଇର ଏକ ଦୋକାନରେ କପଡ଼ା ସିଲେଇ କାମ କରୁଥିଲେ। ବଲଦେବ ରାଜେଶ ଖନ୍ନା ଏବଂ ଦିଲ୍ଲୀପ କୁମାରଙ୍କ ପରି ଅଭିନେତାଙ୍କ ପୋଷାକ ତିଆରି କରୁଥିଲେ। ରାଜେଶଙ୍କ ଅଭିନୟ କ୍ୟାରିୟର ଯେତେବେଳେ ଖରାପ ଚାଲିଲା ସେତେବେଳେ ବଲଦେବଙ୍କ ଦୋକାନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା। ପରେ ତାଙ୍କୁ ନିଜ ଦୋକାନ ବନ୍ଦ କରିବାକୁ ପଡ଼ିଥିଲା। ଏହାର କିଛି ବର୍ଷ ପରେ ଅର୍ଥାତ୍‌ ୫୨ ବର୍ଷରେ ବଲଦେବଙ୍କ ପରଲୋକ ଘଟିଥିଲା। ଦୀନା ୧୨୦ରୁ ଊର୍ଦ୍ଧ୍ୱ ସିନେମାରେ କାମ କରିଛନ୍ତି ଏବଂ ତାଙ୍କର ଅଭିନୟ କ୍ୟାରିୟର ୬୦ ବର୍ଷ ଲମ୍ବା ଥିଲା। ଫିଲ୍ମ ସାଙ୍ଗକୁ ଗୁଜୁରାଟି ଥିଏଟରରେ ମଧ୍ୟ ଖୁବ୍‌ ସକ୍ରିୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri