ସିଲପଟ୍‌କୁ ଧକ୍କା ଦେଲା ଦୁରନ୍ତୋ ଏକ୍ସପ୍ରେସ୍‌

ରୂପ୍‌ସା, ୨୩।୧୧ (ଡି.ଏନ.ଏ.)/ ଭୁବନେଶ୍ୱର(ବ୍ୟୁରୋ): ହାଓଡ଼ାରୁ ଯଶୋବନ୍ତପୁରକୁ ଯାଉଥିବା ଦୁରନ୍ତୋ ଏକ୍ସପ୍ରେସ (ନଂ. ୧୨୨୪୫) ଶୁକ୍ରବାର ବାଲେଶ୍ୱରର ରୂପସା ଷ୍ଟେଶନରେ ଗୁରୁତର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇ ନ ଥିଲେ ମଧ୍ୟ ଟ୍ରେନ୍‌ର ବ୍ୟାପକ କ୍ଷତି ଘଟିଛି। ଅପରାହ୍ନ ୨.୦୨ରେ ଦୂରନ୍ତୋ ଏକ୍ସପ୍ରେସ୍‌ ରୂପସା ଷ୍ଟେଶନ ଅତିକ୍ରମ କଲା ବେଳେ ଟ୍ରାକ୍‌ ନିକଟରେ ପଡ଼ିଥିବା ସ୍ଲିପର କ୍ୟାଟଲ୍‌ ଗାର୍ଡ଼ ସହ ଧକ୍କା ହୋଇଥିଲା। ଫଳରେ ଇଞ୍ଜିନ ସହ କ୍ୟାଟଲ୍‌ ଗାର୍ଡ଼, ୩ଟି ପ୍ରେସର ଚାମ୍ବର ଏବଂ ବଗିଗୁଡ଼ିକୁ ସଂଯୋଗ କରୁଥିବା ହାଉଜ ପାଇପ୍‌ ନଷ୍ଟ ହୋଇଯାଇଛି। ଏଥିସହ ଟ୍ରେନ୍‌ର ୬ଟି କୋଚ୍‌ କ୍ଷତିଗ୍ରସ୍ତ ହୋଇଛି। ସ୍ଲିପର ଇଞ୍ଜିନ୍‌ ଆଗରେ ଥିବା କ୍ୟାଟଲ ଗାର୍ଡ଼ ସହ ଜୋର୍‌ରେ ମାଡ଼ ହୋଇଥିଲେ ବି ପାଇଲଟ୍‌ ସତର୍କତା ଅବଲମ୍ବନ କରି ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି। ଖଡ଼ଗପୁରରୁ କ୍ୟାରେଜ ଆଣ୍ଡ ୱାଗନ (ସିଏଣ୍ଡଡବ୍ଲ୍ୟୁ) ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀ ପହଞ୍ଚତ୍ ଅସ୍ଥାୟୀ ଭାବେ ମରାମତି କରିବା ପରେ ଏହି ଟ୍ରେନ୍‌ ପୁନଶ୍ଚ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛି। ମରାମତିରେ ୩ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗିଥିବାବେଳେ ଏହି ଟ୍ରେନ୍‌ ସାଢ଼େ ୪ଘଣ୍ଟା ବିଳମ୍ବରେ ଯାତ୍ରା କରୁଛି ବୋଲି ରେଳ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଦୂରନ୍ତୋ ସ୍ବାଭାବିକ ଭାବେ ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ଗତି କରିଥାଏ। ତେବେ ଏହାର ୬ଟି ଯାକ କୋଚ୍‌ କ୍ଷତିଗ୍ରସ୍ତ ହୋଇଥିବାରୁ ଘଣ୍ଟା ପ୍ରତି ମାତ୍ର ୬୦ କିଲୋମିଟର ବେଗରେ ଏହା ଚାଲୁଛି। ଟ୍ରେନ୍‌ର ସ୍ବାଭାବିକ ଚଳାଚଳ ପାଇଁ ୬ଟି ନୂଆ କୋଚ୍‌ର ଆବଶ୍ୟକତା ରହିଛି। ଅପରାହ୍ନ ୩.୩୨ରେ ଘଟଣାସ୍ଥଳରେ ବିକଳ୍ପ ଭାବେ ନୂଆ ଇଞ୍ଜିନ ଲଗାଯାଇଥିଲା। ଭୁବନେଶ୍ୱରରେ ନୂଆ କୋଚ୍‌ ଯୋଡ଼ାଯାଇ ଗାଡ଼ିକୁ ଯଶୋବନ୍ତପୁର ଅଭିମୁଖେ ନେବାକୁ ରେଲଓ୍ବେ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି।
ସୂଚନା ଅନୁଯାୟୀ, ଉତ୍ତର କ୍ୟାବିନ ଓ ଷ୍ଟେଶନ ମଧ୍ୟରେ ଠିକାଦାରଙ୍କ ଉପସ୍ଥିତିରେ ପ୍ଲାଟଫର୍ମ ନଂ ୧ ଓ ୨କୁ କଂକ୍ରିଟ୍‌ ସ୍ଲିପର ବୁହା ଚାଲିଥିଲା। ୮ଟି ସ୍ଲିପର୍‌ ବୁହା ସରିଥିବାବେଳେ ଆଉ ଗୋଟିଏ ଆଣିବା ବେଳକୁ ଅପଲାଇନ୍‌ରେ ଦୂରନ୍ତୋ ଏକ୍ସପ୍ରେସ୍‌ ଆସିଯାଇଥିଲା। ଫଳରେ ଜୀବନ ବିକଳରେ ବେପରୁଆ ଭାବେ ସ୍ଲିପରକୁ ଟ୍ରାକ୍‌ରେ ଛାଡ଼ି ସମସ୍ତେ ଦୌଡ଼ି ପଳାଇଥିଲେ। ପ୍ଲାଟଫର୍ମ ନଂ.୧ ଦେଇ ଅତିକ୍ରମ କରୁଥିବାବେଳେ ଟ୍ରେନ୍‌ଟି ସିଲ୍‌ପଟ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପୂର୍ବରୁ ଟ୍ରେନ୍‌ର ବେଗ ଘଣ୍ଟା ପ୍ରତି ୧୦୫ କି.ମି. ରହିଥିଲା ବୋଲି ପାଇଲଟ୍‌ଙ୍କ ନିକଟରୁ ସୂଚନା ମିଳିଛି। କ୍ଷଣିକ ପାଇଁ ଟ୍ରେନ୍‌ଟି ଦୋହଲି ଯିବାରୁ ଯାତ୍ରୀମାନେ କୋଚ୍‌ ଭିତରେ ଆତଙ୍କିତ ହୋଇ ଚିଲ୍ଲାଇଥିଲେ ବୋଲି ଜଣେ ଯାତ୍ରୀ କହିଛନ୍ତି। ଘଟଣାସ୍ଥଳରେ ଷ୍ଟେଶନ ମ୍ୟାନେଜର ମେଘରାୟ ହାଁସଦା, ଶ୍ରୀପତି ରାଉତ, ସିନିଅର ସେକ୍ସନାଲ ଇଞ୍ଜିନିୟର, ଆର୍‌ପିଏଫ୍‌ ଆଇଆଇସି ଜେ.ଏନ୍‌. ମହାପାତ୍ର, ଏସ୍‌ଆଇ ଭଗବାନ ସିଂହ ପ୍ରମୁଖ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିଥିଲେ। ଏହାପରେ ଟ୍ରେନ୍‌ର ଇଞ୍ଜିନ ବଦଳାଯାଇ ନୂତନ ଇଞ୍ଜିନ ସଂଯୋଗ କରାଯାଇଥିଲା। ଜନଶତାବ୍ଦୀ ଏକ୍ସପ୍ରେସ୍‌ ଓ ରିଲିଫ ଭ୍ୟାନ୍‌ରେ ସିଏଣ୍ଡଡବ୍ଲ୍ୟୁ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ପହଞ୍ଚତ୍ ବିଭିନ୍ନ ସ୍ଥାନରେ ୱେଲ୍‌ଡ଼ିଂ କରିବା ସହ ପ୍ରେସର ଚାମ୍ବର, ହାଉଜପାଇପ୍‌, ଏଙ୍ଗେଲ କପ୍‌ ପ୍ରଭୃତି ସଂଯୋଗ କରିଥିଲେ। ଏହାପରେ ସନ୍ଧ୍ୟା ୫ଟା ୪୫ମିନିଟ୍‌ରେ ଟ୍ରେନ୍‌ଟି ରୂପ୍ସା ଷ୍ଟେଶନ ଛାଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri