ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି ପ୍ରସଙ୍ଗ: ଅଭିଭାବକ ମହାସଂଘର ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି କରାଯାଇଛି। ଏହାକୁ ଓଡ଼ିଶା ଅଭିଭାବକ ମହାସଂଘ ବିରୋଧ କରିଛି। ସମାଧାନ ପାଇଁ ସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଫି’ ବୃଦ୍ଧି ପ୍ରତ୍ୟାହାର ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଓ ସିବିଏସ୍‌ଇ ଚେୟାରମ୍ୟାନକୁ ଚିଠି ଲେଖିଛି। ଯଦି ୭ଦିନ ମଧ୍ୟରେ ଫି’ ବୃଦ୍ଧି ପ୍ରତ୍ୟାହାର କରା ନ ଯାଏ ତେବେ ଆନ୍ଦୋଳନକୁ ଓହ୍ଲାଇବାକୁ ଅଭିଭାବକମାନେ ବାଧ୍ୟ ହେବେ ବୋଲି ସଂଘ ଚେତାବନୀ ଦେଇଛି। ସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ସିବିଏସ୍‌ଇର ଏହି ନିଷ୍ପତ୍ତିକୁ ଆମେ ଘୋର ନିନ୍ଦା କରୁଛୁ। ଏଭଳି ଅନୈତିକ ଫି’ ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ମଙ୍ଗଳବାର ଭୁବନେଶ୍ୱର ସିବିଏସ୍‌ଇର ଆଞ୍ଚଳିକ କାର୍ଯ୍ୟାଳୟ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେବୁ। ଯଦି କର୍ତ୍ତୃପକ୍ଷ ଦାବି ନ ଶୁଣନ୍ତି ୨୦୧୬ ପରି ସିବିଏସ୍‌ଇ କାର୍ଯ୍ୟାଳୟରେ ତାଲା ପକାଇ ଅନିର୍ର୍ଦ୍ଦିିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବୁ ବୋଲି ଭଟ୍ଟ ଜଣାଇଛନ୍ତି।
ଅନ୍ୟପକ୍ଷରେ ସର୍ବଭାରତୀୟ ଅଭିଭାବକ ସଂଘର ରାଜ୍ୟ ଶାଖା ମଧ୍ୟ ଫି’ବୃଦ୍ଧିକୁ ତୀବ୍ର ବିରୋଧ କରିଛି। ସଭାପତି ପ୍ରଦୀପ୍ତ ନାୟକ କହିଛନ୍ତି, ରାଜ୍ୟ ସରକାରଙ୍କ ବିଦ୍ୟାଳୟରେ ଦିନକୁ ଦିନ ଗୁଣାତ୍ମକ ମାନଦଣ୍ଡ ଖରାପ ହେଉଥିବାର ଅଭିଭାବକମାନେ ନିଜ ପେଟରୁ କାଟି ପିଲାଙ୍କୁ ସିବିଏସ୍‌ଇ ପାଠ୍ୟକ୍ରମ ଥିବା ଇଂଲିଶ ମାଧ୍ୟମ ବିଦ୍ୟାଳୟରେ ପଢ଼ାଉଛନ୍ତି। କେନ୍ଦ୍ର ସରକାର ପରୀକ୍ଷା ଫି’ ବୃଦ୍ଧି କରି ଏହି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି। ଘରୋଇ ସିବିଏସ୍‌ଇ ବିଦ୍ୟାଳୟ ସମେତ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ଓ ମାସିକ ଟ୍ୟୁଶନ ଫି’ ମନଇଚ୍ଛା ବୃଦ୍ଧି କରାଯାଉଥିବାବେଳେ ସରକାର ଚୁପ୍‌ ବସିଛନ୍ତି। ଆଗାମୀ ଦିନରେ ବିରୋଧ ତୀବ୍ରତର ହେବ ବୋଲି ନାୟକ ଚେତାବନୀ ଦେଇଛନ୍ତି। ସିବିଏସ୍‌ଇ ଫି’ ବୃଦ୍ଧିକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ନାପସନ୍ଦ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଏକକାଳୀନ ଫି’ ବୃଦ୍ଧି ଠିକ୍‌ ହୋଇନାହିଁ। ଏହା ନିଶ୍ଚିତ ଭାବେ ଅଭିଭାବକଙ୍କୁ ବାଧିବ। ତେଣୁ ଏ ଦିଗରେ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରି ନିଶ୍ଚିତ ଭାବେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ସିବିଏସ୍‌ଇ କର୍ତ୍ତୃପକ୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଉଭୟ ଏସ୍‌ସି/ଏସ୍‌ସି ଓ ସାଧାରଣ ବର୍ଗର ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ବୃଦ୍ଧି କରିଛନ୍ତି। ପୂର୍ବରୁ ଏସ୍‌ସି/ଏସ୍‌ସି ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ୫୦ ଟଙ୍କା ଥିବାବେଳେ ଏହା ଏବେ ୧୨୦୦ ଟଙ୍କା ହୋଇଛି। ସେହିପରି ସାଧାରଣ ବର୍ଗର ଛାତ୍ରୀଛାତ୍ର ୭୫୦ ଟଙ୍କା ପରିବର୍ତ୍ତେ ୧୫୦୦ ଟଙ୍କା ହୋଇଛି। ମାଇଗ୍ରେଶନ୍‌ ଫି’ ୧୫୦ ଟଙ୍କା ବଦଳରେ ୩୫୦ ଟଙ୍କାକୁ ବୃଦ୍ଧି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri