Posted inଫୁରସତ

ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ ଧ୍ୱଂସସ୍ତୂପରେ ପୃଥିବୀ

ଶିଳ୍ପାୟନ ସହିତ ଜିନିଷ ପତ୍ର ନେବା ଆଣିବାରେ ସୁବିଧା ପାଇଁ ଲୋକେ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ର ବ୍ୟବହାରକୁ ପସନ୍ଦ କରିଥିଲେ। ତେବେ ଦିନେ ଯେ ଏହା ଯୋଗୁ ପୃଥିବୀ ଧ୍ୱଂସସ୍ତୂପରେ ବସିବ ତାହା ମଣିଷ କେବେ ମଧ୍ୟ କଳ୍ପନା କରି ନ ଥିଲା। ଏପ୍ରକାର ପ୍ଲାଷ୍ଟିକ ସହଜରେ ମାଟିରେ ବିଘଟିତ ହୋଇ ପାରି ନ ଥାଏ। ଫଳରେ ଏହା ପରିବେଶ ପ୍ରଦୂଷଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଦୈନଦିନ ଜୀବନରେ ଆମେ ବ୍ୟବହାର କରୁଥିବା ପାଣି ବୋତଲ, ଜିନିଷପତ୍ର ଆଣିବାରେ ବ୍ୟବହାର କରୁଥିବା ପଲିଥିନ୍‌, ଷ୍ଟ୍ର, ଚା କପ୍‌, ଗ୍ଲାସ୍‌, ପ୍ଲେଟ୍‌, ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍‌ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌। ଏହାକୁ ଥରେ ମାତ୍ର ବ୍ୟବହାର କରାଯାଇଥାଏ। ପୃଥିବୀରେ ଇ-କମର୍ସ କମ୍ପାନୀଗୁଡ଼ିକ ଦ୍ୱାରା ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ହୋଇଥାଏ। ଭାରତରେ ଏଭଳି କମ୍ପାନୀଗୁଡ଼ିକ ୪୦ ପ୍ରତିଶତରୁ ଅଧିକ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ ବ୍ୟବହାର କରିଥାନ୍ତି। ତେବେ ଏହାର କୁପ୍ରଭାବ ସମ୍ପର୍କରେ ଜଣାପଡ଼ିବା ପରେ ଅନେକ ବଡ଼ ବଡ଼ ଇ-କମର୍ସ କମ୍ପାନୀ ଏହାର ବ୍ୟବହାରକୁ କମ୍‌ କରିଛନ୍ତି।

ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ଆମେ ବାସ କରୁଥିବା ପୃଥିବୀ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ୟୁରୋପିଆନ୍‌ ସଂଘ ପକ୍ଷରୁ ୨୦୨୧ ସୁଦ୍ଧା ଏହାର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଲାଗି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ସେହିପରି ଚାଇନାରେ ୨୦୨୫ ସୁଦ୍ଧା ଏହାକୁ ବନ୍ଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ପୃଥିବୀରେ ପ୍ରତିବର୍ଷ ୩ଶହ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି। ସେଥିମଧ୍ୟରୁ ସିଙ୍ଗଲ ୟୁଜଡ୍‌ ପ୍ଲାଷ୍ଟିକ୍‌ ୧୫୦ ନିୟୁତ ଟନ୍‌ ରହିଥାଏ। ସୃଷ୍ଟି ହେଉଥିବା ପ୍ଲାଷ୍ଟିକ୍‌ ମଧ୍ୟରୁ ପ୍ରାୟ ୧୦ରୁ ୧୩ ପ୍ରତିଶତ ପ୍ଲାଷ୍ଟିକ୍‌ ମାଟିରେ ବିଘଟନ ହେଉଥିବାବେଳେ ଅବଶିଷ୍ଟ ପ୍ଲାଷ୍ଟିକ୍‌ ପରିବେଶ ପ୍ରଦୂଷଣ କରିଥାଏ। କେତେକ ଏହାକୁ ଜଳାଇ ଥାନ୍ତି। ଏଥିରୁ ସୃଷ୍ଟି ହେଉଥିବା ବିଷାକ୍ତ ଗ୍ୟାସ୍‌ ବାୟୁମଣ୍ଡଳରେ ବ୍ୟାପିଯାଇଥାଏ। ଏଭଳି ବାୟୁକୁ ନିଶ୍ୱାସରେ ନେବା ଯୋଗୁ ବହୁ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ। ସେହିଭଳି ଏହା ମୃତ୍ତିକାକୁ ମଧ୍ୟ ପ୍ରଦୂଷିତ କରିଥାଏ।

ପୃଥିବୀ ଧ୍ୱଂସମୁଖ ଆଡ଼କୁ ଅଗ୍ରସର ହେଉଥିବାବେଳେ କେବଳ ସଚେତନତା ସୃଷ୍ଟି ଦ୍ୱାରା ହିଁ ଏହି ସମସ୍ୟାରୁ ମୁକ୍ତି ମିଳି ପାରିବ। କୌଣସି ଦେଶର ସରକାରଙ୍କ ତୁଳନାରେ ଏଥିରୁ ମୁକ୍ତି ପାଇବା ଲାଗି ସାଧାରଣ ଜନତାଙ୍କ ମଧ୍ୟରେ ଆମେ କିଭଳି ଆମ ପୃଥିବୀ ମା’କୁ ସୁରକ୍ଷିତ ରଖିବା, ସେଭଳି ଭାବନା ଜାଗ୍ରତ ହେଲେ ଏଭଳି ସମସ୍ୟାରୁ ସହଜରେ ମୁକ୍ତି ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

ଅଜବ ପରମ୍ପରା:ପ୍ରେମ କରୁଥିଲେ ଏମିତି ଜଣାନ୍ତି….

ବେଜିଂ:ସାରା ବିଶ୍ୱରେ ପ୍ରେମ ପ୍ରକାଶର ଉପାୟ ପ୍ରାୟତଃ ଭିନ୍ନ। କିଏ ଫୁଲ ଦେଇ ପ୍ରପୋଜ୍‌ କରନ୍ତି ତ ଆଉ କିଏ ପ୍ରେମପତ୍ର ଦିଅନ୍ତି। ଆଉ କେହି...

ଅନ୍ତର୍ଜାତୀୟ ପର୍ବତ ଦିବସ: ହିମବାହର ଆବଶ୍ୟକତାକୁ ଗୁରୁତ୍ୱ

ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri