Posted inଖେଳ

ସିକେ ନାଇଡୁ ଟ୍ରଫି: ଓଡ଼ିଶାର ଲଗାତାର ୬ଷ୍ଠ ବିଜୟ

କଟକ ଅଫିସ,୨୪ା୧- ଚଳିତ ସି.କେ. ନାଇଡୁ ଟ୍ରଫିରେ ରାଜ୍ୟ ୨୩ବର୍ଷରୁ କମ୍‌ ବାଳକ ଦଳ ଲଗାତାର ୬ଷ୍ଠ ବିଜୟ ହାସଲ କରିଛ। ଏଥି ସହିତ ଦଳ ପ୍ଲେଟ୍‌ ଗ୍ରୁପର ଶୀର୍ଷ ସ୍ଥାନ ବଜାୟ ରଖିଛ। କୋଲକାତାର ଭିଡ଼ିଓକନ୍‌ ଗ୍ରାଉଣ୍ଡରେ ଗୁରୁବାର ଶେଷ ହୋଇଥିବା ମ୍ୟାଚ୍‌ରେ ଓଡ଼ିଶା ଇନିଂସ ଓ ୧୮୨ରନରେ ମଣିପୁରକୁ ପରାସ୍ତ କରିଥିଲା। କାର୍ତ୍ତିକ ବିଶ୍ୱାଳଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଓଡ଼ିଶା ଏହି ମ୍ୟାଚ୍‌ ଜିତିଛି।
ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୯ ଉଇକେଟ ହରାଇ ୫୦୯ରନ କରି ଇନିଂସ ଘୋଷଣା କରିଥିଲା। କାର୍ତ୍ତିକ ଅପରାଜିତ ୧୧୮ରନ କରିଥିବା ବେଳେ ଅଧିନାୟକ ସ୍ବସ୍ତିକ ସାମଲ ୫୯, ବିନିତ କୁମାର ମହାନ୍ତି ୬୦, ରାହୁଲ ଚୌଧୁରୀ ୭୬, ଶୁଭମ ଶତ୍ରୁଜିତ ୫୩ରନ କରିଥିଲେ। ମଣିପୁର ପକ୍ଷରୁ କିଶାନ ସର୍ବାଧିକ ୪ଟି ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ମଣିପୁରର ପ୍ରଥମ ଇନିଂସ ୧୦୫ରନରେ ସୀମିତ ରହିଥିଲା। କାର୍ତ୍ତିକ ସର୍ବାଧିକ ୫ଟି ଉଇକେଟ ଅକ୍ତିଆର କରିଥିବା ବେଳେ ପ୍ରୀତ କନୱର ସିଂ ଚୌହ୍ବାନ ୨ଟି, ତାରିଣୀ ଶ’ ଓ ହର୍ଷିତ ରାଥୋଡ଼ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ। ଫଲୋଅନ ପାଇ ମଣିପୁର ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ମଣିପୁର। ୨୨୨ରନରେ ଦଳ ଅଲଆଉଟ ହୋଇଥିଲା। ବିକାଶ ସିଂ ସର୍ବାଧିକ ୬୧ରନ କରିଥିଲେ। ଓଡ଼ିଶା ପକ୍ଷରୁ ହର୍ଷିତ ରାଥୋଡଙ୍କୁ ୩ଟି ଉଇକେଟ ମିଳିଥିବା ବେଳେ ରାହୁଲ ଚୌଧୁରୀ ଓ ପ୍ରୀତ କନୱର ୨ଟି ଲେଖାଏ ଉଇକେଟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri