ସିଏଜି ରିପୋର୍ଟ ଦର୍ଶାଇଲା ଅନିୟମିତତା

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ୨୦୧୪ରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରଠାରୁ ଅନେକ ଯୋଜନା ଆରମ୍ଭ କରିଛନ୍ତି। ଯୋଜନାର ସଫଳତା ନେଇ ମଧ୍ୟ ପ୍ରଚାର ଜୋରସୋର କରୁଛନ୍ତି। କରଦାତାଙ୍କ ଅର୍ଥକୁ ବ୍ୟବହାର କରି କେନ୍ଦ୍ର ଯୋଜନାର ପ୍ରଚାର ପାଇଁ ବ୍ୟାପକ ଟଙ୍କା ମଧ୍ୟ ଖର୍ଚ୍ଚ ଚାଲିଛି। ରାସ୍ତା କଡରେ ବଡ଼ବଡ଼ ହୋର୍ଡିଂ ଲଗାଯାଇଛି। ହେଲେ ବାସ୍ତବତା କିନ୍ତୁ ଭିନ୍ନ ଭଳି ମନେ ହେଉଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା(ପିଏମ୍‌ୟୁଓ୍ବାଇ)କୁ ଅନୁଧ୍ୟାନ କଲେ ଏହା ସହଜରେ ଅନୁମେୟ। ଏହି ଯୋଜନାରେ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଛି। ଏହାସହ ଗ୍ୟାସ ସଂଯୋଗ ନେଇଥିବା ବହୁ ହିତାଧିକାରୀ ନିୟମିତ ରିଫିଲିଂ କରୁନାହାନ୍ତି। ଏପରି କି ଗ୍ୟାସ ସଂଯୋଗ ନେଇଥିବା ବହୁ ହିତାଧିକାରୀଙ୍କ ଖାତାକୁ ସବ୍‌ସିଡି ଟଙ୍କା ମଧ୍ୟ ଠିକ୍‌ ସମୟରେ ଆସୁ ନ ଥିବା ଅଭିଯୋଗ ହେଉଛି। ଏନେଇ ପୂର୍ବରୁ ଧରିତ୍ରୀରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ଧରିତ୍ରୀର ଉକ୍ତ ଖବର ଏବେ ସତ୍ୟରେ ପରିଣତ ହୋଇଛି। କାରଣ କମ୍ପ୍ଟୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟ ଏହି ସମସ୍ତ ତଥ୍ୟକୁ ପ୍ରକାଶ କରି ଉଜ୍ଜ୍ୱଳା ବିଫଳତାର ପେଡ଼ି ଖୋଲିଦେଇଛନ୍ତି। ଯାହାଫଳରେ ଏହି ଯୋଜନାର ବାସ୍ତବତା ପଦାରେ ପଡ଼ିଯାଇଛି।
ପିଏମ୍‌ୟୁଓ୍ବାଇ ୨୦୧୬ ମେ ମାସରେ ଆରମ୍ଭ କରାଯାଇଥିଲା। ୨୦୨୦ ସୁଦ୍ଧା ୮ କୋଟି ଗରିବ ଲୋକଙ୍କ ଘରେ ଗ୍ୟାସ ସଂଯୋଗ ପହଞ୍ଚାଇବା ପାଇଁ ମୋଦି ସରକାର ଲକ୍ଷ୍ୟ ରଖିଥିଲେ। ମାତ୍ର ବର୍ତ୍ତମାନ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇସାରିଥିବା କୁହାଯାଉଛି। ହେଲେ ସିଏଜି ଦେଇଥିବା ରିପୋର୍ଟକୁ ଅନୁଧ୍ୟାନ କଲେ ସରକାରଙ୍କ ଘୋଷଣାରେ ବାସ୍ତବତା ନ ଥିବା ଭଳି ଲାଗୁଛି। ଏହି ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି। ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ଏହି ଯୋଜନାରେ ୧.୯୩ କୋଟି ହିତାଧିକାରୀ ଥିଲେ। ଏମାନଙ୍କ ମଧ୍ୟରୁ ମାତ୍ର ୩.୬୬ ପ୍ରତିଶତ ହିତାଧିକାରୀ ଗ୍ୟାସ୍‌ ନେବାପରେ ପ୍ରଥମ ଥର ଲାଗି ରିଫିଲିଂ କରିଛନ୍ତି। ୨୦୧୮ ଡିସେମ୍ବର ୩୧ ସୁଦ୍ଧା ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇ ୩ କୋଟି ୧୮ଲକ୍ଷରେ ପହଞ୍ଚିଥିଲା। ସେଥିରୁ ମାତ୍ର ୩.୨୧ ପ୍ରତିଶତ ଲୋକ ରିଫିଲିଂ କରିଛନ୍ତି। ସାରା ଦେଶରେ ରିଫିଲିଂ କ୍ଷେତ୍ରରେ ଓଡିଶା ଶେଷଆଡୁ ୪ ନମ୍ବରରେ ରହିଛି। ୨୦୧୮ ଡିସେମ୍ବର ୩୧ସୁଦ୍ଧା ଜାତୀୟ ସ୍ତରରେ ହାରାହାରି ଉଜ୍ଜ୍ୱଳା ହିତାଧିକାରୀମାନେ ବାର୍ଷିକ ୩.୨୧ଟି ରିଫିଲିଂ କରୁଥିବାବେଳେ ଓଡ଼ିଶାରେ ହାରାହାରି ୨.୮୮ଟି ରିଫିଲିଂ ହୋଇଛି। କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ରାଜ୍ୟ ଓଡିଶା ଶେଷ ଆଡୁ ୪ ନମ୍ବରରେ ଥିଲାବେଳେ ଏହା ତଳକୁ ଛତିଶଗଡ଼ରେ ହାରାହାରି ୧.୬୧ଟି, ମଧ୍ୟପ୍ରଦେଶରେ ୨.୩୮ଟି ଏବଂ ଝାଡ଼ଖଣ୍ଡରେ ୨.୫୭ଟି ରିଫିଲିଂ ହେଉଛି।
କେବଳ ଉଜ୍ଜ୍ୱଳାରେ ନୁହେଁ, ଗ୍ୟାସ ସଂଯୋଗ ନେଇଥିବା ସାଧାରଣ ହିତାଧିକାରୀଙ୍କ ରିଫିଲିଂ ମଧ୍ୟ ନିମ୍ନଗାମୀ ଦେଖିବାକୁ ମିଳିଛି। ୨୦୧୬-୧୭ ଏବଂ ୨୦୧୭-୧୮ରେ ଉଜ୍ଜ୍ୱଳା ହିତାଧିକାରୀଙ୍କ କ୍ଷେତ୍ରରେ ରିଫିଲିଂ କମିଛି। ସେହିପରି ଗ୍ରାମାଞ୍ଚଳର ହିତାଧିକାରୀଙ୍କ ଘରେ ଗ୍ୟାସ ପହଞ୍ଚାଇବା ଏବଂ ରିଫିଲିଂ ଦେବାରେ ବିଳମ୍ବ ହେଉଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଏପରି କି ବିପଦପୂର୍ଣ୍ଣ ଭାବେ ଏଲ୍‌ପିଜି ବ୍ୟବହାର କରାଯାଉଥିବା ଲକ୍ଷ୍ୟ କରାଯାଇଛି। ଏହି ଯୋଜନାରେ ରୋଷେଇ ଘରର ସୁରକ୍ଷା ଉପରେ ଧ୍ୟାନ ରଖିବାକୁ ନିୟମ ରହିଥିଲେ ମଧ୍ୟ ତାହା କଡାକଡି ପାଳନ କରାଯାଇନାହିଁ। ସେହିପରି ୨୦୧୧ ଜନଗଣନା ଅନୁଯାୟୀ ଗ୍ୟାସ ସଂଯୋଗ ନେଇଥିବା ହିତାଧିକାରୀଙ୍କ ମଧ୍ୟରୁ ୮ଲକ୍ଷ ୫୯ହଜାର ନାବାଳିକା ଏବଂ ନାବାଳକ ରହିଥିବା ଦର୍ଶାଯାଇଛି। ଅନ୍ୟପକ୍ଷରେ ହିତାଧିକାରୀମାନେ ଗ୍ୟାସ୍‌ ରିଫିଲିଂ କରିବାପରେ ସେମାନଙ୍କ ବ୍ୟାଙ୍କ ଖାତାକୁ ଠିକ୍‌ଭାବେ ସବ୍‌ସିଡି ଅର୍ଥ ଆସୁନାହିଁ। ଅନେକ କ୍ଷେତ୍ରରେ ଲୋକମାନେ ସବସିଡି ଟଙ୍କା ନ ପାଇବା ନେଇ ବାରମ୍ବାର ଅଭିଯୋଗ କରୁଛନ୍ତି।  ପାଖାପାଖି ୧୪ଲକ୍ଷ ଉପଭୋକ୍ତା ଗୋଟିଏ ମାସରେ ୩ରୁ ୪୧ଟି ପର୍ଯ୍ୟନ୍ତ ଗ୍ୟାସ୍‌ ସିଲିଣ୍ଡର ବ୍ୟବହାର କରିଥିବା ଜଣାପଡିଛି। ଅନ୍ୟପଟେ ସିଙ୍ଗିଲ ବଟଲ୍‌ କନେକ୍ସନ ଥିବା ୩ଲକ୍ଷ ୪୪ହଜାର ଲୋକଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗୋଟିଏ ମାସରେ ୨ରୁ ୨୦ଟି ଗ୍ୟାସ୍‌ ସିଲିଣ୍ଡର ରିଫିଲିଂ ପାଇଁ ଆଇଓସିଏଲ୍‌ ଏବଂ ଏଚ୍‌ପିସିଏଲ୍‌ ଅନୁମତି ଦେଇଛନ୍ତି।
ଉଜ୍ଜ୍ୱଳା ଯୋଜନାକୁ ନେଇ କେନ୍ଦ୍ର ସରକାର ବାହାବା ନେଉଥିବା ବେଳେ ସିଏଜି ରିପୋର୍ଟକୁ ନେଇ ବିଜେଡି, କଂଗ୍ରେସ କଡ଼ା ସମାଲୋଚନା କରିଛନ୍ତି। ଏନେଇ ବିଜେଡି ଯୁବ ସଭାପତି ଅମରେଶ ପତ୍ରୀ କହିଛନ୍ତି, ଦୀର୍ଘଦିନ ଧରି ଉଜ୍ଜ୍ୱଳାରେ ଦୁର୍ନୀତି ହେଉଥିବା କଥା କହିଆସୁଥିଲା। ଏହାକୁ କିନ୍ତୁ କେନ୍ଦ୍ରମନ୍ତ୍ରୀ ସ୍ବୀକାର ନ କରି ଫାଙ୍କି ଦେଉଥିଲେ। ହେଲେ ଏହାର ସତ୍ୟାସତ୍ୟ ସିଏଜି ପ୍ରକାଶ କରିଛନ୍ତି। ଯେତିକି ଲୋକ ଉଜ୍ଜ୍ୱଳାରେ ଗ୍ୟାସ ସଂଯୋଗ ନେଇଛନ୍ତି ବୋଲି ସେମାନେ ଦାବି କରୁଥିଲେ ରିଫିଲିଂ କେତେ ହେଉଛି ସେକଥା ଖୋଦ୍‌ ସିଏଜିଙ୍କ ରିପୋର୍ଟରେ ପ୍ରକାଶପାଇଛି। ଏହି ଯୋଜନା ଦଳୀୟ ଭିତ୍ତିରେ ବଣ୍ଟନ ଚାଲିଥିବା ନେଇ ଯାହା ବିଜେଡି ଅଭିଯୋଗ କରୁଥିଲେ ତାହା ସତ୍ୟ ପ୍ରମାଣିତ ହୋଇଛି ବୋଲି ଅମରେଶ କହିଛନ୍ତି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଗରିବ ଲୋକଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଲେଖା ଦେବା କଥା ହେଉ ବା ଉଜ୍ଜ୍ୱଳା ମୋଦି ସରକାରର ସବୁ ଯୋଜନା ଫେଲ୍‌ ମାରିଛି। କେବଳ ପ୍ରଚାର ଓ ପ୍ରସାରର ସରକାର। ଏହି ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ବିଗତ ଦିନରୁ କଂଗ୍ରେସ କହିଆସୁଥିବା ବେଳେ ଏନେଇ ଦଳ ରାସ୍ତାକୁ ଓହ୍ଲାଇବ ବୋଲି ନିରଞ୍ଜନ କହିଛନ୍ତି। ଭାଜପା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ସାମାଜିକ ଅର୍ଥନୈତିକ ଜାତିଭିତ୍ତିକ ଜନଗଣନା(ଏସ୍‌ଇସିସି)ତାଲିକା ରାଜ୍ୟ ସରକାର କରିଥାନ୍ତି। ରାଜ୍ୟରେ ଯଦି ତାଲିକା ଭୁଲ୍‌ ପ୍ରସ୍ତୁତ ହୁଏ ତେବେ କେନ୍ଦ୍ର କିଛି କରିପାରିବ ନାହିଁ। ଏହା ଏକ ଗୁରୁତ୍ୱପୂର୍ଣ୍ଣ, ମହତ୍ତ୍ୱପୂର୍ଣ୍ଣ ଯୋଜନା, ଯାହାର ଧାର୍ଯ୍ୟ ସମୟ ପୂର୍ବରୁ ଲକ୍ଷ୍ୟ ପୂରଣ ହୋଇପାରିଛି। ଯଦି କିଛି ଭୁଲ୍‌ ତ୍ରୁଟି ଥାଏ ତା’ର ତର୍ଜମା କରାଯିବ ବୋଲି ଗୋଲକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri