ସିଏଏ ସପକ୍ଷରେ ଭାଜପା ଯୁବମୋର୍ଚ୍ଚାର ମାନବ ଶୃଙ୍ଖଳ

ଭୁବନେଶ୍ୱର,୧୪ା୧(ବ୍ୟୁରୋ):ନାଗରିକତା ସଂଶୋଧନ ବିଧେୟକ (ସିଏଏ)କୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ଦେଶ ବିଭାଜନ ସମୟରେ ତତ୍କାଳୀନ ନେତୃତ୍ୱ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ହିଁ ଏହି ଆଇନ ଦ୍ୱାରା ପୂରଣ କରାଯାଇ ପାରିଛି। ଭାରତର ଜଣେ ହେଲେ ନାଗରିକ ଏହି ଆଇନ ଦ୍ୱାରା ପ୍ରଭାବିତ ହେବାର ତିଳେମାତ୍ର ଆଶଙ୍କା ନାହିଁ। ତିନୋଟି ପଡ଼ୋଶୀ ଦେଶରେ ଧର୍ମୀୟ ଉପତ୍ୀଡ଼ନର ଶିକାର ହୋଇଥିବା ସଂଖ୍ୟାଲଘୁମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବା ଲାଗି ଏହି ଆଇନ ପ୍ରଣୟନ ହୋଇଛି। ଦେଶର ବିରୋଧୀ ଦଳମାନେ ନିଜ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର ମିଥ୍ୟା ପ୍ରଚାର ଏବଂ ଗୁଜବ ସୃଷ୍ଟି କରି ସମାଜରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ଏପରିକି ହିଂସା ଜରିଆରେ ଦେଶରେ ଶାନ୍ତି ଭଙ୍ଗ କରିବା ସାଧାରଣ ଜନତାଙ୍କ ଧନଜୀବନ ନଷ୍ଟ କରୁଛନ୍ତି। ଗଣତନ୍ତ୍ରରେ ବାଦବିବାଦ, ତର୍କବିତର୍କର ସ୍ଥାନ ଅଛି କିନ୍ତୁ ହିଂସାର ସ୍ଥାନନାହିଁ। ବିରୋଧୀଙ୍କ ଅପପ୍ରଚାର ବିରୋଧରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଜନସଚେନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଯୁବମୋର୍ଚ୍ଚା ତରଫରୁ ସୋମବାର ମାଷ୍ଟର କ୍ୟାଣ୍ଟିନ ଛକରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ଏକ ମାନବ ଶୃଙ୍ଖଳ କରାଯାଇ ସଚେତନ କରାଯାଇଛି। ହାତରେ ଜାତୀୟ ପତାକା ଧରି ଶହ ଶହ କାର୍ଯ୍ୟକର୍ତ୍ତା ସିଏଏ ସମର୍ଥନରେ ସ୍ଲୋଗାନ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ସମସ୍ତ ଜିଲାରେ ଯୁବମୋର୍ଚ୍ଚା ତରଫରୁ ସିଏଏ ସମର୍ଥନରେ ଦସ୍ତଖତ ଅଭିଯାନ କରାଯିବା ସହ ଯୁବବର୍ଗଙ୍କୁ ଏହି ଆଇନର ଆବଶ୍ୟକତା ବିଷୟରେ ସଚେତନ କରାଯିବ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପୂର୍ବରୁ ଭାବୁକ ହେଲେ ଶିବକୁମାର, ମା’ଙ୍କ ପାଦ ଛୁଇଁ…

ବେଙ୍ଗାଲୁରୁ,୩ା୬: କର୍ନାଟକରେ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଥିବା ଡି.କେ. ଶିବକୁମାରଙ୍କ ସହିତ ଆଜି ୧୩…

ଚାଲିଥିଲା ବୈଠକ, ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ

ଖୋର୍ଦ୍ଧା,୩ା୬(ପ୍ରଭାତ ପାଣିଗ୍ରାହୀ): ଜିଲା ପରିଷଦ ବୈଠକରେ ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ଜନପ୍ରତିନିଧିଙ୍କୁ ବୋଲଗଡ ବିଡିଓଙ୍କ ଅଣଦେଖା, ଦୁର୍ବ୍ୟବହାର ଏବଂ ଅସହଯୋଗ ମନୋଭାବ ପ୍ରତିବାଦରେ ୨୭…

ଜଣେ ଛାତ୍ରଙ୍କୁ ପଢ଼ାଇବା ପାଇଁ ଏତେଟଙ୍କା ଚାର୍ଜ କରନ୍ତି ଖାନ୍‌ ସାର? କୋଚିଂ ଫିସ୍‌ ଜାଣିଲେ…

ନୂଆଦିଲ୍ଲୀ,୩।୬: ଖାନ ସାରଙ୍କୁ କିଏ ବା ନଜାଣେ.. ନିଜର ନିଆରା ପଢ଼ାଇବା ଶୈଳୀ ପାଇଁ ସାରା ଦେଶରେ ପ୍ରସିଦ୍ଧ ଖାନ ସାର୍‌ ଲକ୍ଷ ଲକ୍ଷ ପିଲାଙ୍କ ପ୍ରିୟ…

ବିମାନବନ୍ଦରରେ ରିଲ୍ସ କରୁଥିଲେ ସାବଧାନ! ଆସିଲା ନୂଆ ନିୟମ, ନଚେତ୍ ହୋଇପାରେ

ନୂଆଦିଲ୍ଲୀ,୩।୬: ଏଣିକି ବିମାନବନ୍ଦରରେ ସେଲଫି ନେବା, ଇନଷ୍ଟାଗ୍ରାମ ରିଲ୍ ତିଆରି କରିବା କିମ୍ବା ଯାତ୍ରା ଭ୍ଲଗ୍ ସୁଟିଂ କରୁଥିବା ପ୍ରେମୀମାନଙ୍କୁ ସତର୍କ ରହିବାକୁ ପଡିବ ।ଡିଜିସିଏ ବିମାନବନ୍ଦର ପରିସରରେ…

ଯୁବତୀଙ୍କୁ ଲଜ୍‌ରେ ସିନ୍ଦୂର ପିନ୍ଧାଇ ବିବାହ କରିଥିଲେ ଯୁବକ, ଶାରୀରିକ ସମ୍ପର୍କ ରଖିବା ପରେ…

ରିଷିଡ଼ା,୩ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ.ରାମପୁର ଥାନା ଅନ୍ତର୍ଗତ ରିଷିଡ଼ା ଫାଣ୍ଡି ଅଞ୍ଚଳର ଜଣେ କଲେଜ ପଢୁଆ ଯୁବକ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ…

ଦିନେ ଛାଡ଼ି ଦେଇଥିଲେ ୧୦୭ କୋଟି ଟଙ୍କାର ଅଫର୍, ଆଜି ଖାନ ସାରଙ୍କ କୋଚିଂ ଫିସ୍‌, ମାସକୁ କେତେ ଲକ୍ଷ ଟଙ୍କା ରୋଜଗାର ଜାଣନ୍ତୁ…

ନୂଆଦିଲ୍ଲୀ,୩।୬: ପ୍ରସିଦ୍ଧ ଶିକ୍ଷକ ତଥା ୟୁଟ୍ୟୁବର୍‌ ଖାନ ସାର୍‌ (Khan Sir) ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ବିହାରର ରାଜଧାନୀ ପାଟନାରେ ଥିବା ତାଙ୍କ କୋଚିଂ ପ୍ରତିଷ୍ଠାନ…

କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା: ଭବିଷ୍ୟତରେ ନିଷ୍ଠାର ସହ ଆଗକୁ ବଢ଼ିବାକୁ ପରାମର୍ଶ

କୋରାପୁଟ,୩ା୬(ଅମିତାଭ ବେହେରା): କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ପକ୍ଷରୁ ବୁଧବାର କୃତୀ ଛାତ୍ରୀଛାତ୍ରଙ୍କୁ ଉପଢୌକନ, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ନାରାୟଣପାଟଣା ବ୍ଲକ…

IND vs AFG: ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେନି ମହମ୍ମଦ ସିରାଜ! ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୩।୬: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ସିରାଜ ଖେଳିବା ସମ୍ଭାବନା ବହୁତ କମ୍ ରହିଛି । ଏହି ଟେଷ୍ଟ ମ୍ୟାଚ୍ ଜୁନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri