Posted inଜାତୀୟ

ସିଏଏ, ଏନ୍‌ଆର୍‌ସିକୁ ନେଇ ପାର୍ଲାମେଣ୍ଟରେ ଅଚଳାବସ୍ଥା

ନୂଆଦିଲ୍ଲୀ,୪ା୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ନେଇ ସୋମବାର ପାର୍ଲାମେଣ୍ଟରେ ବିରୋଧୀ ସଦସ୍ୟମାନେ ସରକାରଙ୍କ ଉପରେ ଜୋର୍‌ଦାର ବର୍ଷିଥିଲେ। ସରକାର ଗୁଳି ଚଳାଇ ଲୋକଙ୍କ ସ୍ବରକୁ ଚାପିଦେଇପାରିବେ ନାହିଁ ବୋଲି ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ରାଲିରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଚୌଧୁରୀ ଏହା କହିଥିଲେ। ଦେଶଦ୍ରୋହୀଙ୍କୁ ଗୁଳି କରିଦିଅ ବୋଲି ଅନୁରାଗ କହିଥିଲେ। ପ୍ରଶ୍ନୋତ୍ତର କାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି ହଟ୍ଟଗୋଳ କରିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନା ପାଇଁ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଯିବା ଲାଗି ବାଚସ୍ପତି ଓମ୍‌ ବିର୍ଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଅନୁରାଧ କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଧରି ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ବିରୋଧରେ ସ୍ଲୋଗାନ ଦେଇଚାଲିବାରୁ ବାଚସ୍ପତି ଗୃହକୁ କିଛି ସମୟ ମୁଲତବୀ ରଖିଥିଲେ।
ଶୂନ୍ୟକାଳରେ ଭାଜପାକୁ ସମାଲୋଚନା କରି ଚୌଧୁରୀ କହିଥିଲେ, ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କୁ ଗୁଳି କରାଯାଉଛି। ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ଆନ୍ଦୋଳନକାରୀ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ସେ ଅଭିଯୋଗ କରିଥିଲେ। ଏଥିପାଇଁ ଭାଜପାକୁ ଦାୟୀ କରି ସେମାନେ ନକଲି ହିନ୍ଦୁ ବୋଲି କହିଥିଲେ ଚୌଧୁରୀ। ହଟ୍ଟଗୋଳ ମଧ୍ୟରେ ୯ଟି ପ୍ରଶ୍ନ ଉପରେ ଆଲୋଚନା ହୋଇଥିଲା। ସମ୍ବିଧାନକୁ ସୁଦୃଢ଼ କରିବାକୁ ଚାହୁଁଥିଲେ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ବାଚସ୍ପତି ବିରୋଧୀ ସଦସ୍ୟମାନଙ୍କୁ କହିଥିଲେ।
ଭାଜପା ସଦସ୍ୟ ପର୍‌ଭେଶ ବର୍ମା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିବାରୁ କଂଗ୍ରେସ ଏବଂ ଡିଏମ୍‌କେ ସମେତ ବିରୋଧୀ ସଦସ୍ୟମାନେ ‘ସରମ କରୋ’ ସ୍ଲୋଗାନ ଦେଇ କକ୍ଷତ୍ୟାଗ କରି ଚାଲିଯାଇଥିଲେ। ପାର୍ଲାମେଣ୍ଟ ବାହାରେ ସଦସ୍ୟ ଦେଇଥିବା କୌଣସି ମନ୍ତବ୍ୟକୁ ଗୃହରେ ଉଠାଯାଇପାରିବ ନାହିଁ ବୋଲି ବାଚସ୍ପତି କହିଥିଲେ। ସୂଚନାଯୋଗ୍ୟ, ବିବାଦୀୟ ମନ୍ତବ୍ୟ ପାଇଁ ନିର୍ବାଚନ କମିଶନ ବର୍ମାଙ୍କ ଭୋଟ ପ୍ରଚାର ଉପରେ କଟକଣା ଲଗାଇଥିଲେ। ଆଲୋଚନା ଆରମ୍ଭ କରି ବର୍ମା କହିଥିଲେ, ନିର୍ଭୟା ଦୋଷୀଙ୍କ କ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଦେଇଥିବାରୁ ଦେଶ ଗର୍ବିତ। ସେହିପରି ପାର୍ଲାମେଣ୍ଟକୁ କାଗଜମୁକ୍ତ କରିବା ଓ ନୂଆ ସଦସ୍ୟମାନଙ୍କୁ କହିବା ପାଇଁ ସୁଯୋଗ ଦେଇଥିବାରୁ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ। ସାଧାରଣ ଲୋକଙ୍କ ପାଇଁ ବଜେଟରେ ବିଭିନ୍ନ ପଦକ୍ଷେପ ନିଆଯାଇଥିବାରୁ ଏଥିପାଇଁ ବର୍ମା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ଅଭିନନ୍ଦନ ଜଣାଇଥିଲେ।
ରାଜ୍ୟ ସଭାରେ ମଧ୍ୟ ସିଏଏ ଏବଂ ଏନ୍‌ପିଆର୍‌କୁ ନେଇ ଝଡ଼ ଉଠିଥିଲା। କଂଗ୍ରେସ, ଟିଏମ୍‌ସି, ସିପିଏମ୍‌ ସଦସ୍ୟମାନେ ସିଏଏ ଏବଂ ଏନ୍‌ପିଆର୍‌ ପ୍ରସଙ୍ଗ ଉଠାଇ ଏହା ଉପରେ ଆଲୋଚନା ଦାବି କରିଥିଲେ। ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଥିଲେ, ଭାଜପା ନେତା ଓ ମନ୍ତ୍ରୀମାନେ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟମାନ ଦେଉଛନ୍ତି। ଲୋକଙ୍କୁ ଗୁଳି କରିଦିଅ, ନର୍କକୁ ପଠାଇଦିଅ ବୋଲି କୁହାଯାଉଛି। ଏଥିପାଇଁ ଭାଜପା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଥିଲେ। ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ଉପରେ ଆଲୋଚନା ପାଇଁ ଡିଏମ୍‌କେ, ସିପିଆଇ, ସିପିଏମ୍‌, ଏନ୍‌ଆର୍‌ସି, ଆରଜେଡି, ଟିଏମ୍‌ସି ଏବଂ ସମାଜବାଦୀ ପାର୍ଟି ସମେତ ସବୁ ବିରୋଧୀ ଦଳ ନୋଟିସ ଦେଇଥିଲେ ବୋଲି ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ କହିଥିଲେ। ଭାଜପା ସଦସ୍ୟ ଭୂପେନ୍ଦ୍ର ଯାଦବଙ୍କୁ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ବିରୋଧୀ ସୁଯୋଗ ଦେଇ ନ ଥିଲେ। ଅଚଳାବସ୍ଥା ଜାରି ରହିବାରୁ ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ରାଜ୍ୟ ସଭାକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ।
ଗୃହରେ ଅଚଳାବସ୍ଥା ପାଇଁ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛି ଭାଜପା। ବିରୋଧୀ ଦଳ ଭୋଟବ୍ୟାଙ୍କ ରାଜନୀତି କରୁଥିବା ଭାଜପା କହିଛି। କଂଗ୍ରେସକୁ ସମାଲୋଚନା କରି ଭାଜପା ନେତା ବର୍ମା କହିଥିଲେ, ଏହା ରାଜୀବ ଫିରୋଜ ଖାନ୍‌ ସରକାର ନୁହେଁ, ନରେନ୍ଦ୍ର ମୋଦି ସରକାର। ସିଏଏକୁ ପ୍ରତ୍ୟାହାର କରିନେବା ପ୍ରଶ୍ନ ଉଠୁନାହିଁ। ଏହା ଦେଶର ସଂହତିର ପ୍ରଶ୍ନ। କଂଗ୍ରେସ ଭୋଟବ୍ୟାଙ୍କ ରାଜନୀତି ପାଇଁ ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଭଳି ସମସ୍ୟା ସୃଷ୍ଟି କରିଥିଲା, ଯାହାକୁ ଆମେ ସମାଧାନ କରି ଦେଶକୁ ସୁଦୃଢ଼ କରିଛୁ ବୋଲି ବର୍ମା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ: ଆମେରିକା ଏୟାରବେସ୍‌ ଉପରେ ଆକ୍ରମଣ କଲା ଇରାନ

ତେହରାନ,୧।୩: ଖାମେନେଇଙ୍କ ପୁଅ ହେଲେ ଇରାନର ସୁପ୍ରିମ ଲିଡର। ମୁଜତାବା ହୋସେନି ଖାମନେଇ ହେଲେ ଇରାନର ନୂଆ ନେତା। ଖାମେନେଇଙ୍କ ପୁଅ ହେଲେ ମୁଜତାବା। ଏୟାର ଷ୍ଟ୍ରାଇକରେ…

Iran New Leader: ଖାମେନେଇଙ୍କ ପୁଅ ହେଲେ ଇରାନର ନୂଆ ସୁପ୍ରିମ ଲିଡର, ଆମେରିକାରେ ହାଇ ଆଲର୍ଟ!

ତେହରାନ୍‌,୧।୩: ଖାମେନେଇଙ୍କ ପୁଅ ହେଲେ ଇରାନର ସୁପ୍ରିମ ଲିଡର। ମୁଜତାବା ହୋସେନି ଖାମନେଇ ହେଲେ ଇରାନର ନୂଆ ନେତା। ଖାମେନେଇଙ୍କ ପୁଅ ହେଲେ ମୁଜତାବା। ଏୟାର ଷ୍ଟ୍ରାଇକରେ…

Ali Khamenei Dead: ଖାମେନେଇଙ୍କ ପରେ କିଏ? ରକ୍ତମୁଖା ହେଲା ଇରାନ

ତେହରାନ୍‌,୧।୩: ଇରାନର ସର୍ୱୋଚ୍ଚ ନେତା ଅଲି ଖାମନେଇ ଇସ୍ରାଏଲୀ ଏବଂ ଆମେରିକୀୟ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହି ଘଟଣା ନିଶ୍ଚିତ ହୋଇଛି ଏବଂ ଇରାନରେ ଏକ ଜାତୀୟ…

ଦୁବାଇରେ ଫସିଛନ୍ତି ପିଭି ସିନ୍ଧୁ: ଏକ୍ସରେ ପୋଷ୍ଟ କରି  କହିଲେ…

ଦୁବାଇ,୩।୧: ତେହେରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ  କରିଥିଲେ। ପରେ ଏହାର  ଜବାବ ଇରାନ ମଧ୍ୟ ଦେଇଛି । ଇରାନ ଦୁବାଇର ବିଳାସପୂର୍ଣ୍ଣ ହୋଟେଲ,…

LPG Price Hike: ହୋଲି ପୂର୍ବରୁ ବଡ଼ ଝଟକା! ଆଜିଠୁ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ନୂଆ ମୂଲ୍ୟ…

ନୂଆଦିଲ୍ଲୀ, ୧।୩: ସାଧାରଣ ଲୋକଙ୍କ ପାଇଁ ବଡ଼ ଝଟକା। ହୋଲି ପୂର୍ବରୁ ୧ ମାର୍ଚ୍ଚରେ ୨୦୨୬ରେ ଏଲପିଜି ଦର ଅପଡେଟ୍ କରାଯାଇଛି। ହୋଲି ପୂର୍ବରୁ ମଧ୍ୟ ଗ୍ରାହକମାନେ…

ରାଜ୍ୟ ସଭା: କମନ୍‌ ପ୍ରାର୍ଥୀ ଦ୍ୱନ୍ଦ୍ୱ

ଭୁବନେଶ୍ୱର, ୧।୩(ସୁନିତ୍‌ ମିଶ୍ର): ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ହେବାକୁ ଥିବା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ବିଜେଡି ପକ୍ଷରୁ ଶନିବାର ରାଜ୍ୟ…

ଖାମନେଇଙ୍କ ହତ୍ୟାକୁ ନେଇ ଟ୍ରମ୍ପ କଲେ ବଡ଼ ଘୋଷଣା, ବିଶ୍ୱରେ ଚହଳ

ତେହରାନ,୧।୩: ଇସ୍ରାଏଲ ଇରାନର ସର୍ୱୋଚ୍ଚ ନେତା ଅଲି ଖାମନେଇଙ୍କ ମୃତ୍ୟୁ ଦାବି କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜେ ଖାମନେଇଙ୍କ ମୃତ୍ୟୁ ଦାବି କରିଛନ୍ତି। ଆମେରିକାର…

ଆମେରିକା-ଇସ୍ରାଏଲୀ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ପରଲୋକ

ତେହେରାନ,୧।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଛି। ଖାମେନେଇ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଆମେରିକୀୟ ସୂତ୍ର ଅନୁଯାୟୀ, ଖାମେନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri