‘ସାହିତ୍ୟ ସମାଜର ଦର୍ପଣ ସଦୃଶ୍ୟ ହେବା ଉଚିତ’

ତିର୍ତ୍ତୋଲ,୧୧ା୨(ଡି.ଏନ.ଏ.): ବାଲିଘର ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ଓ ଶିଶୁ କିଶୋର ସାହିତ୍ୟ ପତ୍ରିକା ‘ବାଲିଘର’ର ୩୦ତମ ବାର୍ଷିକୋତ୍ସବ ପଣ୍ଡୁଆ ପଞ୍ଚାୟତ ମୁଣ୍ଡିଦା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ, କବିତାପାଠ, ଆଲୋଚନାଚକ୍ର, ସମ୍ବର୍ଦ୍ଧନା ସଭା ଓ ବାଲିଘରର ବାର୍ଷିକ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନ ସଭାପତି ଅଜୟ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ମା, ମାଟି ଓ ମାତୃଭାଷାର ସୁରକ୍ଷା ଆମର ଦାୟିତ୍ୱ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ପ୍ରଫେସର ଡ.ନିତ୍ୟାନନ୍ଦ ସାହୁ ଯୋଗଦେଇ ସାହିତ୍ୟ ସମାଜର ଦର୍ପଣ ସଦୃଶ୍ୟ ହେବା ଉଚିତ ବୋଲି କହିଥିଲେ। ମୁଖ୍ୟବକ୍ତା ଦେବସ୍ନାନ ଦାସ, ବରେଣ୍ୟ ଅତିଥି ପ୍ରାକ୍ତନ ଉପଜିଲାପାଳ ନାରାୟଣ ନାୟକ, ସାମ୍ୟବାଦୀ ନେତା ଶଶିଭୂଷଣ ସ୍ବାଇଁ, ଆଇନଜୀବୀ ବୀରନାରାୟଣ ପାତ୍ର, ପୂର୍ବତନ ଜିଲାପରିଷଦ ସଭ୍ୟ ହେମନ୍ତ ନାୟକ, ସାମାଜିକ କର୍ମୀ ସୁନାକର ବେହେରା, ଶିକ୍ଷାବିତ ରାଜା ନିରଞ୍ଜନ ପ୍ରସାଦ ଦାସ ଓ ପୂର୍ବତନ ସରପଞ୍ଚ ବିଜୟ ଖଟେଇ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବାଲିଘର ସମ୍ପାଦକ କୈଳାସ ଚନ୍ଦ୍ର ସ୍ବାଇଁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଶିଷ୍ଟ ଶିଶୁ ସାହିତି୍ୟକ ତଥା ଆକାଶବାଣୀ କଟକ ଶିଶୁ ସଂସାର କାର୍ଯ୍ୟକ୍ରମର ପୂର୍ବତନ ବଡଭାଇ ନଦିୟା ବିହାରୀ ମହାନ୍ତିଙ୍କୁ ‘ବାଲିଘର ଶିଶୁ ସାହିତ୍ୟ ସମ୍ମାନ’, ପ୍ରଫେସର ବୈଷ୍ଣବ ସାମଲଙ୍କୁ ‘ବାଲିଘର ସାହିତ୍ୟ ସମ୍ମାନ’, ଡ. ମନୋରମା ବିଶ୍ୱାଳ ମହାପାତ୍ରଙ୍କୁ ‘ବାଲିଘର କବିତା ସମ୍ମାନ’, ଗାଳ୍ପିକ ରବି ପଣ୍ଡାଙ୍କୁ ‘ବାଲିଘର ଗଳ୍ପ ସମ୍ମାନ’, ବୈକୁଣ୍ଠନାଥ ମିଶ୍ରଙ୍କୁ ‘ବାଲିଘର ପ୍ରବନ୍ଧ ସମ୍ମାନ’, ସୁଶ୍ରୀ ଅନିନ୍ଦିତା ମିଶ୍ରଙ୍କୁ ‘ବାଲିଘର ଯୁବ ସମାଜସେବା ସମ୍ମାନ’ପ୍ରଦାନ କରାଯାଇଥିବାବେଳେ ସାହିତ୍ୟ ପତ୍ରିକା ଗୋକର୍ଣ୍ଣିକାର ସମ୍ପାଦକ ରମାକାନ୍ତ ଜେନା, କବି ପ୍ରହ୍ଲାଦ ମଲ୍ଲିକ, କବି ସଚ୍ଚିଦାନନ୍ଦ ମିଶ୍ର, ଖବରଦାତା ସନ୍ଦୀପ ଲେଙ୍କା, ସାମାଜିକକର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି, ଶିଶୁ ଶିଳ୍ପୀ ଅଙ୍କିତା ମଲ୍ଲିକ, ଗ୍ରାମାଞ୍ଚଳ କାର୍ଯ୍ୟକରୁଥିବା ବାବା ବଟମହାପୁରୁଷ ଯୁବକ ସଂଘ, ବେଊଁଳ ପ୍ରମୁଖଙ୍କୁ ବାଲିଘର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରିୟତମା ସାହୁ ଓ ଅନିନ୍ଦିତା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କବି ସମ୍ମିଳନୀରେ ଶତାଧିକ କବି ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ। ସହସମ୍ପାଦକ ପ୍ରଫେସର ଡ. ସଂଗ୍ରାମକେଶରୀ ସ୍ବାଇଁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri