ସାହସ ଭରିଲା ଯୁଦ୍ଧାବସାନ ବାଦ୍ୟ

ଭୁବନେଶ୍ୱର,୧।୨(ବ୍ୟୁରୋ): ପତାକା ଅବତରଣ ଉତ୍ସବ ୭ମ ବାଟାଲିୟନ ପଡିଆରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସୈନିକମାନଙ୍କୁ ଉତ୍ସାହିତ କରିଥିଲେ। ପୋଲିସ ବିଭାଗରୁ ୩୨୨ଜଣ ମ୍ୟୁଜିସିଆନ ଭାଗ ନେଇ ବିଭିନ୍ନ ପ୍ରକାର ବାଦ୍ୟ ବଜାଇବା ସହ ମିଲିଟାରୀ ମାର୍ଚ୍ଚ କରିଥିଲେ। ଯୁଦ୍ଧ ଓ ଯୁଦ୍ଧାବସାନ୍ୟ ବାଦ୍ୟ ଉପସ୍ଥିତ ଅତିଥି, ଅଧିକାରୀ ଓ ସୈନିକଙ୍କ ମନରେ ସାହସ ଭରିଦେଇଥିଲା। ଶେଷରେ ଘୁମୁରା ଓ ଅନ୍ୟ ଦେଶାତ୍ମବୋଧକ ସଙ୍ଗୀତ ସହ ନୃତ୍ୟ ନିଆରା ପରିବେଶ ସୃଷ୍ଟି କରିଥିଲା। ଏହାମଧ୍ୟରେ ସୂର୍ଯ୍ୟ ଅସ୍ତ ହେଉଥିବାବେଳେ ପତାକାକୁ ଅବତରଣ କରାଯାଇଥିଲା। ଶେଷରେ ଆତସବାଜି କାର୍ଯ୍ୟକ୍ରମ କରାଯାଇଥିଲା। ସୂର୍ଯ୍ୟାସ୍ତ ପରେ ସୈନ୍ୟମାନଙ୍କୁ ଯୁଦ୍ଧରୁ ନିବୃତ ରହିବା ଲାଗି ପୂର୍ବରୁ ଯୁଦ୍ଧାବସାନ ବାଦ୍ୟ ସହ ପତାକା ଅବତରଣ କରାଯାଉଥିଲା। ସେହି ସ୍ମୃତି ଓ ପରମ୍ପରାର ଏକ ଜୀବନ୍ତ କାର୍ଯ୍ୟକ୍ରମ ହେଉଛି ପତାକା ଅବତରଣ ଉତ୍ସବ।
ଅତିଥି ଭାବେ ଯୋଗଦେଇଥିବା ପୋଲିସ ଡିଜି ଅଭୟ କହିଛନ୍ତି, ପତାକା ଅବତରଣ ଉତ୍ସବ ପରାମ୍ପର ବହୁବର୍ଷ ଧରି ଚାଲିଆସୁଛି। ଯବାନଙ୍କ ମନରେ ସାହସ ଆଣିବା ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଦେଶ୍ୟ ଥିଲା। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ୧୮୪୮ର ରାଡ଼ିଟ୍ରକ୍‌ ମାର୍ଚ୍ଚ ସବୁଠୁ ଭଲ ହୋଇଥିଲା। ଆଗାମୀ ବର୍ଷରେ ଅଧିକରୁ ଅଧିକ ସାଧାରଣ ଲୋକେ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ଦେଶ ପାଇଁ ଲଢ଼ୁଥିବା ସୈନିକଙ୍କ ଦକ୍ଷତାକୁ ଜାଣିବେ ତାହାର ବ୍ୟବସ୍ଥା କରାଯିବ। ଏଭଳି ପରମ୍ପରା ହେଉଛି ପୋଲିସ ବିଭାଗର ପରିଚୟ। ସୈନିକ ଓ ଯବାନଙ୍କ ମନରେ ଏହା ଉତ୍ସାହ ତଥା ଗୌରବ ଆଣିବ। ତେବେ ଏହାକୁ ମାହାତ୍ମାଗାନ୍ଧୀ ମାର୍ଗରେ କରାଯିବାକୁ ଯୋଜନା ରଖାଯାଇଥିଲା। କିନ୍ତୁ ରାସ୍ତା ଶଙ୍କୁଚିତ ହେଉଥିବାରୁ ସେଠାରେ ଏହାର ଆୟୋଜନ କରିବା ସମ୍ଭବ ହୋଇ ନ ଥିଲା ବୋଲି ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri