ସାରା ରାଜ୍ୟରେ ବର୍ଷିଲା

ଭୁବନେଶ୍ୱର, ୧୩ା୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୋମବାର ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆହୁରି ଦୁଇଦିନ ଏଭଳି ବର୍ଷା ହେବା ସହ ବନ୍ୟା ଆସିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ସୋମବାର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଆଲର୍ଟ ଜାରି କରିଛନ୍ତି। ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ୨୪ ଘଣ୍ଟିଆ ଜରୁରିକାଳୀନ କେନ୍ଦ୍ର ଖୋଲି ନଜର ରଖିବାକୁ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ଆଶ୍ରୟସ୍ଥଳରେ ଆବଶ୍ୟକ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି। ସେହିଭଳି ଜଳମଗ୍ନ ହୋଇପଡ଼ୁଥିବା ରାସ୍ତା ଓ ବ୍ରିଜରେ ଗାଡ଼ିମୋଟର ଚଳାଚଳକୁ ବାରଣ କରାଯାଇଛି। ସର୍ଚ୍ଚ ଓ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଥିବାବେଳେ ଆବଶ୍ୟକ ସ୍ଥଳେ ଓଡ୍ରାଫ୍‌ ଟିମ୍‌କୁ ନିୟୋଜିତ କରାଯିବ। ଏଥିସହ ସ୍ବାସ୍ଥ୍ୟ ଓ ପରିମଳ ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି। ମଙ୍ଗଳବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ୧୩ ଓ ୧୪ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୋଳ, ଭଦ୍ରକ, କେନ୍ଦ୍ରାପଡ଼ା ଓ କଟକରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ତେବେ ସୋମବାର ଟିଟିଲାଗଡ଼ରେ ସର୍ବାଧିକ ୯୮ ମିଲିମିଟର ବର୍ଷା ହୋଇଥିବାବେଳେ ସୋନପୁର ୬୪, କଟକ ୫୦, ଭବାନୀପାଟଣା ୪୩, ବଲାଙ୍ଗୀର ୪୨, ମାଲକାନଗିରି ୩୮.୩, ପୁରୀ ୩୭, ପାରାଦୀପ ୩୬, ଫୁଲବାଣୀ ୨୪, ଝାରସୁଗୁଡ଼ା ଓ ଦାରିଙ୍ଗବାଡ଼ି ୨୩, ଭୁବନେଶ୍ୱର ୨୦.୬, ସମ୍ବଲପୁର ୨୦, ଚାନ୍ଦବାଲି ୧୫, ବାଲେଶ୍ୱର ୧୪, କେନ୍ଦୁଝର ୧୩, ସୁନ୍ଦରଗଡ଼ ୧୦, ଅନୁଗୋଳ ଓ ହୀରାକୁଦ ୮, ତାଳଚେର ୭, କୋରାପୁଟ ୬, ଗୋପାଳପୁର ୪, ବାରିପଦାରେ ୨.୪ ମିମି ହୋଇଥିବା ରେକର୍ଡ କରାଯାଇଛି। ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ହୋଇଉଠିଛି। ଗୋପାଳପୁର ବେଳାଭୂମିରେ ଉଚ୍ଚ ଜୁଆରି ଆସି କୂଳ ଧୋଇ ନେଉଛି। ତେଣୁ ୧୪ ତାରିଖ ଯାଏ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।
ଅନ୍ୟପକ୍ଷରେ ଉପର ମୁଣ୍ଡରେ ବର୍ଷା ହେବା ଫଳରେ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଏହାର ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ହୋଇଥିବାବେଳେ ସୋମବାର ମଧ୍ୟାହ୍ନରେ ଜଳସ୍ତର ୬୧୫.୬୫ ଫୁଟରେ ପହଞ୍ଚତ୍ଥିଲା। ଆଉ ଦୁଇଦିନ ମଧ୍ୟରେ ଜଳସ୍ତର ୬୧୭ ଫୁଟରେ ପହଞ୍ଚତ୍ବ ବୋଲି ଅନୁମାନ କରାଯାଉଛି। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ୮୦ ହଜାର ୭୫୨ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିବାବେଳେ ୧୮ ହଜାର ୭୮୪ କ୍ୟୁସେକ ନିଷ୍କାସିତ ହେଉଛି। ନିଷ୍କାସିତ ହେଉଥିବା ପାଣିରୁ ଜଳ ବିଦ୍ୟୁତ କେନ୍ଦ୍ର ମାଧ୍ୟମରେ ୧୫ ହଜାର ୧୩୨ କ୍ୟୁସେକ୍‌ ଓ କେନାଲ ବାଟେ ୩ ହଜାର ୫୫୫ କ୍ୟୁସେକ୍‌ ଛଡ଼ାଯାଉଥିବାବେଳେ ବିଭିନ୍ନ କଳକାରଖାନାକୁ ୧୭୦ କ୍ୟୁସେକ୍‌ ଯୋଗାଇ ଦିଆଯାଉଛି। ବର୍ଷା ଲାଗି ରହିଥିବାରୁ ୧୪ ତାରିଖ ଦିନ ୧୧ଟା ପରେ ଜଳ ଭଣ୍ଡାରର ଗେଟ୍‌ ଖୋଲାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏହି ସମୟରେ ମହାନଦୀକୁ ନ ଯିବାକୁ ସମ୍ବଲପୁର, ହୀରାକୁଦ ଓ ଆଖପାଖ ଅଞ୍ଚଳରେ ଡାକବାଜି ଯନ୍ତ୍ରରେ ସୂଚନା ଦିଆଯାଉଛି। ଯେଉଁମାନେ ନଦୀ ତଟ ପାଖରେ ବସବାସ କରୁଛନ୍ତି ସେମାନ ସୁରକ୍ଷିତ ସ୍ଥାନକୁ ଫେରିଆସିବା ପାଇଁ କୁହାଯାଇଛି। ଏଥିସହିତ ଗୃହପାଳିତ ପଶୁଙ୍କୁ ନ ଛାଡ଼ିବା ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri