ସାମାଜିକ କାର୍ଯ୍ୟରେ ଲୋକଙ୍କ ଯୋଗଦାନକୁ ପ୍ରୋତ୍ସାହନ ଦେଉଛି ଏନ୍‌ଜିଓ

ବିଶ୍ୱ ଏନ୍‌ଜିଓ ଦିବସ ପ୍ରତିବର୍ଷ ୨୭ ଫେବୃୟାରୀରେ ପାଳନ କରାଯାଏ। ୨୦୧୦ରେ କାଉନ୍‌ସିଲ ଅଫ୍‌ ବାଲ୍‌ଟିକ ସି ଷ୍ଟେଟ୍ସ (ସିବିଏସ୍‌ଏସ୍‌)ର ୯ମ ବାଲ୍‌ଟିକ ସି ଏନ୍‌ଜିଓ ଫୋରମ୍‌ର ୧୨ ସଦସ୍ୟ ରାଷ୍ଟ୍ର ଦ୍ୱାରା ସରକାରୀ ସ୍ତରରେ ଏପ୍ରିଲ ୨୦୧୨ରେ ଏହି ଦିବସକୁ ମନ୍ୟତା ପ୍ରଦାନ କରାଯାଇଥିଲା ।  ଜର୍ମାନୀର ବର୍ଲିନ ସ୍ଥିତ ହମବୋଲ୍ଡଟ ବିଶ୍ୱବିଦ୍ୟାଳୟରେ ଏହିି ଫୋରମର ବୈଠକ ଅନୁଷ୍ଠିତ ହୋଇଥିଲା। ବାଲ୍‌ଟିକ ସି ଏନ୍‌ଜିଓ ଫୋରମ୍‌ର ସଦସ୍ୟ ରାଷ୍ଟ୍ର ବେଲାରୁଷ୍‌ ,ଡେନ୍‌ମାର୍କ,ଏଷ୍ଟୋନିଆ,ଫିନ୍‌ଲାଣ୍ଡ,ଜର୍ମାନୀ,ଆଇସ୍‌ଲ୍ୟାଣ୍ଡ,ଲାଟ୍‌ଭିୟା,ଲିଥୁଆନିଆ,ପୋଲାଣ୍ଡ, ରୁଷିଆ,ନରଓ୍ବେ ଓ ସ୍ବିଡେନ ରହିଥିଲେ। ୟୁରୋପୀୟ ସଂଘ ଓ ଜାତିସଂଘର ନେତୃବୃନ୍ଦ ତଥା ଆନ୍ତର୍ଜାତିକ ସଂଗଠନଗୁଡିକ ଦ୍ୱାରା ୨୭ ଫେବୃୟାରୀ,୨୦୧୪ରେ ଫିନ୍‌ଲାଣ୍ଡର ହେଲ୍‌ସିଙ୍କିରେ ପ୍ରଥମ ଥର ଏହାକୁ ପାଳନ କରାଯାଇଥିଲା। ଏହି ଦିବସକୁ ୨୭ ଫେବୃୟାରୀରେ ବ୍ରିଟେନ୍‌ର ମାନବବାଦୀ ମାର୍କିସ ଲିଓର୍ସ ସ୍କାଡ୍‌ମାନିସ ପ୍ରତିଷ୍ଠା କରିଥିଲେ।
ଏନ୍‌ଜିଓରେ ସକ୍ରିୟ ଭାବେ ସାମିଲ ହେବା ଏବଂ ସମାଜ ଓ ବ୍ୟକ୍ତଗତ ଜୀବନ ମଧ୍ୟରେ ଅଧିକ ସମନ୍ବୟ ପ୍ରତିଷ୍ଠା କରିବାକୁ ପ୍ରୋତ୍ସାହିତ କରିବା ବିଶ୍ୱ ଏନ୍‌ଜିଓ ଦିବସର ମୁଖ୍ୟ ଉଦ୍ଦେଶ୍ୟ। ପରସ୍ପର ମଧ୍ୟରେ ଜ୍ଞାନ ଓ ଅନୁଭବ ଆଦାନ ପ୍ରଦାନ ଲାଗି ଏହି ଦିବସରେ ସୁଯୋଗ ମିଳେ। ଏନଜିଓର ସମାଜରେ କ’ଣ ପ୍ରଭାବ ରହିଛି ସେ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯାଏ। ଏହି ଅବସରରେ ଏନ୍‌ଜିଓ ପ୍ରତିଷ୍ଠାତା,କର୍ମଚାରୀ,ସ୍ବୟଂସେବକ, ସଦସ୍ୟ ଓ ସମର୍ଥକଙ୍କୁ ମନେପକାଇବା ସହ ସମ୍ମାନିତ କରାଯାଏ। ୨୦୧୦ରୁ ୨୦୧୯ ମଧ୍ୟରେ ବିଶ୍ୱ ଏନ୍‌ଜିଓ ଦିବସ ବିଶ୍ୱର ପ୍ରାୟ ୯୬ ଟି ଦେଶରେ ପାଳନ କରାଯିବା ଦେଖାଯାଇଛି। ସାମାଜିକ , ଅର୍ଥନୈତିକ , ପରିବେଶ, ମାନବିକ ଅଧିକାର ଆଦି କ୍ଷେତ୍ରରେ ବିକାଶ ଆଣିବା ତଥା ଲୋକମାନଙ୍କର ଏହି କ୍ଷେତ୍ରରେ ଯୋଗଦାନକୁ ପ୍ରୋତ୍ସାହିତ କରିବାରେ ଏନ୍‌ଜିଓର ଭୂମିକା ଯଥେଷ୍ଟ ରହିଛି। ଏଣୁ ବିଭିନ୍ନ କ୍ଷେତ୍ରରେ ଏନଜିଓର କାର୍ଯ୍ୟ ପରିସରକୁ ଆହୁରି ବ୍ୟାପକ କରିବା ଲାଗି ଏହି ଦିବସ ଆହ୍ବାନ ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri