ସାମାଜିକ ଅର୍ଥନୈତିକ ବିକାଶରେ ଜାତିସଂଘ

୧୯୪୫ ଜୁନ୍‌ ୨୬ରେ ୫୦ଟି ଦେଶ ଜାତିସଂଘ ଅଧିକାରପତ୍ରରେ ସ୍ବାକ୍ଷର କରିବା ପରେ ଜାତିସଂଘ ଅକ୍ଟୋବର୨୪,୧୯୪୫ରେ ସ୍ଥାପିତ ହୋଇଥିଲା। ଏହି ସମୟରେ ଚାଇନା ୟୁନାଇଟେଡ୍‌ ଷ୍ଟେଟ୍‌, ଫ୍ରାନ୍ସ, ସଂଯୁକ୍ତ ରାଜ୍ୟ, ୟୁନାଇଟେଡ୍‌ କିଙ୍ଗଣ୍ଡମ୍‌ ଓ ସୋଭିଏଟ୍‌ ସଂଘ ଏହାକୁ ସ୍ବୀକୃତି ଦେଇଥିଲେ । ୧୯୪୮ରେ ଜାତିସଂଘ ସାଧାରଣ ପରିଷଦ ଜାତିସଂଘର ଲକ୍ଷ୍ୟ ଓ ଉପଲବ୍ଧି ତଥା ଲୋକମାନଙ୍କର ସମର୍ଥନ ସମ୍ବନ୍ଧରେ ସୂଚନା ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୨୪କୁ ଜାତିସଂଘ ଦିବସ ଭାବେ ପାଳନ କରାଯିବା ପାଇଁ ଘୋଷଣା କରିଥିଲା। ବିଶ୍ୱର ବିଭିନ୍ନ ଦେଶରେ ଥିବା ଜାତିସଂଘ ସୂଚନା କେନ୍ଦ୍ରଗୁଡିକ ଦ୍ୱାରା ଜାତିସଂଘ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହା ୬୩ଟି ଦେଶରେ ରହିଛି। ଭାରତରେ ୧୯୪୭ରୁ ଏହା କାର୍ଯ୍ୟ କରୁଛି। ଏହି କେନ୍ଦ୍ର ମାଧ୍ୟମରେ ଜାତିସଂଘ ତା’ର ବାର୍ତ୍ତା ବିଭିନ୍ନ ଦେଶରେ ପ୍ରସାର କରିବା ସହ ବିଶ୍ୱର ସବୁ ଲୋକଙ୍କୁ ଯୋଡିବାରେ ଲାଗିଛି। ଜାତିସଂଘ ଏହି କେନ୍ଦ୍ର ସାହାଯ୍ୟରେ ଦେଶର ନିର୍ବାଚିତ ପ୍ରତିନିଧି, ସରକାରୀ ଅଧିକାରୀ, ଗଣମାଧ୍ୟମ,ସମାଜସେବୀ ତଥା ବୁଦ୍ଧିଜୀବୀ, ଛାତ୍ର, ଶିକ୍ଷକ ଓ ବୈଜ୍ଞାନିକଙ୍କୁ ନୂଆ ସୂଚନା ପ୍ରଦାନ କରିଥାଏ। ଜାତିସଂଘ ଦିବସ ପାଳନ ଅବସରରେ ଏହାର ସଫଳତା ଓ କାର୍ଯ୍ୟଧାରାକୁ ଲୋଙ୍କ ପାଖରେ ପହଞ୍ଚାଇବାରେ ଏମାନଙ୍କର ମହତ୍ତ୍ୱପର୍ଣ୍ଣ ଭୂମିକା ରହିଥାଏ। ଏହାର ବିଭିନ୍ନ କାର୍ଯ୍ୟଧାରା ଉପରେ ସେମିନାର ମଧ୍ୟ ଆୟୋଜନ କରାଯାଏ।
ଜାତିସଂଘ ବିଶ୍ୱରେ ୮୦ଟି ଦେଶରେ ୮୦ ମିଲିୟନ ଲୋକଙ୍କୁ ଖାଦ୍ୟ ଯୋଗାଇବା ସହ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ଦିଗରେ କାର୍ଯ୍ୟ କରୁଛି। ବିଶ୍ୱରେ ପିଲାମାନଙ୍କ ପାଇଁ ଆବଶ୍ୟକ ହେଉଥିବା ମୋଟ୍‌ ଟିକାର ୪୫ ପ୍ରତିଶତ ଯୋଗାଉଛି। ଏହାଦ୍ୱାରା ଜାତିସଂଘ ବର୍ଷକୁ ୩ ମିଲିୟନ ପିଲାଙ୍କ ଜୀବନ ବଞ୍ଚାଇପାରୁଛି। ଯୁଦ୍ଧ ଓ ପ୍ରାକୃତିକ ବିପର୍ଯ୍ୟୟ ଓ ଉପତ୍ୀଡନ ଦ୍ୱାରା ପ୍ରଭାବିତ ୬୫.୩ ମିଲିୟନ ଲୋକଙ୍କୁ ଜାତିସଂଘ ସାହାଯ୍ୟ ଓ ସହଯୋଗ ବି କରିଆସୁଛି। ବିଶ୍ୱତାପନ କିପରି ହ୍ରାସ ପାଇବ ସେଥିପାଇଁ ୧୯୫ଟି ଦେଶ ସହ ମିଶି କାର୍ଯ୍ୟ କରୁଛି। ୪ଟି ଦେଶରେ ୧୫ଟି ଅପରେଶନ୍‌ରେ ୧,୧୭,୦୦୦ ଶାନ୍ତିଦୂତଙ୍କ ସହଯୋଗରେ ଶାନ୍ତି ଆଣିବାର ଚେଷ୍ଟା ଜାରି ରଖିଛି। ଜାତିସଂଘ ଦାରିଦ୍ର୍ୟ ବିରୋଧରେ ଲଢେଇ କରୁଛି ଓ ୧.୧ ବିଲିୟନ ଲୋକଙ୍କ ଜୀବନରେ ସୁଧାର ଆଣିବା ପାଇଁ ସହଯୋଗ କରୁଛି। ବିଶ୍ୱରେ ୮୦ଟି ଚୁକ୍ତିନାମା ବା ଘୋଷଣାପତ୍ର ମାଧ୍ୟମରେ ମାନବ ଅଧିକାରର ସୁରକ୍ଷା ଓ ପ୍ରସାର କରିବାରେ ମୁଖ୍ୟ ଭୂମିକା ନିଭାଉଛି। ଜାତିସଂଘ ୯୩.୫ ମିଲିୟନ ଲୋକଙ୍କ ଆବଶ୍ୟକତା ପୂରଣ କରିବାର ଆଗ୍ରହ ପ୍ରକାଶ କରି ୨୨.୫ ବିଲିୟନ ଆମେରିକୀୟ ଡଲାର୍‌ର ଯୋଗାଡ କରିବା ଏହାର ବିଶ୍ୱମୁଖୀ କାର୍ଯ୍ୟଧାରାର ଏକ ଉଦାହରଣ। ବିଶ୍ୱସ୍ତରରେ ଦେଖାଯାଉଥିବା ବିଭିନ୍ନ ବିବାଦର ସମାଧାନ କରିବା ପାଇଁ କୂଟନୀତି ସ୍ତରରେ ସମାଧାନ କରିବାରେ ଏହା ମୁଖ୍ୟ ଭୂମିକା ନେଉଛି। ମାଟରନାଲ ହେଲ୍‌ଥର ବିକାଶ ଲାଗି କାର୍ଯ୍ୟ କରିବା ସହ ମାସକୁ ୧ ମିଲିୟନ ମହିଳାଙ୍କୁ ଗର୍ଭଧାରଣ ଜନିତ ବିପଦରୁ ମୁକ୍ତ କରିପାରୁଛି। ସମ୍ପ୍ରତି ବିଶ୍ୱରେ ସାମାଜିକ, ଅର୍ଥନୈତିକ ତଥା ସୁରକ୍ଷା କ୍ଷେତ୍ରରେ ସୁଧାର ଆଣିବା ପାଇର୍ଁ ଜାତିସଂଘର ଭୂମିକା ଗୁରୁତ୍ୱପୂର୍ଣ୍ଣ ମନେହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri