Posted inଜାତୀୟ

ସାଧାରଣ ଲୋକଙ୍କ ସୂଚନା ଅଧିକାରକୁ ଦୁର୍ବଳ କରୁଛନ୍ତି ମୋଦି ସରକାର: ସୋନିଆ

ନୂଆଦିଲ୍ଲୀ,୨୩।୭: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ୨୦୦୫ ସୂଚନା ଅଧିକାର ଆଇନର ସଂଶୋଧନ ପାଇଁ ଆଗତ ହୋଇଥିବା ପ୍ରସ୍ତାବ ପାସ୍‌ ହୋଇଛି। ତେବେ ଏହାର ସଂଶୋଧନ ଦ୍ୱାରା ସାଧାରଣ ଲୋକଙ୍କ ସୂଚନା ଅଧିକାର ଦୁର୍ବଳ ହେବାର ଆଶଙ୍କା ରହିଛି ବୋଲି ସୋନିଆ କହିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ସୂଚନା ଅଧିକାର ଆଇନ ଦ୍ୱାରା ୬୦ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇପାରିଛନ୍ତି। ଏହା ଅନ୍ତର୍ଗତ ଆବଶ୍ୟକ ସୂଚନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିଛି। ଫଳରେ ପ୍ରତିଟି କ୍ଷେତ୍ରରେ ସ୍ବଚ୍ଛତା ନିଶ୍ଚିତ ହୋଇପାରୁଛି। ତେବେ କେନ୍ଦ୍ର ସରକାର ସୂଚନା ଅଧିକାର ଆଇନର ସଂଶୋଧନ କରି ସାଧାରଣ ଜନତାଙ୍କ ଅଧିକାରର ପରିସୀମାକୁ ସଙ୍କୁଚିତ କରିବାର ଉଦ୍ୟମ କରୁଛନ୍ତି। କେନ୍ଦ୍ର ସରକାର ଲୋକସଭାରେ ସଂଖ୍ୟା ଗରିଷ୍ଠ ରହିଥିବାରୁ ଏହି ପ୍ରସ୍ତାବ ସହଜରେ ପାସ୍‌ ହୋଇଛି। ମାତ୍ର ଏହାର ନକାରାତ୍ମକ ପରିଣାମ ଦେଶର ସାଧାରଣ ଜନତା ହିଁ ଭୋଗିବେ ବୋଲି ସୋନିଆ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସର୍ତ୍ତରେ ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ: ମାନିବାକୁ ସରକାର ଦେଲେ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୨୪।୭: ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଜନ୍ତର ମନ୍ତରରେ ଅନଶନ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥା ସଂସ୍କାର ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ସେ ୨୩ ଜୁଲାଇରେ ତାଙ୍କର…

ହୋଇଯାନ୍ତୁ ସତର୍କ…ଅନଶନ ଭାଙ୍ଗିବା ପରେ କାହିଁକି ଏମିତି ଅପିଲ୍‌ କଲେ ଓ୍ବାଙ୍ଗଚୁକ୍‌

ନୂଆଦିଲ୍ଲୀ,୨୪।୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ଗତ ୨୬ ଦିନ ଧରି ପେପର ଲିକ ପ୍ରସଙ୍ଗରେ ଅନଶନରେ ବସିଥିଲେ। କିନ୍ତୁ ଏବେ ଏହାକୁ ସମାପ୍ତ କରିଛନ୍ତି। ଗୁରୁବାର…

ଏହି ପ୍ରସଙ୍ଗରେ ଜବାବ ରଖିଲେ ନବୀନ-ପାଣ୍ଡିଆନ୍‌: ରାଜନୈତିକ ଉଦ୍ଦେଶ୍ୟ…

ଭୁବନେଶ୍ୱର,୨୪।୭(ତ୍ରିନାଥ ମହାନ୍ତି):ତତ୍କାଳୀନ ୫ଟି ସଚିବ ଥିବା ଭିକେ ପାଣ୍ଡିଆନଙ୍କ ହେଲିକପ୍ଟରରେ ବୁଲିବା ଖର୍ଚ୍ଚ ମାମଲାରେ କୋର୍ଟରେ ଜବାବ ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ।…

ସପ୍ତାହେ ଯାଏ ଛେଚିବ: ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୪ା୭ (ବନ୍ଦନା ସେଠୀ):ସମୁଦ୍ର ପତ୍ତନରେ ଜାରି ରହିଥିବା ଟ୍ରଫ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟରେ ଆହୁରି ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ସମ୍ଭାବନା ରହିଛି। ସେହିପରି…

ଅନଶନ ଭାଙ୍ଗିବା ପରେ ଏମିତି କହିଦେଲେ ସୋନମ ଓ୍ବାଙ୍ଗଚୁକ୍‌: ମୁଁ ଖୁବ୍‌ଶୀଘ୍ର…

ନୂଆଦିଲ୍ଲୀ,୨୪।୭:ସରକାରଙ୍କ ପକ୍ଷରୁ ତାଙ୍କ ଦାବି ପୂରଣ ହେବାର ପ୍ରତିଶ୍ରୁତି ପାଇବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ତାଙ୍କର ଅନଶନ ସମାପ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ…

ପେପର ଲିକ୍‌ ମାମଲାରେ ସରକାରଙ୍କ ପକ୍ଷରୁ ବଡ଼ ଧରଣର ଅଦଳବଦଳ: ଶିକ୍ଷା ମନ୍ତ୍ରଣାଳୟରୁ ହଟିଲେ…

ନୂଆଦିଲ୍ଲୀ,୨୪।୭: ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ମଧ୍ୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟର…

ରାତି ଅଧରେ ଭିଡ଼ିଓ କରି ଏମିତି କହିଲେ ପ୍ରଧାନମନ୍ତ୍ରୀ: ଦେଶରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଳମ୍ବିତ ରାତିରେ ଏକ ଭିଡିଓ ସନ୍ଦେଶ ଜାରି କରି ଦେଶର ଯୁବପିଢ଼ି ଏବଂ ସାଧାରଣ ଜନତାଙ୍କୁ ଭରସା ଦେଇଛନ୍ତି ଯେ…

ଆଜି ଦେଶବ୍ୟାପୀ ବିକ୍ଷୋଭ ଡାକରା: ଜାଣନ୍ତୁ କ’ଣ ଖୋଲା, କ’ଣ ବନ୍ଦ

ନୂଆଦିଲ୍ଲୀ,୨୪ା୭: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ଗତ ୨୦ ତାରିଖ ଚଲୋ ସଂସଦ ଅଭିଯାନ ବେଳେ ଛାତ୍ରୀଛାତ୍ରଙ୍କ ଉପରେ ଲାଠିମାଡ଼ କରାଯିବାରୁ ଅନେକେ ଆହତ ହୋଇଥିଲେ। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri