Posted inଖେଳ

ସାଥୀ ଖେଳାଳିଙ୍କ ସ୍ତ୍ରୀଙ୍କୁ ପ୍ରେମ କରି ବିବାହ କରିଥିଲେ ଏହିସବୁ କ୍ରିକେଟର୍‌

କୁହାଯାଏ, ପ୍ରେମ ମାନେନା ବନ୍ଧବାଡ। କେତେବେଳେ କାହାକୁ ପ୍ରେମ ହୋଇଯାଏ ତାହା କହିବା ମୁସ୍କିଲ୍‌। କ୍ରିକେଟର୍‌ମାନଙ୍କ କ୍ଷେତ୍ରରେ ମଧ୍ୟ ସେମିତି ଘଟିଛି। କିଛି ଖେଳାଳି ସାଥୀ ଖେଳାଳିଙ୍କ ସ୍ତ୍ରୀଙ୍କୁ ମନ ଦେଇ ବସିିଛନ୍ତି। ପ୍ରଥମେ ବିବାଦ ଦେଖାଦେଇଥିଲେ ମଧ୍ୟ ଶେଷରେ ତାଙ୍କୁ ବିବାହ କରିଛନ୍ତି। ଆସନ୍ତୁ ଜାଣିବା ସେହି କ୍ରିକେଟରଙ୍କ ସମ୍ପର୍କରେ…
ମୁର୍‌ଲୀ ବିଜୟ
ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ମୁର୍‌ଲୀ ବିଜୟ ସାଥୀ ଖେଳାଳି ଦିନେଶ କାର୍ତ୍ତିକଙ୍କ ସ୍ତ୍ରୀ ନିକିତାଙ୍କ ପ୍ରେମରେ ପଡିଥିଲେ। ଏନେଇ ବହୁ ବାଦବିବାଦ ମଧ୍ୟ ଦେଖାଯାଇଥିଲା। ଉଭୟ ପଡିଆରେ ଏକାଠି ଖେଳୁଥିଲେ ମଧ୍ୟ କଥାବାର୍ତ୍ତା ହେଉ ନ ଥିଲେ। ନିକିତା ଓ ମୁର୍‌ଲୀଙ୍କ ବନ୍ଧୁତା କେତେବେଳେ ପ୍ରେମରେ ପରିଣତ ହୋଇଯାଇଥିଲା, ସେମାନେ ଜାଣି ପାରି ନ ଥିଲେ। ପରେ ଦିନେଶ ଓ ନିକିତାଙ୍କ ଛାଡପତ୍ର ହୋଇଥିଲା ଓ ମୁର୍‌ଲୀ ଓ ନିକିତା ବିବାହ କରିଥିଲେ। ଯେଉଁ ସମୟରେ ନିକିତା ଓ ମୁର୍‌ଲୀଙ୍କ ବିବାହ ହୋଇଥିଲା, ସେହି ସମୟରେ ନିକିତା ଗର୍ଭବତୀ ଥିଲେ। ସେ ଦିନେଶ କାର୍ତ୍ତିକଙ୍କ ପିଲାର ମା’ ହେବା ପାଇଁ ଯାଉଥିଲେ। ବିବାହ ପରେ ମୁର୍‌ଲୀ ବିଜୟ ଉଭୟ ନିକିତା ଓ କାର୍ତ୍ତିକଙ୍କ ପିଲାକୁ ଆପଣାଇ ନେଇଥିଲେ।

ଉପୁଲ ଥରଙ୍ଗା
ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ଉପୁଲ ଥରଙ୍ଗା ସାଥୀ ଖେଳାଳି ତିଲକରତ୍ନେ ଦିଲସାନଙ୍କ ସ୍ତ୍ରୀ ନିଲାଙ୍କା ବିଦାଜେଙ୍କ ସହ ବିବାହ କରିଛନ୍ତି। ଦିଲସାନଙ୍କୁ ବିବାହ ପରେ ନିଲାଙ୍କା ଓ ଉପୁଲଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ହୋଇଥିଲା। ଦିଲସାନ ଏବିଷୟରେ ଜାଣିବା ପରେ ନିଲାକାଙ୍କୁ ଛାଡପତ୍ର ଦେଇଥିଲେ। ପରେ ଉପୁଲ ଓ ନିଲାଙ୍କା ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିସ୍‌ ହଷ୍ଟେଲ୍‌ରୁ ମିଳିଲା ଜଣେ ଛାତ୍ରଙ୍କ ମୃତଦେହ: ବଢୁଛି ସନ୍ଦେହ

ଭୁବନେଶ୍ୱର,୨୧।୨(ତ୍ରିନାଥ ମହାନ୍ତି):ଇନ୍‌ଫୋସିଟି ଥାନା ଅନ୍ତର୍ଗତ କିସ୍‌(କଳିଙ୍ଗ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ସୋସିିଆଲ ସାଇନ୍ସ)ରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଛାତ୍ର ହେଲେ ଚନ୍ଦନ ସବର। ତାଙ୍କ…

ବାଇକକୁ ପିଟିଲା ଟ୍ରକ, ଚାପି ହୋଇ ବାଇକ ଆରୋହୀଙ୍କ ଜୀବନ ଗଲା

ବାଲେଶ୍ୱର, ୨୧।୨( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି…

ଧସିଲା ଜଳସେଚନ ବିଭାଗର ସର୍ବପୁରାତନ କେନାଲ ବ୍ରିଜ୍‌, ଯାତାୟାତ ଠପ୍‌

ଜୟପୁର,୨୧।୨(ପବନ ପାଣିଗ୍ରାହୀ): ଜଳସେଚନ ବିଭାଗର ଏହି ସର୍ବପୁରାତନ କେନାଲ ବ୍ରିଜ ଧସିଯାଇଛି । ଫଳରେ ଜୟପୁର ସହରରୁ ବାରିଣୀପୁଟ ପଞ୍ଚାୟତର ଅନେକ ଗାଁକୁ ଯାତାୟତ ଠପ୍ ହୋଇଯାଇଛି…

ନାଣ୍ଡୁ ଆଣିଥିଲେ ବନ୍ଧୁକ, ଚଳାଇଲେ ଉତ୍କଳ କେଶରୀ

କଟକ,୨୧।୨(କାର୍ତ୍ତିକ ସାହୁ):କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ଗୁଳିକାଣ୍ଡ ମାମଲାରେ କମିଶନରେଟ ପୋଲିସ ୫ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ହୁକୁ…

ପତ୍ନୀଙ୍କୁ ଚାପୁଡ଼ା ମାରିବା ନିଷ୍ଠୁରତା ନୁହେଁ…. କାହିଁକି ଏଭଳି କହିଲେ ହାଇକୋର୍ଟ ଜାଣନ୍ତୁ

ଚଣ୍ଡିଗଡ଼,୨୧।୨: ଗୁଜରାଟ ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ବର୍ତ୍ତମାନ ଦେଶବ୍ୟାପୀ ଆଲୋଚନାର ବିଷୟ ପାଲଟିଛି । କେତେକ ଏହାକୁ ଧାର୍ମିକ ବୋଲି କହୁଥିବା ବେଳେ ଅନ୍ୟମାନେ ଏହାକୁ ସମ୍ପୂର୍ଣ୍ଣ…

ଟି୨୦ ବିଶ୍ୱକପ ମଝିରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଏହି କ୍ରିକେଟର୍‌: ଛାଡ଼ପତ୍ର ପରେ…

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ମଧ୍ୟରେ ଭାରତୀୟ ଦଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଷ୍ଟାର ସ୍ପିନର ରାହୁଲ ଚହରଙ୍କ ଛାଡ଼ପତ୍ର ହୋଇଛି।…

ଫେବୃଆରୀ ୨୩ ତାରିଖରେ କୁମ୍ଭ ରାଶିରେ ଅଙ୍ଗାରକ ଯୋଗ, ୩ ରାଶିକୁ ସତର୍କ….

ଯେତେବେଳେ ମଙ୍ଗଳ ଏବଂ ରାହୁଙ୍କ ସଂଯୋଗ ହୁଏ, ଅଙ୍ଗାରକ ଯୋଗ ସୃଷ୍ଟି ହୁଏ। ୨୩ ଫେବୃଆରୀରେ ମଙ୍ଗଳ ମକର ରାଶି ଛାଡି କୁମ୍ଭ ରାଶିରେ ପ୍ରବେଶ କରିବେ…

ତୁମମାନଙ୍କ ଯୋଗୁ ମୋ ବାପା ହଇରାଣ ହେଲେ….ଶଙ୍ଖ ଭବନରୁ ଆସିଲା ପୁଣି ଏକ ରୋଚକ ଘଟଣା

ଭୁବନେଶ୍ୱର, ୨୧।୨(ସୁନିତ୍‌ ମିଶ୍ର):ବିଜେଡି ଭିତରେ ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ନେତାମାନେ ପରସ୍ପର ବିରୋଧରେ ବିଷ ଓକାଳିବାରେ ଲାଗିଛନ୍ତି। ଏବେ ସେହି ଧାରା ତୀବ୍ର ହେବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri