ସାତପଡ଼ାରୁ କୋଣାର୍କ ପାଟ୍ରୋଲିଂ କଡ଼ାକଡ଼ି

ପୁରୀ ଅଫିସ, ୮ା୧୨

ପୁରୀ ସମେତ କୋଣାର୍କ, ଚିଲିକା, ଚନ୍ଦ୍ରଭାଗା ଆଦି ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବର୍ଷତମାମ୍‌ ଦେଶ ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢିଯାଏ। ତେବେ ବିଭିନ୍ନ ସମୟରେ ଏସବୁ ସ୍ଥାନରେ ଯାତ୍ରୀ, ପର୍ଯ୍ୟଟକ ଶୋଷଣ ସାଙ୍ଗକୁ ଲୁଟ୍‌ର ଶିକାର ନେଇ ଅଭିଯୋଗ ଉଠେ। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ପୋଲିସ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ିି କରିଥିବା ବେଳେ ଏକାଧିକ ଯୋଜନା ପ୍ରସ୍ତୁତ କରିଛି।
ଶନିବାର ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି, ୨/୩ବର୍ଷ ପୂର୍ବେ ୧୮ଜଣ ପୋଲିସ କର୍ମଚାରୀଙ୍କୁ ନେଇ ପୁରୀ ଜିଲାରେ ଟୁରିଷ୍ଟ ପୋଲିସ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ପର୍ଯ୍ୟଟନ ବିଭାଗ ପାଟ୍ରୋଲିଂ ଲାଗି ୪ଟି ଗାଡ଼ି ଦେଇଥିଲା। ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ମଧ୍ୟରୁ କେତେଜଣଙ୍କୁ ବଛାଯାଇ ଭୁବନେଶ୍ୱରରେ ୧୫ ଦିନିଆ ଟ୍ରେନିଂ ଦିଆଯାଇଛି। ସେହି ଟୁରିଷ୍ଟ ପୋଲିସଙ୍କ ମାଧ୍ୟମରେ ୪ଟି ଗାଡ଼ିି ପାଟ୍ରୋଲିଂ କରୁଛି। ସାତପଡ଼ାରୁ କୋଣାର୍କ ପର୍ଯ୍ୟନ୍ତ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ପୁରୀ-କୋଣାର୍କ ମଧ୍ୟରେ ୨ଟି (ପୁରୀରୁ ବାଲିଘାଇ, କୋଣାର୍କରୁ ବାଲିଘାଇ) ଏବଂ ପୁରୀ-ସାତପଡ଼ା ମଧ୍ୟରେ ୨ଟି (ପୁରୀରୁ ବ୍ରହ୍ମଗିରି, ସାତପଡ଼ାରୁ ବ୍ରହ୍ମଗିରି) ଗାଡ଼ି ପାଟ୍ରୋଲିଂ କରୁଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଡାଏଲ ୧୦୦ କଣ୍ଟ୍ରୋଲ ରୁମ୍‌ ସହିତ ଏବେ ୨ଟି ହେଲ୍‌ପ ଲାଇନ ନମ୍ବର ଯୋଡ଼ାଯାଇଛି। ଏହି ନମ୍ବର ସାତପଡ଼ାରୁ କୋଣାର୍କ ମଧ୍ୟରେ ବିଭିନ୍ନ ସ୍ଥାନରେ ଲଗାଯାଇଛି। କୌଣସି ପର୍ଯ୍ୟଟକ ବିପଦରେ ପଡ଼ି ଯଦି ଫୋନ କରନ୍ତି ତେବେ ଟୁରିଷ୍ଟ ପାଟ୍ରୋଲିଂ ଗାଡ଼ିି ତୁରନ୍ତ ଖବର ପାଇପାରିବ। ଆଖପାଖରେ ଯଦି ଟୁରିଷ୍ଟ ଗାଡ଼ିି ନ ଥିବ ତା’ହାଲେ ପିସିଆର ଭ୍ୟାନ୍‌ ନଚେତ ଥାନା ଗାଡ଼ି ପହଞ୍ଚତ୍ବ। ଟୁରିଷ୍ଟ ପାଟ୍ରୋଲିଂ ଗାଡ଼ିିରେ ମହିଳା କର୍ମଚାରୀ ବି ରହୁଛନ୍ତି। ଯଦି କୌଣସି ଜାଗାରେ ମହିଳା କିମ୍ବା ଯୁବତୀ ପର୍ଯ୍ୟଟକ ଅସୁବିଧାରେ ପଡ଼ନ୍ତି ସେମାନଙ୍କୁ ତୁରନ୍ତ ସହଯୋଗ ଯୋଗାଇ ଦିଆଯିବ। ନିକଟରେ ସବୁ ଥାନା ଗାଡ଼ି, ପିସିଆର ଭ୍ୟାନ ଏବଂ ଟୁରିଷ୍ଟ ପୋଲିସ ଗାଡ଼ିିକୁ ଜିପିଏସ୍‌ ମାଧ୍ୟମରେ ଯୋଡ଼ାଯାଇଛି। ଏହାଦ୍ୱାରା କଣ୍ଟ୍ରୋଲ ରୁମ୍‌ରେ ଗାଡ଼ିିଗୁଡ଼ିକର ଗତିବିଧି ଉପରେ ନଜର ରଖାଯାଇପାରିବ। ସେହିପରି ଓଡ଼ିଶା ମାଇନିଂ କର୍ପୋରେଶନ ପକ୍ଷରୁ ଅତ୍ୟାଧୁନିକ ୮ଟି ପିସିଆର (ଇନୋଭା ଭଳି ଗାଡ଼ିି) ପୁରୀ ପାଇଁ ମଞ୍ଜୁର ହୋଇଛି। ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଏହି ୮ଟି ଗାଡ଼ିି ଖୁବ୍‌ଶୀଘ୍ର ଆସିବ। ପୁରୀ ସହର ମଧ୍ୟରେ ଏହି ଗାଡ଼ିଗୁଡ଼ିକ ପାଟ୍ରୋଲିଂ କରିବ। ଫଳରେ ସହରବାସୀ ଏବଂ ପର୍ଯ୍ୟଟକଙ୍କୁ ତୁରନ୍ତ ସେବା ମିଳିପାରିବ। ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ମୁଖ୍ୟତଃ ୪ଟି ଜାଗାରେ ଶୋଷଣ ହେଉଥିବା ଅଭିଯୋଗ ହେଉଛି। ସାତପଡ଼ାରେ ପର୍ଯ୍ୟଟକ ଡଙ୍ଗା ବୁକିଂ, ନକଲି ମୋତି ବିକ୍ରି, ଗାଡ଼ିି ଭଡ଼ାରେ ନେବା ଏବଂ ହୋଟେଲ ବୁକିଂ ସମୟରେ ଶୋଷଣର ଶିକାର ହେଉଛନ୍ତି। ତେଣୁ ଏହି ୪ଟି ଜାଗା ଉପରେ ଆମର ସ୍ବତନ୍ତ୍ର ନଜର ରହିବ। ସେହିପରି ହେଲ୍‌ପ ଲାଇନ ନମ୍ବର ସବୁ ହୋଟେଲ ରିସେପ୍ସନରେ ଲଗାଇବାକୁ ବ୍ୟବସ୍ଥା କରୁଛୁ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ବେଳାଭୂମିରେ ୧୦୦ ଜଣ ଲାଇଫ୍‌ଗାର୍ଡ ପର୍ଯ୍ୟାପ୍ତ ହେଉନାହାନ୍ତି। ତେଣୁ କେତେଜଣ ସ୍ବେଚ୍ଛାସେବୀଙ୍କ ସାହାଯ୍ୟ ନେବା ପାଇଁ ଚେଷ୍ଟା କରୁଛୁ। ବିଭିନ୍ନ ସ୍ଥାନରେ ସୂଚନାଫଳକ ଲାଗୁଥିଲେ ବି ପର୍ଯ୍ୟଟକମାନେ ଏହାକୁ ଅନୁସରଣ କରୁନାହାନ୍ତି। ତେଣୁ ପର୍ଯ୍ୟଟନ ଋତୁକୁ ନଜରରେ ରଖି ୨/୩ ମାସ ପାଇଁ ବେଳାଭୂମିର ୨/୩ଟି ଜାଗାରେ ଟେଣ୍ଟ ପକାଇବାକୁ ଯୋଜନା କରୁଛୁ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri