ସାତକୋଶିଆ: ସାଇକେଲରେ ବୁଲି ଦେଖିହେବ ବନ୍ୟଜନ୍ତୁ

ବନ୍ତଳା,୩ା୧ – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ଶୋଭା ବୃଦ୍ଧି କରାଯିବ। ପ୍ରତିବର୍ଷ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ପକ୍ଷରୁ ୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏ ନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଅଭୟାରଣ୍ୟର କେତେକ ସ୍ଥାନରେ ଏଥିପାଇଁ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ଏହା ସମ୍ପୂର୍ଣ୍ଣ ହେଲେ ଏଠାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ବହୁ ଅଧିକ ସୁବିଧା ମିଳିପାରିବ। ଏପରି କି ସାତକୋଶିଆର ଶୋଭା ଯେପରି ସେମାନଙ୍କ ମନକୁ ମୁଗ୍ଧ କରିଦେବ ସେଥିପାଇଁ କିଛି ନିର୍ଦ୍ଦିଷ୍ଟ ଯୋଜନା ଉପରେ ଗୁରୁତ୍ୱ ଦେଇଛି ବନ ବିଭାଗ। ବିଶେଷକରି ପର୍ଯ୍ୟଟକମାନେ ଯେପରି ମହାନଦୀ ଗଣ୍ଡରେ ବୁଲି ମଗର, ଘଡ଼ିଆଳ ଓ ନାନା ପ୍ରଜାତିର ପଶୁପକ୍ଷୀ ଦେଖି ଖୁସି ହେବେ ସେଥିପାଇଁ ୬ଟି ନୂଆ ବୋଟ୍‌ ସହ ଗୋଟିଏ ଫ୍ଲୋଟିଂ ଜେଟି ଅଣାଯିବ। ଏଥିସହ ନେଚର କ୍ୟାମ୍ପରେ ରହୁଥିବା ପର୍ଯ୍ୟଟକଙ୍କୁ ଜଙ୍ଗଲରେ ବୁଲି ବନ୍ୟଜନ୍ତୁ ଦେଖିବାକୁ ସାଇକେଲ ଯୋଗାଇ ଦିଆଯିବ। ପିଲାଙ୍କ ପାଇଁ ପାର୍କ ଓ ନାନା ପ୍ରକାରର ଦୋଳି ବ୍ୟବସ୍ଥା କରାଯାଉଥିବା ବେଳେ ସମସ୍ତେ ଯେପରି ୩-ଡିର ମଜା ନେଇପାରିବେ ସେଥିପାଇଁ ଏକ ହଲ୍‌ ନିର୍ମାଣ କରାଯିବାର ଯୋଜନା ଥିବା ଡିଏଫ୍‌ଓ ରାମସ୍ବାମୀ ପି. ସୂଚନା ଦେଇଛନ୍ତି।
ଡିଏଫ୍‌ଓ ରାମସ୍ବାମୀ ପି. କହିଛନ୍ତି, କେନ୍ଦ୍ରୀୟ ଅନୁଦାନ, କାମ୍ପା ଅନୁଦାନ ଓ ଇକୋଟ୍ୟୁରିଜମ ଡେଭଲପମେଣ୍ଟ ପାଣ୍ଠିରୁ ୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ସାତକୋଶିଆ ଅଭୟାରଣ୍ୟରେ ପର୍ଯ୍ୟଟନର ବିକାଶ କରାଯିବ। ମହାନଦୀ ଗଣ୍ଡରେ ଥିବା ଘଡ଼ିଆଳ ଓ ମଗର କୁମ୍ଭୀର ଦେଖିବାକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ଆଗାମୀ ଦିନରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ କିପରି ମହାନଦୀରେ ବୁଲି ସାତକୋଶିଆର ଶୋଭାକୁ ଅଧିକ ଉପଭୋଗ କରିପାରିବେ ସେଥିପାଇଁ ବନ ବିଭାଗ ପୂର୍ବରୁ ୫ଟି ବୋଟ୍‌ ଆଣିଥିବା ବେଳେ ଏବେ ୯୫.୫୦ ଲକ୍ଷ ଟଙ୍କା ବ୍ୟୟରେ ଆଉ ୬ଟି ବୋଟ୍‌ ଓ ଗୋଟିଏ ଫ୍ଲୋଟିଂ ଜେଟି ଆଣିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଟେଣ୍ଡର ସରିଛି। ଏହା ମାର୍ଚ୍ଚ ମଧ୍ୟରେ ମହାନଦୀକୁ ଆସିବ। ଏହାକୁ ଜିଲିଣ୍ଡା ରେଞ୍ଜ ବାଲିକିଆରିରେ ଓ ଟିକରପଡାରେ ରଖାଯିବ। ସେହିପରି ସାତକୋଶିଆ ପରିଦର୍ଶନରେ ଆସୁଥିବା ସ୍କୁଲ ପିଲାମାନେ ଯେପରି ବୁଲିବା ସହ ଖେଳିବାର ମଜା ନେଇପାରିବେ ତାହାକୁ ଲକ୍ଷ୍ୟ ରଖି ଟିକରପଡାର ଘଡ଼ିଆଳ ପ୍ରଜନନ ଓ ସଂରକ୍ଷଣ କେନ୍ଦ୍ର ସମ୍ମୁଖରେ ପାର୍କ କାର୍ଯ୍ୟ ଚାଲିଛି। ଏଥିରେ ଦୋଳି, ଚକ୍ରିଦୋଳି, ଖସଡ଼ା, ବାଲାନ୍ସ ଚେୟାର ଆଦି ଲଗା ଯାଇଛି। ଏଥିସହିତ ମହାନଦୀ ଗଣ୍ଡ, ପାହାଡ଼ ଓ ଜଳ ରାଶିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବିଭିନ୍ନ ସ୍ଥାନରେ ଚେୟାରମାନ ପକାଯାଇଛି। ନନ୍ଦନକାନନରୁ ୫ଟି ଘଡ଼ିଆଳ ଅଣାଯାଇ ଏଠାରେ ପ୍ରଜନନ କରାଯିବାର ଯୋଜନା ରହିଛି। ସେହିସବୁ ଘଡ଼ିଆଳକୁ ପର୍ଯ୍ୟଟକମାନେ ଅତି ନିକଟରୁ ଦେଖିପାରିବା ଭଳି ବ୍ୟବସ୍ଥା କରାଯାଉଛି। ବଣଭୋଜି ପାଇଁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଗୋଟିଏ ସ୍ଥାନ ବଦଳରେ ଏଥର ଏକାଧିକ ଆକର୍ଷଣୀୟ ସ୍ଥାନ ଚିହ୍ନଟ କରାଯାଉଛି। ସେମାନେ ମଝିପଡା, ବେହେରାସାହି କିମ୍ବା ହାତିବାରିରେ ବଣଭୋଜି କରିପାରିବେ। ସ୍ଥାନୀୟ ଗ୍ରାମବାସୀ ସହଯୋଗ କଲେ ଏହା ସଫଳ ହେବା ସହ ଗଁା ଲୋକଙ୍କ ରୋଜଗାର ମଧ୍ୟ ବଢିବ। ଏ ସମ୍ପର୍କରେ ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରି ଆଗାମୀ ଋତୁ ପୂର୍ବରୁ ସେସବୁ ପ୍ରସ୍ତୁତ କରାଯିବ। ପର୍ଯ୍ୟଟକଙ୍କୁ ସାତକୋଶିଆର ମନୋରମ ଦୃଶ୍ୟ, ବାଘ, ହାତୀ, ହରିଣ ଓ ଅନ୍ୟାନ୍ୟ ଜୀବଜନ୍ତୁ ସହିତ ସାତକୋଶିଆ ଗଣ୍ଡ, ଘଡ଼ିଆଳ ବିଚରଣ, ଅଧିବାସୀଙ୍କ ଜୀବନ ଜୀବିକା, ବନକର୍ମଚାରୀଙ୍କ କାର୍ଯ୍ୟ, ଅଧିବାସୀଙ୍କ ବିକାଶ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ପରିଚିତ କରାଇବାକୁ ଏକ ୩ଡି ଫିଲ୍ମ ହଲ ନିର୍ମାଣ କରାଯିବାର ଯୋଜନା ରଖାଯାଇଛି। ଟିକରପଡା ବନବିଭାଗ ବଙ୍ଗଳା ନିକଟରେ ଏହା କରାଯିବ। ଯେଉଁ ପର୍ଯ୍ୟଟକମାନେ ନେଚର କ୍ୟାମ୍ପରେ ରହୁଛନ୍ତି ସେମାନଙ୍କ ପାଇଁ ସାଇକେଲରେ ବୁଲିବା ବ୍ୟବସ୍ଥା କରାଯିବ। ବଫର ଜଙ୍ଗଲରେ ସେମାନେ ସାଇକେଲ ଚାଳନା ବେଳେ ତାଲିମପ୍ରାପ୍ତ ଗାଇଡ ସୁରକ୍ଷା ଦେବେ। ଏହି ବଫର ଅଞ୍ଚଳରେ ସମ୍ପୃକ୍ତ ପର୍ଯ୍ୟଟକମାନେ କିପରି ବନ୍ୟଜନ୍ତୁଙ୍କୁ ସିଧାସଳଖ ଦେଖି ପାରିବେ ସେଥିପାଇଁ ଉଚ୍ଚପଦସ୍ତ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇ ବ୍ୟବସ୍ଥା କରାଯିବ। ନନ୍ଦନକାନନରୁ ବଡ଼ କଇଁଛ ଅଣାଯାଇ ପର୍ଯ୍ୟଟକଙ୍କୁ ଦେଖାଯିବ। ଘଡ଼ିଆଳ ପ୍ରଜନନ କେନ୍ଦ୍ରରେ ଏହି କଇଁଛଙ୍କ ପାଇଁ ନୂଆ ଏନକ୍ଲୋଜର ନିର୍ମାଣ ହୋଇଛି। ସେହିପରି ପର୍ଯ୍ୟଟକଙ୍କ ମନରେ ସାତକୋଶିଆର ସ୍ମୃତି ଉଜ୍ଜୀବିତ ରଖିବା ପାଇଁ ବ୍ୟାଘ୍ର ପ୍ରକଳ୍ପ ଲୋଗୋ ଥିବା ସ୍ବତନ୍ତ୍ର ଭାବେ ଟି-ଶାର୍ଟ ଓ ଟୋପି ବିକ୍ରି କରାଯିବ। ପୁରୁଣା ହୋଇଯାଇଥିବା ଇକୋ କଟେଜ ଗୁଡ଼ିକର ମରାମତି ସହିତ ଏହାକୁ ବୃଦ୍ଧି କରାଯିବ। ଏଥିପାଇଁ ୩୦ ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଥିବା ଡିଏଫ୍‌ଓ ରାମାସ୍ବାମୀ ପି. ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ଦୋହରାଇବେ ଟ୍ରମ୍ପ? ଇରାନକୁ ସମୁଦ୍ର ପଥରେ ଘେରିବା ଲାଗି ପଠାଇଲେ ୮୦୦୦ ସୈନ୍ୟ, ଏଥର ମୁହାଁମୁହିଁ ଯୁଦ୍ଧ…

ୱାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରଣନୀତି ଏବେ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଗୋଟିଏ ପଟେ ପ୍ରେସ କନଫରେନ୍ସରେ ସେ ସୈନ୍ୟ ପଠାଇବାକୁ ମନା କରୁଥିବା…

ଏକା ପଡ଼ିଲେ ଟ୍ରମ୍ପ: ହର୍ମୁଜ ଉପରେ କବ୍‌ଜା ପାଇଁ ହୁଙ୍କାର, NATOକୁ କହିଲେ- ସାହାର୍ଯ୍ୟ କର ନଚେତ…

ୱାଶିଂଟନ,୨୦।୩: ଇରାନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ନାଟୋ (NATO) ଦେଶଗୁଡ଼ିକ ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ…

ଭାରତ ପାଖରେ ମାତ୍ର ୯ ଦିନର ତେଲ ରିଜର୍ଭ ଅଛି, ମୋଦି ଖୋଲାଖୋଲି କୁହନ୍ତୁ ଯୁଦ୍ଧ ଭୁଲ୍‌; ବର୍ଷିଲେ ଓଓ୍ବାଇସି…

ହାଇଦ୍ରାବାଦ,୨୦।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ଏହାର ପ୍ରଭାବକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

ମୋଦି ସରକାରଙ୍କ ‘ମାଷ୍ଟରପ୍ଲାନ୍‌’! ବିନା ଡିଲ୍‌, ବିନା ଟୋଲ୍‌ରେ ହର୍ମୁଜରୁ ବାହାରିଲା ଭାରତୀୟ ଜାହାଜ; ସାରା ବିଶ୍ୱ ଚକିତ

ନୂଆଦିଲ୍ଲୀ,୨୦।୩: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ମାର୍ଗ ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ଏବେ…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଆଇପିଏଲ୍‌ ୨୦୨୬: ଚାମିରା, ନିସାଙ୍କା, କାମିନ୍ଦୁ ମେଣ୍ଡିସଙ୍କୁ ମିଳିଲା ଏନ୍‌ଓସି

କଲମ୍ବୋ, ୨୦ା୩: ଆଇପିଏଲ୍‌-୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲ୍‌ସି) ଶୁକ୍ରବାର ଦୁଷ୍ମନ୍ତ ଚାମିରା, ପାଥୁମ ନିସାଙ୍କା ଓ କାମିନ୍ଦୁ ମେଣ୍ଡିସଙ୍କୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri