ବାହାନଗା, ୧୭ା୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧୀନରେ ଥିବା ବିଷ୍ଣୁପୁର ଅଙ୍ଗନୱାଡି କେନ୍ଦ୍ର-୧ରେ ସହାୟିକା ଚୟନରେ ଅନିୟମିତତା ହୋଇଥିବା ଘଟଣା ନେଇ ବିବାଦ ଲାଗିରହିଛି। ଦୀର୍ଘ ୫ ମାସ ପରେ ବି ସେହି ଘଟଣାର କୌଣସି ସମାଧାନ ନ ହେବାରୁ କାର୍ଯ୍ୟାଳୟରେ ସିଡିପିଓଙ୍କୁ ଗ୍ରାମର ମହିଳା ଓ ପୁରଷମାନେ ଦିନତମାମ ଘେରାଉ କରି ଅଟକ ରଖିଛନ୍ତି। ସମାଧାନ ନ ହେଲେ ସିଡିପିଓଙ୍କୁ ଛାଡିବେ ନାହିଁ ବୋଲି ମହିଳାମାନେ ଅଡି ବସିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ଘେରାଉ କରି ରଖିଥିଲେ ା
ବିଷ୍ଣୁପୁର ଗ୍ରାମର ୧ ନମ୍ବର ଅଙ୍ଗନୱାଡି କେନ୍ଦ୍ରରେ ଗତ ଜୁଲାଇ ୨୮ ତାରିଖରେ ସହାୟିକା ଚୟନ ବେଳେ ମହିଳାମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ା ଏହି ଘଟଣା ନେଇ ସେହି ମାସ ୧୬ ତାରିଖରେ ମହିଳାମାନେ ସିଡିପିଓ ଅଫିସରେ ଘେରାଉ କରିଥିଲେ। ଏଥିରେ ଉପଜିଲାପାଳ ନିଜେ ହସ୍ତକ୍ଷେପ କରି ତଦନ୍ତ କରିବା ସହିତ ନିଯୁକ୍ତି ପାଇଥିବା ସହାୟିକା ଚୟନକୁ ବାତିଲ କରିବାର ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଘେରାଉରୁ ନିବୃତ୍ତ ରହିଥିଲେ। ପରେ ଗତ ତା ୨୦ା୯ା୨୦୧୯ରିଖରେ ତଦନ୍ତ ପାଇଁ ଏବିଡିଓ ଓ ଏସ୍ଡିପିଓ ଗ୍ରାମକୁ ଆସି ମହିଳାମାନଙ୍କଠାରୁ ଅଭିଯୋଗ ଗ୍ରହଣ କରିବା ସହିତ ପୁନଃ ତଦନ୍ତ କରି ଫେରିଥିଲେ। ତଦନ୍ତ ରିପୋର୍ଟ ୭ ଦିନ ମଧ୍ୟରେ ଉପଜିଲାପାଳଙ୍କଠାରେ ଦାଖଲ କରିବା ପରେ ସେ ଯାହା ନିଷ୍ପତ୍ତି ନେବେ ବୋଲି ଅଧିକାରୀ ଗ୍ରାମରେ ପ୍ରକାଶ କରିଥିଲେ। ଉପରିସ୍ଥ ଅଧିକାରୀମାନେ ବିଭିନ୍ନ ସମୟରେ ତଦନ୍ତ କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନ ହେବାରୁ ଗ୍ରାମର ମହିଳାମାନେ ଅଙ୍ଗନୱାଡି କେନ୍ଦ୍ରକୁ ତାଲା ପକାଇ ଦେଇଛନ୍ତି। ଫଳରେ ସେବେଠାରୁ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିଛି। ଏହି ଘଟଣା ପରେ ସୋମବାର ଗ୍ରାମର ମାତୃ କମିଟିର ସଭାପତି ମଞ୍ଜୁଲତା ପାଣିଗ୍ରାହୀ, ମାତୃ କମିଟି ସଦସ୍ୟା ତିଳୋତ୍ତମା ବେହେରା, ର୍ନିମଳା ବେହେରା, ସଞ୍ଜୁଲତା ବେହେରା , ରଜନୀ ପାଣିଗ୍ରାହୀ, ସୁସ୍ମିତା ବେହେରା, ବାସନ୍ତୀ ବେହେରା, ସରପଞ୍ଚ ଗଣେଶ୍ୱର ତ୍ରିପାଠୀ, ସମିତିସଭ୍ୟ ସାଧୁଚରଣ ପରିଡା, ମହେଶ୍ୱର ଦାସ, ଶତ୍ରୁଘ୍ନ ବେହେରା, ବୁଲୁ ମହାଳିକ, ସସ୍ମିତା ବେହେରା, ଦାମୋଦର ତ୍ରିପାଠୀ, ପ୍ରଜ୍ଞାପରିମିତା ପାଣିଗ୍ରାହୀ, ଶାନ୍ତିଲତା ଦାସ ପ୍ରମୁଖ ନୂତନ ସହାୟିକା ନିଯୁକ୍ତିକୁ ବାତିଲ କରିବାକୁ ଦାବି କରି ସିଡିପିଓଙ୍କ କାର୍ଯ୍ୟାଳୟକୁ ଘେରାଉ କରି ରଖିଛନ୍ତି ା ଏ ସମ୍ପର୍କରେ ସିଡିପିଓ କହିଛନ୍ତି, ସବୁ ଆଇନ ଅନୁଯାୟୀ କରାଯାଇଛି।
ବଡ଼ଭାଇଙ୍କ ଶେଷକୃତ୍ୟ ପାଇଁ ନିଜ ଗାଁରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଅଶ୍ରୁଳ ଆଖିରେ ଭାଇଙ୍କୁ ବିଦାୟ ଦେଇ…
କେନ୍ଦୁଝର,୩ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପାଙ୍କ ପୁଅ ଭାଇ ଦୀନବନ୍ଧୁ ମାଝୀଙ୍କ ଆକସ୍ମିକ ମୃତ୍ୟୁ ଘଟିବା ପରେ ତାଙ୍କ ନିଜ ଗାଁ କେନ୍ଦୁଝର ଜିଲାର ରାଇକଳାକୁ…
ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ଅତର୍କିତ ଚଢ଼ାଉ କରି ୨୨ ଜୁଆଡ଼ିଙ୍କୁ ମାଡ଼ି ବସିଲା ପୋଲିସ
ନୂଆପଡ଼ା,୩ା୬(ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସଙ୍କୁ ପୁଣି ଏକ ବଡ଼ ସଫଳତା ମିଳିଛି। ମଙ୍ଗଳବାର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଆନ୍ତଃରାଜ୍ୟ ଜୁଆଡ଼ି ସମେତ ୨୨…
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା, ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର,୩।୬: ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ତଥା ସୂଚାରୁ ପରିଚାଳନା ପାଇଁ ରାଜ୍ୟ ସରକାର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ ଗାଡ଼ିଗୁଡ଼ିକର ତେଲ…
ଚାଲିଥିଲା ବୈଠକ, ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ
ଖୋର୍ଦ୍ଧା,୩ା୬(ପ୍ରଭାତ ପାଣିଗ୍ରାହୀ): ଜିଲା ପରିଷଦ ବୈଠକରେ ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ଜନପ୍ରତିନିଧିଙ୍କୁ ବୋଲଗଡ ବିଡିଓଙ୍କ ଅଣଦେଖା, ଦୁର୍ବ୍ୟବହାର ଏବଂ ଅସହଯୋଗ ମନୋଭାବ ପ୍ରତିବାଦରେ ୨୭…
ଯୁବତୀଙ୍କୁ ଲଜ୍ରେ ସିନ୍ଦୂର ପିନ୍ଧାଇ ବିବାହ କରିଥିଲେ ଯୁବକ, ଶାରୀରିକ ସମ୍ପର୍କ ରଖିବା ପରେ…
ରିଷିଡ଼ା,୩ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ.ରାମପୁର ଥାନା ଅନ୍ତର୍ଗତ ରିଷିଡ଼ା ଫାଣ୍ଡି ଅଞ୍ଚଳର ଜଣେ କଲେଜ ପଢୁଆ ଯୁବକ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ…
କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା: ଭବିଷ୍ୟତରେ ନିଷ୍ଠାର ସହ ଆଗକୁ ବଢ଼ିବାକୁ ପରାମର୍ଶ
କୋରାପୁଟ,୩ା୬(ଅମିତାଭ ବେହେରା): କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ପକ୍ଷରୁ ବୁଧବାର କୃତୀ ଛାତ୍ରୀଛାତ୍ରଙ୍କୁ ଉପଢୌକନ, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ନାରାୟଣପାଟଣା ବ୍ଲକ…
ଏଲ୍ନିନୋକୁ ନେଇ IMD ଡିଜିଙ୍କ ବଡ଼ ସୂଚନା: ଚଳିତବର୍ଷ ମୌସୁମୀରେ ହେବ…
ଭୁବନେଶ୍ୱର,୩ା୬: ଚଳିତ ବର୍ଷ ମୌସୁମୀରେ ଏଲ୍ ନିନୋର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭାରତରେ ମୌସୁମୀ ଜନିତ ବର୍ଷା କମ୍ ରହିବ ବୋଲି କହିଛନ୍ତି ଆଇଏମ୍ଡି…
ପୁଣି କୋଟିଆରେ ଉପସ୍ଥିତି ଜାହିର କଲା ଆନ୍ଧ୍ର: ପଛଘୁଞ୍ଚା ନଦେଇ ଅନୁପ୍ରବେଶ କଲେ ଅଧିକାରୀ
ପଟ୍ଟାଙ୍ଗି, ୩।୬ (ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନରେ ଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପୁଣିଥରେ ପଡୋଶୀ ଆନ୍ଧ୍ର ପ୍ରଦେଶର ପଦାଧିକାରୀମାନେ…
Archives

