ସହରତଳି ଅଞ୍ଚଳକୁ ବିଏମ୍‌ସିରେ ସାମିଲ ପ୍ରସଙ୍ଗ : ଉପଜିଲାପାଳଙ୍କୁ ଭେଟିଲା ମିଳିତ କ୍ରିୟାନୁଷ୍ଠାନ କମିଟି

ବ୍ରହ୍ମପୁର ଅଫିସ,୧ା୬-ବ୍ରହ୍ମପୁର ସନ୍ନିକଟ ତଥା ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମ(ବିଏମସି)ରେ ସାମିଲ କରିବା ନେଇ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଆନ୍ଦୋଳନ ଜାରି ରହିଛି ା ଏଥିପାଇଁ ଗଠିତ ସହରତଳି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରମ୍ବାର ଜିଲା ପ୍ରଶାସନ, ମହାନଗର ନିଗମ କର୍ତ୍ତୃପକ୍ଷ, ଆରଡିସି, ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଉଥିଲେ ମଧ୍ୟ ଏ ଯାଏ ସୁଫଳ ମିଳିନି। ତେଣୁ ସହରତଳି ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ା ଅନ୍ୟପକ୍ଷରେ ପୂର୍ବ ପ୍ରତିଶ୍ରୁତି ପ୍ରକାରେ ଶୁକ୍ରବାର କମିଟିର କର୍ମକର୍ତ୍ତା ଦାବି ପୂରଣ ଆଶାନେଇ ଉପଜିଲାପାଳ ଦିଗନ୍ତ ରାଉତରାୟଙ୍କୁ ଭେଟିଥିଲେ। ସେଠାରୁ ମଧ୍ୟ କେବଳ ପ୍ରତିଶ୍ରୁତି ମିଳିିଛି ା
ଜୁନ ଶେଷ ସୁଦ୍ଧା ସହରତଳି ଅଞ୍ଚଳକୁ ବିଏମସିରେ ସାମିଲ ନେଇ ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ା ଆବଶ୍ୟକ ପଡିଲେ ବିଧାନସଭା ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବ ବୋଲି କମିଟି ଚେତାବନୀ ଶୁଣାଇଛି ା
ଅଞ୍ଚଳକୁ ବିଏମସିରେ ସାମିଲ କରିବା ନେଇ ପୂର୍ବରୁ ଆରଡିସିଙ୍କୁ କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ର ଆଧାରରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ବିଏମସି କର୍ତ୍ତୃପକ୍ଷଙ୍କୁ ସହରତଳି ଅଞ୍ଚଳକୁ ବିଏମସିରେ ସାମିଲ ନେଇ ରହିଥିବା ସମସ୍ୟା ସମ୍ପର୍କରେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ୨୦୧୮ ଫେବୃୟାରୀରୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ା ହେଲେ ଏ ଯାଏ ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ଏହା ପ୍ରତିବାଦରେ ମାର୍ଚ୍ଚ ୨୯ରେ କମିଟି ପକ୍ଷରୁ ବିଏମସି କାର୍ଯ୍ୟାଳୟ ପରିସରରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ୨ ଦିନ ଧାରଣା ପରେ ନିର୍ବାଚନ ଆଚରଣ ବିଧି ଯୋଗୁ ଉପଜିଲାପାଳ କିମ୍ବା ନିର୍ବାଚନ ଅଧିକାରୀଙ୍କଠାରୁ ଅନୁମତି ଆଣି ଧାରଣା ଚାଲୁ ରଖିବାକୁ କମିଶନର ଚକ୍ରୱର୍ତୀ ସିଂ ରାଠୋର କମିଟି କର୍ତ୍ତୃପକ୍ଷଙ୍କୁୁ ଚିଠି ମାଧ୍ୟମରେ ଜଣାଇଥିଲେ ା ଏହାପରେ ଉପଜିଲାପାଳଙ୍କଠାରୁ ଅନୁମତି ଲୋଡିବା ବେଳେ ନିର୍ବାଚନ ଆଚରଣ ବିଧି ଉଠିବା ପରେ ଏ ନେଇ ଜିଲାପାଳ ଓ ନିଗମ କମିଶନରଙ୍କ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ା ଉକ୍ତ ପ୍ରତିଶ୍ରୁତି ପ୍ରକାରେ ନିର୍ବାଚନ ଆଚରଣ ବିଧି ଉଠିବା ପରେ ଶୁକ୍ରବାର ମିଳିତ କ୍ରିୟାନୁଷ୍ଠାନ କମିଟି କର୍ତ୍ତୃପକ୍ଷ ଉପଜିଲାପାଳ ରାଉତରାୟଙ୍କୁ ସାକ୍ଷାତ କରିଥିଲେ ା କିନ୍ତୁ ଉପଜିଲାପାଳ ଏ ନେଇ କମିଶନର ଓ ଜିଲାପାଳଙ୍କ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେବା ସହ ଆସନ୍ତା ଜୁନ ଶେଷ ସପ୍ତାହରେ ହେବାକୁ ଥିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି ା
ତେବେ ଉପଜିଲାପାଳଙ୍କଠାରୁ ଏଭଳି ପ୍ରତିଶ୍ରୁତି ପରେ କମିଟି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ା ଜୁନ ଶେଷ ସୁଦ୍ଧା ଦାବି ପୂରଣ ନେଇ ପଦକ୍ଷେପ ଗ୍ରହଣ କରା ନ ଗଲେ ପୁଣି କମିଟି ଆନ୍ଦୋଳନକୁ ଓ୍‌ହ୍ଲାଇବ ବୋଲି କମିଟି ସଭାପତି ସଞ୍ଜୀବ ପଟ୍ଟନାୟକ କହିଛନ୍ତି। ଉପଜିଲାପାଳଙ୍କ ସହ ଆଲୋଚନା ବେଳେ କମିଟିର ସଭାପତିଙ୍କ ସମେତ ଉପସଭାପତି ହରିହର ନାୟକ, ଉପଦେଷ୍ଟା ସୁବାସ ଚନ୍ଦ୍ର ପାତ୍ର, ଏଲ ଲକ୍ଷ୍ମଣ ପାତ୍ର, ନାରାୟଣ ଚନ୍ଦ୍ର ପରିଚ୍ଛା, ଶ୍ରୀମନ୍ତ ପାଣିଗ୍ରାହୀ, କାହ୍ନୁଚରଣ ପତି ପ୍ରମୁଖ ଉପସ୍ଥିତ ଥିଲେ ା
ସହରତଳି ତଥା ବ୍ରହ୍ମପୁର ସନ୍ନିକଟ ପଞ୍ଚାୟତ ଓ ପାଶ୍ୱବର୍ତ୍ତୀ ଅଞ୍ଚଳକୁ ବିଏମସିରେ ସାମିଲ କରିବାକୁ ୨୦୦୮ରୁ ଯୋଜନା ରହିଥିଲା ା
ସହରତଳି ଅଞ୍ଚଳକୁ ସାମିଲ କରି ବୃହତ୍ତ ମହାନଗର ନିଗମ ଗଠନ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଥିଲା ା
କିନ୍ତୁ ଇତିମଧ୍ୟରେ ଦୁଇ ଦୁଇ ଥର ରାଜ୍ୟରେ ସରକାର ଗଠନ ସରିଥିବା ବେଳେ ମହାନଗର ନିଗମ ଗଠନ ହୋଇ କର୍ପୋରେସନର ଦୁଇ ଦୁଇଟି ନିର୍ବାଚିତ କାଉନସିଲର ଅବଧି ସରିଛି ା ତଥାପି ସହରତଳି ଅଞ୍ଚଳକୁ ସାମିଲ ଦିଗରେ ଜିଲାପ୍ରଶାସନ କି ସ୍ଥାନୀୟ ଜନପ୍ରତିନିଧି ଆଗ୍ରହ ପ୍ରକାଶ କରୁନାହାନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri