ସହର ସାନିଟାଇଜ୍‌ରେ ପଶିଲା ପଲିଟିକ୍ସ

ଅନୁଗୋଳ ଅଫିସ, ୨୩।୪: କରୋନା ଭୂତାଣୁ ରୋକିବାକୁ ଅନୁଗୋଳ ପୌରାଞ୍ଚଳରେ ଚାଲିଥିବା ସାନିଟାଇଜ୍‌ ପ୍ରକ୍ରିୟାରେ ଏବେ ପଲିଟିକ୍ସ ପଶିଯାଇଛି। ବୁଧବାର ଏହି କାର୍ଯ୍ୟକୁ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ବନ୍ଦ କରାଇବା ପରେ ଏପରି ଅଭିଯୋଗ ପଦାକୁ ଆସିଛି। ନଗର କଂଗ୍ରେସ ପକ୍ଷରୁ ଏହି ସାନିଟାଇଜ୍‌ କରାଯାଉଥିବା ପୂର୍ବତନ କାଉନସିଲର ବଲବୀର ସିଂହ ଦାବି କରିବା ସହ ବିଜେଡି ଚାପରେ ପୌର ନିର୍ବାହୀ ଅଧିକାରୀ ଏଥିରେ ରୋକ୍‌ ଲଗାଇଥିବା ଅଭିଯୋଗ କରିଛନ୍ତି। ତେବେ ସରକାରୀ କାର୍ଯ୍ୟକୁ ଅପହରଣ କରି ନଗର କଂଗ୍ରେସ ଏହାକୁ ନିଜ ଦଳର କାମ ବୋଲି କହୁଥିବା ବିଜେଡି ପକ୍ଷରୁ କୁହାଯାଇଛି।
ପୂର୍ବତନ କାଉନସିଲର ସିଂହ କହିଛନ୍ତି, ସାମାଜିକ ଦୂରତା ରକ୍ଷା କରି ସହରରେ ଥିବା ବିଭିନ୍ନ ୱାର୍ଡକୁ ସାନିଟାଇଜ୍‌ କରିବାକୁ କରୋନାର ନୋଡାଲ ଅଧିକାରୀ ତଥା ପିଡି ଅତୁଲ୍ୟ କୁମାର ଚମ୍ପତ୍ତିରାୟଙ୍କ ନିକଟରୁ ନଗର କଂଗ୍ରେସ ଅନୁମତି ନେଇଥିଲା। ଦୁଇଦିନ ଧରି ସହରର ୨୩ ନମ୍ବର ୱାର୍ଡକୁ ସାନିଟାଇଜ୍‌ କରାଯାଉଥିଲା। ହେଲେ ବୁଧବାର ଉକ୍ତ ୱାର୍ଡର ହାତୀଶାଳପଡ଼ାରେ ସାନିଟାଇଜ୍‌ ସମୟରେ ପୌର ନିର୍ବାହୀ ଅଧିକାରୀ ପଣ୍ଡା ଫୋନ କରି ଏପରି କାର୍ଯ୍ୟ ବନ୍ଦ କରିବାକୁ କହିଥିଲେ। ବିପତ୍ତି ସମୟରେ ସମସ୍ତେ ପରସ୍ପରକୁ ସହଯୋଗ କରିବାକୁ ଆଗେଇ ଆସୁଥିବା ବେଳେ ନିର୍ବାହୀ ଅଧିକାରୀ ସାନିଟାଇଜ୍‌ ବନ୍ଦ କରାଇବା ପଛରେ ବିଜେଡିର ଚାପ ରହିଛି। ଏହାକୁ କଂଗ୍ରେସ କର୍ମୀମାନେ ନିନ୍ଦା କରିଛନ୍ତି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ସହର ସାନିଟାଇଜ୍‌ କରିବା ଦାୟିତ୍ୱ ଅଗ୍ନିଶମ ବିଭାଗର। ଯେଉଁଠାରେ ଏହା ଆବଶ୍ୟକ ପଡ଼ିବ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାହା କରିବେ। କରୋନା ନୋଡାଲ ଅଧିକାରୀ ତଥା ପିଡି ଚମ୍ପତ୍ତିରାୟ କହିଛନ୍ତି, ଏଥିପାଇଁ ନଗର କଂଗ୍ରେସକୁ ଅନୁମତି ଦିଆଯାଇ ନ ଥିଲା। ଉକ୍ତ ଚିଠି ପୌରନିର୍ବାହୀ ଅଧିକାରୀଙ୍କୁ ମାର୍କ କରି ପଠାଯାଇଥିଲା। ଅନୁଗୋଳ ଜିଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ କହିଛନ୍ତି, ସରକାରୀ ଅର୍ଥରେ ପୌରପାଳିକା ପକ୍ଷରୁ ସାନିଟାଇଜ୍‌ କାର୍ଯ୍ୟ ଚାଲିଥିଲା। ହେଲେ ପୌରପାଳିକାର ସାନିଟାଇଜ୍‌ ଗାଡ଼ିରେ ଜବରଦସ୍ତି ଦଳୀୟ ପୋଷ୍ଟର ମରାଯାଇ ତାହାକୁ ନଗର କଂଗ୍ରେସର କାର୍ଯ୍ୟ ବୋଲି ପ୍ରଚାର କରାଯାଉଥିଲା। ତେଣୁ ଏହାକୁ ବିରୋଧ କରାଯାଇଥିବା ବସ୍ତିଆ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୀଟନାଶକ ପିଇ ଜୀବନ ହାରିଲେ ଛାତ୍ରୀ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମର ଜଣେ ଯୁକ୍ତ ୨ ଦିତୀୟବର୍ଷ ଛାତ୍ରୀ ଏସ.ଅନିତା ଦୋରା(୧୭) କୀଟନାଶକ ପିଇ…

ପୋଖରୀ ହୁଡ଼ାରେ ପ୍ୟାଣ୍ଟ ଶର୍ଟ, ପାଣି ଭିତରେ ମୃତଦେହ

ବଲାଙ୍ଗୀର,୪ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍ବବୃହତ ମହାରାଣୀ ପୋଖରୀ ପାଣିରେ ଭାସୁଥିବା ଏକ ମୃତଦେହକୁ ଜବତ କରିଛି ଅଗ୍ନିଶମ ବିଭାଗ। ସୂଚନାନୁଯାୟୀ, ଆଜି ଦିନ ବେଳେ…

ମଝି ଆକାଶରେ ବିମାନର ଇଞ୍ଜିନର ଲାଗିଲା ନିଆଁ, କୋଲକାତାରେ….

କୋଲକାତା,୪ା୨: ପଶ୍ଚିମବଙ୍ଗର କୋଲକାତା ବିମାନବନ୍ଦରରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି । ବିମାନଟି କାଠମାଣ୍ଡୁରୁ ଇସ୍ତାନବୁଲ ଅଭିମୁଖେ ଯାତ୍ରା କରୁଥିଲା। ତୁର୍କୀସ୍ ଏୟାରଲାଇନ୍ସର…

ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ଅନଲାଇନ କୋଚିଂ: SC, OBC ଆଦି ବର୍ଗଙ୍କୁ ମିଳିବ ସୁବିଧା

ନୂଆଦିଲ୍ଲୀ,୪ା୨: ଦେଶର ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କୁ ମାଗଣା ଅନଲାଇନ କୋଚିଂ ଦେବେ ସରକାର। ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ମେଧାବୀଙ୍କୁ ଶିକ୍ଷା…

ରେଳଷ୍ଟେଶନରେ ଦାଦନ ଶ୍ରମିକଙ୍କ ଗହଳି, ଶ୍ରମ ବିଭାଗ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୪ା୨(ତୁମେଶ୍ଵର ସାହୁ): ଦିନକୁ ଦିନ ରାଜ୍ୟରେ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି । ଦାଦନ ସମସ୍ୟା ବଲାଙ୍ଗୀର ଜିଲା ସମେତ କଳାହାଣ୍ଡି ଜିଲାରେ ମଧ୍ୟ ଦେଖିବାକୁ ମିଳିଛି।…

ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବନ୍ଦ ହେବ ବେଆଇନ ମଦ କାରବାର! ଅବକାରୀ ଅଧୀକ୍ଷକଙ୍କୁ ଚିଠି

ଧର୍ମଶାଳା,୪।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ‘ମଦ’ ରେଡ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଅବକାରୀ ଅଧୀକ୍ଷକଙ୍କୁ ଚିଠିରେ ନିର୍ଦ୍ଦେଶ…

ନାବାଳିକାଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର ଉଦ୍ୟମ କରି ଜଙ୍ଗଲରେ ଛାଡ଼ି ଦେଇଥିଲେ ୨ ଯୁବକ, ପୀଡ଼ିତାଙ୍କ ଏମିତି ବୟାନ ପରେ…

ତୁମୁଡ଼ିବନ୍ଧ,୪ା୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ବେଲଘର ଥାନା ଅଞ୍ଚଳର ୧୪ ବର୍ଷୀୟା ନାବାଳିକାଙ୍କ ସହ ଜଙ୍ଗଲରେ ଦୁଇ ଯୁବକଙ୍କ ବର୍ବରତା ସହ ନିର୍ଯାତନା ଘଟଣାରେ ଦୁଇ…

ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଟପ୍‌ କ୍ୟାଡର ମାଓବାଦୀ, ସରକାରଙ୍କ ତରଫରୁ ମିଳିଲା…

ମାଲକାନଗିରି,୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଟପ୍‌ କ୍ୟାଡର ମାଓବାଦୀ ସୁଖରାମ ମରକମ୍‌ ଓରଫ ସୁରେଶ ଓରଫ ୟୋଗେସ୍‌ ବୁଧବାର ମାଲକାନଗିରି ପୋଲିସ ନିକଟରେ ଅସ୍ତ୍ରଶସ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri