ସହର ପ୍ରଦୂଷଣ: କଠୋର ହେଲେ ଏନ୍‌ଜିଟି

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଦେଶର ବଡ଼ ବଡ଼ ସହରରେ ମାତ୍ରାଧିକ ପ୍ରଦୂଷଣ ଚିନ୍ତା ବଢ଼ାଇଲାଣି। ବାୟୁ, ଜଳ, ମାଟି ଭୟଙ୍କର ଭାବେ ପ୍ରଦୂଷିତ ହେବାରେ ଲାଗିଛି। ଯାନବାହନ ବୃଦ୍ଧି ସାଙ୍ଗକୁ ସବୁଜ ବଳୟ ନଷ୍ଟ ଯୋଗୁ ପରିବେଶ ବିଗିଡିବାରେ ଲାଗିଛି। ନିକଟରେ ଦିଲ୍ଲୀରେ ହୋଇଥିବା ପ୍ରଦୂଷଣ ଯୋଗୁ ନିଃଶ୍ୱାସ ପ୍ରଶ୍ୱାସ ନେବା ମଧ୍ୟ ମୁସ୍କିଲ ହୋଇପଡ଼ିଥିଲା। ପ୍ରଦୂଷଣ ଏତେ ଭୟଙ୍କର ଥିଲା ଯେ ପିଲାମାନଙ୍କ ସ୍କୁଲ ବନ୍ଦ କରିବାକୁ ପଡ଼ିଥିଲା। କେବଳ ଦିଲ୍ଲୀ ନୁହେଁ ଦେଶର ଅନେକ ସହର ଅବସ୍ଥା ଶୋଚନୀୟ ସ୍ତରକୁ ଗତି ଗଲାଣି। ଓଡ଼ିଶାର ଭୁବନେଶ୍ୱର ସମେତ ୭ଟି ସହର ଅତି ପ୍ରଦୂଷଣ ତାଲିକାରେ ଆସୁଛି। ସହରାଞ୍ଚଳ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ କଠୋର ହୋଇଛନ୍ତି। ସହରାଞ୍ଚଳ ପରିବେଶକୁ ସୁରକ୍ଷିତ ରଖିବା ଲାଗି ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି। ଏ ନେଇ ତୁରନ୍ତ ଜବାବ ଦାଖଲ କରିବାକୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ପ୍ରତ୍ୟେକ ସହର ପାଇଁ ବାୟୋ ଡାଇଭରସିଟି କମିଟି ଗଠନ କରିବାକୁ ମଧ୍ୟ ତାଗିଦ କରିଛନ୍ତି। ୨୦୨୦ ଜାନୁୟାରୀ ୩୧ ତାରିଖ ସୁଦ୍ଧା ଯଦି ଏହି କମିଟି ଗଠନ ନ ହେବ ତେବେ ପ୍ରତ୍ୟେକ ଦିନ ରାଜ୍ୟ ସରକାରଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଭାବେ ଏନଜିଟିରେ ଜମା କରିବାକୁ ପଡ଼ିବ। ଏପରି କି ରାଜ୍ୟ ମୁଖ୍ୟ ଶାସନ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ଦେବାକୁ କୁହାଯାଇଛି। ଆସନ୍ତା ଜାନୁୟାରୀ ୧୭ ତାରିଖରେ ମୁଖ୍ୟ ଶାସନ ସଚିବ, ଗୃହ ନିର୍ମାଣ ବିଭାଗ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ଏନଜିଟିଙ୍କ ନିକଟରେ ହାଜର ହୋଇ ସହରାଞ୍ଚଳ ପରିବେଶ ପାଇଁ ସରକାର ନେଇଥିବା ପଦକ୍ଷେପ ବିଷୟରେ ସତ୍ୟପାଠ ଦାଖଲ କରିବେ।

ଏନ୍‌ଜିଟିର କଡ଼ା ତାଗିଦ ପରେ ସହରାଞ୍ଚଳ ପରିବେଶକୁ ସୁରକ୍ଷିତ ରଖିବାକୁ ରାଜ୍ୟ ସରକାର ସମସ୍ତ ୧୧୪ଟି ସହରାଞ୍ଚଳରେ ବାୟୋ ଡାଇଭରସିଟି କମିଟି ଗଠନ କରିଛନ୍ତି। ସହରାଞ୍ଚଳ ପରିବେଶକୁ କିପରି ସୁରକ୍ଷିତ କରାଯାଇ ପାରିବ ସେ ଦିଗରେ ବାୟୋଡାଇଭରସିଟି କମିଟି ପରାମର୍ଶ ଦେବ। ଏଥିରେ ନଗର ଉନ୍ନୟନ ବିଭାଗର ଜଣେ ଅଧିକାରୀ କନଭେନର ଭାବେ କାର୍ଯ୍ୟ କରିବେ। ଏହି କମିଟିରେ ପରିବେଶବିତ୍‌, ଉଦ୍ୟାନକୃଷିବିତ୍‌, ଔଷଧୀୟ ବୃକ୍ଷ ବିଶେଷଜ୍ଞ, ମତ୍ସ୍ୟଜୀବୀ ସମୁଦାୟ ଆଦି ବିଭିନ୍ନ ବିଷୟର ୭ ଜଣ ସଦସ୍ୟ ରହିବେ। ସେହି କମିଟି ସହରାଞ୍ଚଳ ପରିବେଶକୁ କିପରି ପ୍ରଦୂଷଣ ମୁକ୍ତ ରଖାଯାଇପାରିବ ସେ ନେଇ ପୌର ପ୍ରଶାସନକୁ ପରାମର୍ଶ ଦେବେ। ଏହି କମିଟିର ବିନାନୁମତିରେ ସହରାଞ୍ଚଳରୁ ବୃକ୍ଷ କଟାଯାଇ ପାରିବ ନାହିଁ। କେଉଁ ଅଞ୍ଚଳରେ କି ପ୍ରକାର ପ୍ରଦୂଷଣ ହେଉଛି ସେସବୁକୁ ଅନୁଧ୍ୟାନ କରି କମିଟି ରିପୋର୍ଟ ପ୍ରସ୍ତୁତ କରିବେ। ଏହି କମିଟିକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ନିୟମିତ ମନିଟରିଂ କରିବ। କମିଟି ଠିକ ଢଙ୍ଗରେ କାର୍ଯ୍ୟ ନ କଲେ ସମ୍ପୃକ୍ତ ପୌର ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍‌ଜିଟି ଚେତାବନୀ ଦେଇଛନ୍ତି। ସତ୍ୟପାଠ ଦାଖଲ କରିବାକୁ ଥିବାରୁ ରାଜ୍ୟ ସରକାର ତରବରିଆ ଭାବେ ଏହି କମିଟି ଗଠନ କରିଛନ୍ତି। ଏଥିସହିତ ସହରାଞ୍ଚଳରେ ଯାନବାହନଜନିତ ଧୂଆଁ, ପଲିଥିନ, ମେଡିକାଲ ବର୍ଜ୍ୟବସ୍ତୁ, ଜଳ ପ୍ରଦୂଷଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଆଦି କ୍ଷେତ୍ରରେ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ମଧ୍ୟ ଏନ୍‌ଜିଟି ରିପୋର୍ଟ ତଲବ କରିଛନ୍ତି। ଘର ଘର ବୁଲି କଠିନ ବର୍ଜ୍ୟବସ୍ତୁ ସଂଗ୍ରହ କରିବା, ମାଇକ୍ରୋ କମ୍ପୋଷ୍ଟିଂ ବ୍ୟବସ୍ଥା, ମ୍ୟାଟେରିଆଲ ରିକଭରି ଫାସିଲିଟି(ଏମଆରଏଫ), ୨୪୩ଟି ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ତିଆରି, ୨୮,୬୦୬ ସଫେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ, ୨ହଜାର ସ୍ବଚ୍ଛସାଥୀ ଏବଂ ୫୧୫ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଥିବା ବେଳେ ବୃକ୍ଷରୋପଣ, ସହର ସୌନ୍ଦର୍ଯ୍ୟକରଣ ଆଦି କାର୍ଯ୍ୟ ହୋଇଛି । ସହରକୁ ପଲିଥିନମୁକ୍ତ ରଖିବାକୁ ଚଢ଼ାଉ ଜାରି ରହିଛି। ଏ ପର୍ଯ୍ୟନ୍ତ ୨୧୦୦ ମେଟ୍ରିକଟନ ପଲିଥିନ ଓ ପ୍ଲାଷ୍ଟିକ ଜବତ ହୋଇଛି। ୨୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏନଜିଟିଙ୍କ ନିକଟରେ ଏ ସବୁ ତଥ୍ୟ ପ୍ରଦାନ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୮ରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏନଜିଟିରେ ହାଜର ହୋଇ ସହରାଞ୍ଚଳ ପରିବେଶ ପ୍ରଦୂଷଣ ରୋକିବା ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ କି ପଦକ୍ଷେପ ନିଆଯାଇଛି ସେ ନେଇ ସତ୍ୟପାଠ ଦାଖଲ କରିଥିଲେ। ମାତ୍ର ଏଥିରେ ଏନ୍‌ଜିଟି ସନ୍ତୁଷ୍ଟ ହୋଇ ନ ଥିଲେ। ବାୟୋଡାଇଭରସିଟି କମିଟି ଗଠନ କରିବା ସହ ପରିବେଶକୁ ସ୍ବଚ୍ଛ ରଖିବା ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ପରାମର୍ଶ ଦେବା ସହ ପୁଣି ବ୍ୟକ୍ତିଗତ ଭାବେ ହାଜର ହୋଇ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri