ସହଯୋଗ ସତ୍ତ୍ୱେ ଚାଲିପାରୁନି ବସ୍‌

ଭୁବନେଶ୍ୱର,୧।୬(ବ୍ୟୁରୋ): କରୋନା ଯୋଗୁ ଲକ୍‌ଡାଉନ ଜାରି ରହିଥିବାରୁ ଗତ ମାର୍ଚ୍ଚ ୨୨ତାରିଖରୁ ଯାତ୍ରୀବାହୀ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଲକ୍‌ଡାଉନ ହେବାର ୬୦ଦିନରୁ ଅଧିକ ଦିନ ବିତିବାପରେ ବର୍ତ୍ତମାନ ରାଜ୍ୟରେ ଗାଡ଼ି ଚଳାଚଳ ଧୀରେ ଧୀରେ ସ୍ବାଭାବିକ ହେବାକୁ ଯାଉଛି, କିନ୍ତୁ ମାଲିକମାନଙ୍କୁ ଏଥିପାଇଁ ବ୍ୟାପକ କ୍ଷତି ସହିବାକୁ ପଡୁଛି; ଯେଉଁଥିଲାଗି ଯାତ୍ରୀବାହୀ ଗାଡ଼ି ତଥା ବସ୍‌ ଚଳାଚଳ ସେତେଟା ସମ୍ଭବ ହେଉନାହିଁ ବୋଲି ବସ୍‌ ମାଲିକ ସଂଘ ମଧ୍ୟ କହିଲାଣି। ମାଲିକ ସଂଘ ସହ ବହୁ ଆଲୋଚନା ହେବାପରେ ରାଜ୍ୟ ସରକାର ସେମାନଙ୍କର କେତୋଟି ସର୍ତ୍ତକୁ ମାନି ଗାଡ଼ି ଚଳାଚଳ ଲାଗି ଅନୁମତି ଦେଲେ। ତଥାପି ପରିସ୍ଥିତି ଯାହାକୁ ତାହା, କାରଣ ଗାଡ଼ି ଚାଲିବା ଲାଗି ଅନୁକୁଳ ପରିବେଶ ସୃଷ୍ଟି ହୋଇପାରି ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ପ୍ରଥମେ ସରକାର ବସ୍‌ରେ ୫୦ପ୍ରତିଶତ ଲୋକଙ୍କୁ ଧରି ଯାଇହେବ ବୋଲି କହିଥିଲେ। ହେଲେ ଏଥିରେ ବସ୍‌ ମାଲିକମାନେ ରାଜି ହେଲେ ନାହିଁ, ଫଳରେ ଆଉଥରେ ବୈଠକ ବସିଲା। ଶେଷରେ ସରକାର ଗତ ୨୯ ତାରିଖରେ ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଲାଗି ୩ ମାସର ଟିକସ ଆଦାୟ ଛାଡ଼ କରିଛନ୍ତି। ସରକାର ଏପ୍ରିଲ, ମେ ଏବଂ ଜୁନ୍‌ ମାସର ଟିକସ ଛାଡ଼ କରିଛନ୍ତି। ଦେଖିବାକୁ ଗଲେ ସରକାର ଗୋଟିଏ ମାସର ଟିକସ ଲାଭ ଆକାରରେ ବସ୍‌ ମାଲିକମାନଙ୍କୁ ପ୍ରଦାନ କରାଯାଇଛି। ଏହାସତ୍ତ୍ୱେ ବସ୍‌ ଗଡ଼ିବା ସମ୍ଭବ ହେଉନାହିଁ। ଲୋକ ନ ହେବା ଯୋଗୁ ବସ୍‌କୁ କ୍ଷତି ସହିବାକୁ ପଡୁଛି। ଭୁବନେଶ୍ୱର ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ବରଦା ଆଚାର୍ଯ୍ୟ କହିଛନ୍ତି ଯେ, ଗତ ଗୁରୁବାରଠାରୁ ବସ୍‌ ଚଳାଇବା ଆରମ୍ଭ ହୋଇଛି। ମାତ୍ର ବସ୍‌ରେ ଯାତ୍ରୀ ହେଲେ ତ ଗାଡ଼ି ଯିବ। ଗାଡ଼ିର ପରମିଟ୍‌ ଅନୁଯାୟୀ ୪୦ପ୍ରତିଶତ ଲୋକ ହେଲେ ମଧ୍ୟ ବାଟରୁ ଉଠିବେ ଭାବି ଗାଡ଼ି ଚଳାଇହେବ। କିନ୍ତୁ ଏହା ସମ୍ଭବ ନୁହେଁ, ଯେପର୍ଯ୍ୟନ୍ତ ଲୋକ ଆସିନାହାନ୍ତି ସେପର୍ଯ୍ୟନ୍ତ ଗାଡ଼ି ଚାଲିବନି। କୌଣସି ପେଟ୍ରୋଲ ପମ୍ପ ବାକିରେ ତେଲ ଦେବେ ନାହିଁ। ଡ୍ରାଇଭର, ହେଲ୍‌ପର ଏବଂ କଣ୍ଡକ୍ଟରଙ୍କ ଟଙ୍କା ଦେଲାବେଳକୁ କଷ୍ଟ ହେଉଛି। ଗାଡ଼ି ଯଦି ଏମିତି ଗଡ଼େ ତେବେ ଯାନର ମେଣ୍ଟେନାନ୍ସ କେମିତି ହେବ। ଗୋଟିଏ ମାତ୍ର ଗାଡ଼ିକୁ ଭୁବନେଶ୍ୱରରୁ ପୁରୀ ଏବଂ ପୁରୀରୁ କଟକ ଯାଇ ଫେରିବାପରେ ସବୁ ଯାଇ ମାତ୍ର ୫୦୦ଟଙ୍କା ମାଲିକର ବଞ୍ଚିଲା। ତେଣୁ ଗାଡ଼ି ସବୁ ରଖି ଦିଆଗଲାଣି। ଆଗକୁ ବହୁ ମାଲିକ ଏକାଠି ବ୍ୟାଙ୍କ ସହ କଥା ହୋଇ ଆତ୍ମସମର୍ପଣ କରିବୁ, ନଚେତ୍‌ ସରକାରଙ୍କୁ ଗାଡ଼ି ଦେଇଦେବୁ ମାସକୁ ଯାହା କିଛି ଟଙ୍କା ଦେବେ ଆଣିବୁ ବୋଲି ସେ କହିଛନ୍ତି।
ଖୋଦ୍‌ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଧ୍ୟ ବସ୍‌ ମାଲିକଙ୍କ କଥାକୁ ସ୍ବୀକାର କରିବା ସହିତ ଯଦି ସବୁ ଟ୍ରକ୍‌, ଟେମ୍ପୁ, ଟ୍ୟାକ୍ସି, ବସ୍‌ ଦାବି ନେଇ ଆସନ୍ତି ତେବେ ସରକାର କ’ଣ କରିପାରିବେ। ମାସକୁ ସରକାର ୩ହଜାର କୋଟି ଟଙ୍କାର ରାଜସ୍ବ ପାଉଥିବା ବେଳେ ବର୍ତ୍ତମାନ ମାତ୍ର ୨୦୦କୋଟି ଟଙ୍କା ପାଉଛନ୍ତି। ଏହା ନିଶ୍ଚିତ ଯେ, ବସ୍‌ରେ ଲୋକ ହେଉନାହାନ୍ତି, କ୍ଷତି ନିଶ୍ଚିତ ହେଉଛି। ଆଗକୁ ସମୟ ଅନୁଯାୟୀ ସବୁ କିଛି ସ୍ବାଭାବିକ ହେବ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri