ଫୁଲବାଣୀ ଅଫିସ, ୮ା୨-ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟିର ପ୍ରଥମ ବୈଠକ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଅଙ୍ଗଦ କହଁର ଏଥିରେ ଅଧ୍ୟକ୍ଷତା କରି ବିଭିନ୍ନ ବିଭାଗୀୟ ପଦାଧିକାରୀଙ୍କ ବିନା ସହଯୋଗରେ ସରକାରଙ୍କ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ଅସମ୍ଭବ ନୁହେଁ ବୋଲି କହିଥିଲେ। ଏହି ଅବସରରେ ସମସ୍ତ ବିଭାଗର ଅଧିକାରୀ ସେମାନଙ୍କ ବିଭାଗ ପକ୍ଷରୁ ଚାଲିଥିବା କାର୍ଯ୍ୟ ସମ୍ପର୍କରେ ତଥ୍ୟ ଗଦା କରିଦେଲେ। ବାସ୍ତବରେ ଏସବୁ କାର୍ଯ୍ୟ କେତେଦୂର ଚାଲୁଛି ଏବଂ ଲୋକେ ପ୍ରକୃତରେ ଉପକୃତ ହେଉଛନ୍ତି କି ନାହିଁ, ତାହା ବିଧାୟକ ନିଜେ ଜାଣି ପାରିବେ ନାହିଁ ବୋଲି ଜଣାପଡୁଥିଲା। କାରଣ ସେଭଳି କିଛି ବଳିଷ୍ଠ ଅଭିଯୋଗ କେଉଁ ବିଭାଗ ବିରୋଧରେ ଆଣି ପାରି ନ ଥିଲେ। ଯାହା ଫଳରେ କାହକୁ ପ୍ରଶ୍ନ ବାଣରେ ଘାଇଲା କରି ପାରି ନ ଥିଲେ।
ଫୁଲବାଣୀ, ଖଜୁରିପଡ଼ା, ଫିରିଙ୍ଗିଆ ଓ ଚକାପାଦ ବ୍ଲକରେ କେଉଁ ଜନକଲ୍ୟାଣ କାର୍ଯ୍ୟ ସରିଛି, କେଉଁ କାର୍ଯ୍ୟ ଚାଲୁ ରହିଛି ଏବଂ ଆଗକୁ ରହିଥିବା ନୂଆ ଯୋଜନା ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ତଥ୍ୟ ପ୍ରଦାନ କରିଥିଲେ। ଜାତୀୟ ଉଦ୍ୟାନ କୃଷି ମିଶନ ମାଧ୍ୟମରେ ୮୯ ହେକ୍ଟର ଜାଗାରେ ଶତକଡ଼ା ୫୦ ଭାଗ ସହାୟତା ଦେଇ ଆମ୍ବ, ଡାଳିମ୍ବ, ଲିଚୁ ଆଦି ଫଳ ଚାଷ କରାଯାଇଛି। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ୧୯୫ ହେକ୍ଟର ପରିମିତ ଜାଗାରେ ଆମ୍ବ, ଲିଚୁ, କାଜୁ ଆଦି ଫଳ ବଗିଚା ସ୍ଥାପନ କରାଯାଇଛି। ୧୫୦ ହେକ୍ଟର ଜମିରେ ହେକ୍ଟର ପିଛା ୨୦ ହଜାର ଟଙ୍କା ସହାୟତା ପ୍ରଦାନ ପୂର୍ବକ ଶଙ୍କର କିଶମ ପନିପରିବା ଚାଷ କରାଯାଇଛି। ୩୫ ହେକ୍ଟର ଜମିରେ ହେକ୍ଟର ପିଛା ୧୨ ହଜାର ଟଙ୍କା ସହାୟତା ପ୍ରଦାନ ସହ ହଳଦୀ ଓ ଅଦା ଚାଷ କରାଯାଇଛି। ମିଶନ ଶକ୍ତିର ୨୦ ଜଣ ମହିଳାଙ୍କୁ ଛତୁ ଚାଷ ପାଇଁ ତାଲିମ ଏବଂ ୫୦ ଜଣ ମହିଳାଙ୍କୁ ପନିପରିବା ଚାଷ ପାଇଁ ତାଲିମ ପ୍ରଦାନ କରାଯାଇଛି। ୨୫ ହେକ୍ଟର ଜମିରେ ହେକ୍ଟର ପିଛା ୧୫ ହଜାର ଟଙ୍କା ସହାୟତା ପ୍ରଦାନ ସହିତ ଆଳୁ ଚାଷ କରାଯାଇଛିବୋଲି ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ସୁଚନା ଦେଇଥିଲେ। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ୩୦ ହେକ୍ଟର ଜମିରେ ଧନିଚା ଚାଷ କରା ଯାଇଥିବା ବେଳେ ୧୦୦ ହେକ୍ଟର ଜମିରେ ଧାଡ଼ି ରୁଆ ଧାନ ଚାଷ କରାଯାଇଛି।
ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ମାଧ୍ୟମରେ ୩୨ଟି ଜଳ ବିଭାଜିକା ପ୍ରକଳ୍ପ ଚାଲୁ ରହିଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପ୍ରତି ବ୍ଲକରେ ୫୦ଟି କ୍ଷେତ ପୋଖରୀ ଖନନ ଆରମ୍ଭ ହୋଇଛି। ର଼୍ୟାଡ୍ ଯୋଜନା ମାଧ୍ୟମରେ ଫିରିଙ୍ଗିଆ ବ୍ଲକର ଜାର୍ଗିପଡ଼ା ଓ ଖଜୁରୀପଡ଼ା ବ୍ଲକର ଗ୍ରେଡ୍ରିପାଜୁ ଗ୍ରାମରେ ହେକ୍ଟର ପ୍ରତି ୨୫ହଜାର ଟଙ୍କା ସହାୟତାରେ ହିତାଧିକାରୀଙ୍କୁ ଚାଷ ଓ ପ୍ରାଣୀସମ୍ପଦ ବିକାଶ ପାଇଁ ଅନୁଦାନ ଦିଆଯାଇଛି। ଚାଷୀଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ବହିଃ ଭ୍ରମଣର ବ୍ୟବସ୍ଥା କରାଯାଇ ଚଳିତ ବର୍ଷ ୧୫୬ ଜଣଙ୍କୁ ଏଥିରେ ସାମିଲ କରାଯାଇଛି ବୋଲି କୃଷି ବିଭାଗ ପକ୍ଷରୁ ସୁଚନା ଦିଆ ଯାଇଥିଲା।
ବେସାମରିକ ଯୋଗାଣ ଅଧିକାରୀଙ୍କ ପକ୍ଷରୁ ଫୁଲବାଣୀ ବିଧାନସଭା କ୍ଷେତ୍ରର ୧ ଲକ୍ଷ ୭୭ ହଜାର ୩୬୩ ଜଣଙ୍କୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନରେ ସାମିଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ସମୁଦାୟ ୧ଲକ୍ଷ ୬୯ ହଜାର ୩୨୫ ଜଣଙ୍କୁ ସାମିଲ କରାଯାଇ ଥିବା ତଥ୍ୟ ଦିଆ ଯାଇଥିଲା। ସେହିପରି ଜିଲା ସାମାଜିକ ସୁରକ୍ଷା ବିଭାଗ, ଶିକ୍ଷା, ସ୍ବାସ୍ଥ୍ୟ, ପ୍ରାଣୀ ସମ୍ପଦ, ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ସାମାଜିକ ମଙ୍ଗଳ ବିଭାଗ, ରାସ୍ତା ଓ କୋଠାବାଡ଼ି, ପାଇପ୍ ଜଳ ଯୋଗାଣ, ଜଙ୍ଗଲ, ଜଳ ସେଚନ ଓ ଶକ୍ତି ବିଭାଗ ପକ୍ଷରୁ ଚାଲିଥିବା କାର୍ଯ୍ୟ ଉପରେ ତଥ୍ୟ ପ୍ରଦାନ କରା ଯାଇଥିଲା। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକଙ୍କ ସମେତ ସମସ୍ତ ଜିଲା ସ୍ତରୀୟ ଅଧିକାରୀ, ଫୁଲବାଣୀ, ଖଜୁରିପଡ଼ା, ଫିରିଙ୍ଗିଆ ଓ ଚକାପାଦ ବ୍ଳକ୍ର ବିଡିଓ ପ୍ରମୁଖ ଆଲୋଚନାରେ
ଅଂଶ ଗ୍ରହଣ କରିଥିଲେ।
ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ
ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍ ସ୍କୁଲ,…
ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!
ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…
ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ
ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…
ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…
ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…
ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ
ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…
ପ୍ରତିଶ୍ରୁତି ରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ବିଡିଓ: ଉଠା ଦୋକାନୀଙ୍କୁ ମିଳିବ ନ୍ୟାୟ
ଦାରିଙ୍ଗବାଡି,୧୪।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଉଠା ଦୋକାନୀଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ ଘଟଣା ପରେ ସ୍ଥାନୀୟ ପ୍ରଶାସନ ଥଇଥାନ ପାଇଁ ପଦକ୍ଷେପ ଜୋରଦାର ଆରମ୍ଭ ହୋଇଯାଇଛି।…
ନିଶାମୁକ୍ତ ହେବ ସୋନପୁର ଅଞ୍ଚଳ: ବସିଲା ବୈଠକ, ଏକାଠି ହେଲେ ମହିଳା ସଂଗଠନ, ଦେଲେ ଚେତାବନୀ
ଦାରିଙ୍ଗବାଡି, ୧୩।୨ (ଅରୁଣ ସାହୁ): ଦିନକୁ ଦିନ ଚୋରାମଦ କାରବାର ବୃଦ୍ଧି ପାଉଛି । ଅବାଧରେ ବିକ୍ରିବଟା ମଧ୍ୟ ଚାଲିଛି । ଏହି ବ୍ୟବସାୟ କରୁଥିବା ଲୋକଙ୍କ…
ତାତିଲେ ଉଠା ଦୋକାନୀ, ଘେରିଲେ ତହସିଲ କାର୍ଯ୍ୟାଳୟ: ପ୍ରତିଶ୍ରୁତି ଦେଲା ପ୍ରଶାସନ
ଦାରିଙ୍ଗବାଡି, ୧୩।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ କଡ଼ରେ ଉଠା ଦୋକାନୀଙ୍କୁ ଜବରଦଖଲ ଉଚ୍ଛେଦ କରାଯାଇଛି। କିନ୍ତୁ ସମସ୍ତ ଉଠା…
Archives

