ସଶକ୍ତୀକରଣ ଓ ସୁରକ୍ଷାର ଅଧିକାର

ସ୍ବାଭିମାନ ଓ ସୁରକ୍ଷାର ସହ ବଞ୍ଚତ୍ବା ପ୍ରତ୍ୟେକ ଭାରତୀୟ ନାରୀର ଜନ୍ମଗତ ଅଧିକାର। ରାଷ୍ଟ୍ରର ପ୍ରଥମ ଓ ପ୍ରଧାନ ଦାୟିତ୍ୱ ହେଲା ନାରୀକୁ ସୁରକ୍ଷା ଯୋଗାଇ ଦେଇ ତାକୁ ବ୍ୟକ୍ତିଭାବେ ପ୍ରତିଷ୍ଠିତ କରି ତା’ର ମାନବିକ ମୂଲ୍ୟବୋଧକୁ କ୍ଷୁଣ୍ଣ ନ କରି ତା’ର ଅଧିକାର ପ୍ରତି ସଜାଗ ଓ ସଚେତନ ହେବା। ନାରୀ ପ୍ରତି ଅସମ୍ମାନ କରୁଥିବା ରାଷ୍ଟ୍ର ହେଉ ବା ବ୍ୟକ୍ତି ଏହା କଦାପି କ୍ଷମଣୀୟ ନୁହେଁ। ଏହାକୁ ପ୍ରତ୍ୟକ୍ଷଦର୍ଶୀ ଭାବେ ଚଳଚ୍ଚିତ୍ର ପରି ଉପଭୋଗ କରି ପ୍ରତିବାଦ କରୁ ନ ଥିବା ବ୍ୟକ୍ତି ଓ ରାଷ୍ଟ୍ର ତା’ର ଦାୟିତ୍ୱହୀନତାକୁ ସୂଚାଇଥାଏ। ଯେଉଁ ରାଷ୍ଟ୍ର ତା’ର ଗଣତନ୍ତ୍ରର ଅର୍ଦ୍ଧେକ ଜାତିକୁ ସୁରକ୍ଷା ଯୋଗାଇ ପାରିବାରେ ଅସମର୍ଥ; ସେ ରାଷ୍ଟ୍ର ରାଜନୈତିକ, ସାମରିକ ଓ ଅର୍ଥନୈତିକ କ୍ଷେତ୍ରରେ ଯେତେ ସମୃଦ୍ଧ ହେଲେ ମଧ୍ୟ ପ୍ରକୃତରେ ବିକଶିତ କିମ୍ବା ସମୃଦ୍ଧ ରାଷ୍ଟ୍ରରେ କଦାପି ପରିଗଣିତ ହୁଏନାହିଁ।
ଆଗରୁ ଆମେ ଚିନ୍ତା କରିଥିଲୁ ଯେ କେବଳ ନାରୀଟିଏ ସ୍ବାବଲମ୍ବୀ ହେଲେ ନାରୀର ସ୍ବାଭିମାନ ଓ ଆତ୍ମମର୍ଯ୍ୟାଦା ବୃଦ୍ଧି ପାଇବ। ଆମେ ପଶୁଠାରୁ ମଧ୍ୟ ହୀନ ବୋଲି ନିଜକୁ ପ୍ରମାଣିତ କରିସାରିଛୁ। କାରଣ ଯଦି କୁକୁରଟିଏ ଆମ ମଣିଷକୁ କାମୁଡ଼ୁଛି, ତେବେ କିଛିଦିନ ଚିକିତ୍ସା ପରେ ଆମେ ବିଷମୁକ୍ତ ହୋଇପାରୁଛୁ। ଯଦି ବିଷଧର ସାପଟିଏ ବା ବିଛାଟିଏ ଆମକୁ ଦଂଶନ କରୁଛି, ତେବେ ତିନି ଚାରି ଦିନ ଚିକିତ୍ସା ପରେ ଆରୋଗ୍ୟ ଲାଭ ହେଉଛି, କିନ୍ତୁ ଯଦି ଦିବ୍ୟଜ୍ଞାନ ଥିବା ମଣିଷଟିଏ ମଣିଷକୁ କାମୁଡ଼ୁଛି, ତେବେ ସେହି ବିଷ ଦ୍ୱାରା ମଣିଷ ବଞ୍ଚତ୍ବା ଆଶା ବହୁତ କମ୍‌। ଏ ପୃଥିବୀରେ ମଣିଷ ନିଜ ଦେହର କ୍ଷୁଧା ମେଣ୍ଟାଇବା ପାଇଁ ମଣିଷକୁ ଦଂଶନ କରି ଆନନ୍ଦ ପାଏ।
ଏ ଭାରତବର୍ଷ ସୀତା, ସାବିତ୍ରୀ, ଝାନ୍ସୀ ରାଣୀ ଲକ୍ଷ୍ମୀବାଈ, ମହିଷମର୍ଦ୍ଦିନୀ ଦୁର୍ଗା ଓ ରାଣୀ ଦୁର୍ଗାବତୀଙ୍କ ଦେଶ। ଇତିହାସ ତା’ର ମୂକସାକ୍ଷୀ। ସେ କଦାପି ଅସହାୟ ହୋଇପାରେନା। ଥରେ ନୋବେଲ ପୁରସ୍କାର ବିଜେତା ସାରାମାଗୋ କହିଥିଲେ- ”ଇଏ ଏମିତି ଗୋଟିଏ ବିଶ୍ୱ, ଯିଏ ମଙ୍ଗଳ ଗ୍ରହକୁ ଯନ୍ତ୍ର ପଠାଏ, ଚନ୍ଦ୍ରକୁ ମଣିଷ ପଠାଏ ଅଥଚ ନିଜ ଇଲାକାରେ ନାରୀ ପ୍ରତି ବଳାତ୍କାର ଓ ହିଂସା ବନ୍ଦ କରି ନାରୀକୁ ସୁରକ୍ଷା ଦେଇ ପାରେନାହିଁ।“ କେବଳ ଭାରତବର୍ଷରେ ନୁହେଁ, ଆମେରିକାର ନ୍ୟୁୟର୍କରେ ମଧ୍ୟ ଆମତ୍ଘୋଷିତ ଗୁରୁ କିଥ୍‌ ରାନିଅରଙ୍କୁ ସଂସ୍କୃତି ନାମରେ ମହିଳାଙ୍କୁ ଖଟାଇ ସଂସାର ଯୌନ ଦାସୀ କରିବା ହେତୁ ନ୍ୟୁୟର୍କ ବ୍ରକ୍‌ଲିନ୍‌ କୋର୍ଟ ୧୨୦ ବର୍ଷ ଜେଲ ଓ ୧.୭୫ ନିୟୁତ ଡଲାର ଜରିମାନା ଆଦେଶ କରିଛନ୍ତି। ଏଇଠି ମନେପଡ଼ୁଛି ପ୍ରସିଦ୍ଧ ଲେଖିକା ଏଲିଜାବେଥ୍‌ କାଲ୍‌ସ୍କିଙ୍କ ବହୁ ଚର୍ଚ୍ଚିତ ପୁସ୍ତକ ‘ଦି ରୁଲ୍‌ ଅଫ୍‌ କଲୋନିଆଲ ଇନ୍‌ଡିଫରେନ’ ଯାହାର ଓଡ଼ିଆ ଅନୁବାଦ ହେଉଛି ଔପନିବେଶିକ ଉଦାସୀନତାର ରାଜତ୍ୱ। ଏହି ପୁସ୍ତକର ସବୁଠାରୁ ବଡ଼ ଆଲୋଡ଼ନକାରୀ ତଥ୍ୟଟି ହେଉଛି ଔପନିବେଶିକ ଅଦାଲତର ମହାମାନ୍ୟ ବିଚାରପତିମାନଙ୍କର ଏକ ମୂଳ ଓ ବଦ୍ଧ ଧାରଣା ରହିଥିଲା ଯେ, ଭାରତୀୟ ସମାଜରେ ଧର୍ଷଣ ଏକ ଚିରାଚରିତ ଦେହସୁହା ଓ ନିୟମିତ ବ୍ୟାପାର।
୨୦୧୨ରେ ମଧ୍ୟ ଦିଲ୍ଲୀରେ ଏହିଭଳି ନିର୍ଭୟା ଗଣଦୁର୍ଷ୍କମ ମାମଲା ଘଟିଥିଲା। ଆଉ ଗୋଟିଏ ଘଟଣା ଭାରତର ସବୁଠାରୁ ଲୋମହର୍ଷଣକାରୀ ମଧୁରା ଗଣଦୁଷ୍କର୍ମ ମାମଲା, ଯାହା ଘଟିଥିଲା ୧୯୭୨ ମାର୍ଚ୍ଚ ୨୬ରେ। ମହାରାଷ୍ଟ୍ରର ଦେଶାଇଗ ଥାନାର ଦୁଇଜଣ ପୋଲିସଙ୍କ ଦ୍ୱାରା ଘଟିଥିବା ଦୁଷ୍କର୍ମ ତତ୍କାଳୀନ ଜନମାନସକୁ ଏପରି ତୀବ୍ର ପ୍ରତିବାଦ କରିବାକୁ ବାଧ୍ୟ କରିଥିଲା ଯେ, ସରକାର ଶେଷକୁ ବାଧ୍ୟ ହୋଇ ‘ଦି କ୍ରିମିନାଲ ଲ ଆମେଣ୍ଡମେଣ୍ଟ ଆକ୍ଟ: ୧୯୮୩’ (ନଂ.୪୩) ମାଧ୍ୟମରେ ଭାରତୀୟ ଦୁଷ୍କର୍ମ ଆଇନର ସଂଶୋଧନ କରିବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲେ। କେବଳ ଆଜୀବନ କାରାଦଣ୍ଡ ବ୍ୟବସ୍ଥା କଲେ ହେବନାହିଁ, ଏଥିପାଇଁ ବିରାଟ ସାମାଜିକ ଜନଆନ୍ଦୋଳନ ହେବା ଆବଶ୍ୟକ। କାରଣ ଧାରା ୨୧ କହେ ସ୍ବାଭିମାନ ସହ ବଞ୍ଚତ୍ବା ନାରୀର ସାମ୍ବିଧାନିକ ଅଧିକାର। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଦୋଷୀକୁ ଦଣ୍ଡ ଦେବା ପାଇଁ ଆମ ଆଇନ ଯେତିକି ତୀବ୍ର ବେଗରେ ଧାଉଁନି, ଦୋଷୀକୁ ନିର୍ଦ୍ଦୋଷ କରିବା ପାଇଁ ଆମର କିଛି ଆଇନଜୀବୀ ନିଜର ମାନବିକତାକୁ ହତ୍ୟାକରି ତାକୁ ଘଣ୍ଟ ଘୋଡ଼ାଇବା ଲାଗି ପ୍ରୟାସ କରୁଛନ୍ତି।
ଶିକ୍ଷା କ୍ଷେତ୍ରରେ ମଧ୍ୟ କେବଳ ଚାକିରି ଓ ଜଗତୀକରଣକୁ ଅଧିକ ଗୁରୁତ୍ୱ ନ ଦେଇ ଶିକ୍ଷା କ୍ଷେତ୍ରରେ ନୈତିକ ମୂଲ୍ୟବୋଧଭିତ୍ତିକ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଉ। ଅପରାଧୀକୁ ଘଣ୍ଟ ଘୋଡ଼ାଇ ରଖିବା ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରର ନୀତିବିରୁଦ୍ଧ କାର୍ଯ୍ୟକଳାପ। ବିଚାର ବ୍ୟବସ୍ଥା ବିଳମ୍ବିତ ନ ହେଉ, ଯଦ୍ଦ୍ବାରା ପ୍ରମାଣ ପତ୍ର ନଷ୍ଟ କରି ଦିଆଯାଉଛି। ସମ୍ପ୍ରତି ମହିଳା ଓ କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ପଶ୍ଚିମବଙ୍ଗରେ ‘ଅପରାଜିତା ବିଲ୍‌’ ୩ ସେପ୍ଟେମ୍ବର, ୨୦୨୪ରେ ପ୍ରଣୋଦିତ ହୋଇ ସାରଛି। ଏହା କେବଳ ପଶ୍ଚିମବଙ୍ଗ କାହିଁକି, ସବୁ ରାଜ୍ୟରେ ମହିଳା ଓ କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ହେବା ସହିତ ତାହା କିପରି କଡ଼ାକଡ଼ି ଭାବେ ପାଳନ କରାଯିବ, ସେ ଦିଗରେ ସରକାରଙ୍କଠାରୁ ଆରମ୍ଭ କରି ଜନସାଧାରଣ ପ୍ରୟାସ ଜାରି ରଖିବା ଦରକାର।
ଶେଷରେ ଏତିକି କୁହାଯାଇପାରେ ଯେ, ସ୍ବାଧୀନତାର ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ଆମ ସମାଜରେ ଲିଙ୍ଗଗତ ବୈଷମ୍ୟ ଦେଖାଯାଉଛି। ଯେଉଁ ଜାତି ବା ରାଷ୍ଟ୍ର ନାରୀକୁ ତା’ର ବଞ୍ଚତ୍ବାର ଅଧିକାର ଯୋଗାଇପାରୁନି, ତେବେ କାହିଁକି ମାତୃଶକ୍ତି ପୂଜାର ପ୍ରହସନ କରି ସ୍ବର୍ଣ୍ଣ, ହୀରା, ମୋତି, ମାଣିିକ୍ୟ ଖଚିତ ମୁକୁଟରେ ମା’ଙ୍କୁ ସଜାଇ ପାଟବସ୍ତ୍ର ଓ ଅଳଙ୍କାର ପିନ୍ଧାଇ ପୂଜା, ସଂସ୍କୃତି ଓ ପରମ୍ପରାର ଦ୍ୱାହି ଦେଇ ପରମ୍ପରାର ରକ୍ଷକ ବୋଲି ଦାବି କରିବା? ଗୋଟିଏ ପଟେ ତାକୁ ଦିବ୍ୟ ମୂର୍ତ୍ତିରେ ସଜାଇ ଆଉ ଗୋଟିଏ ପଟେ ତାକୁ ବିବସ୍ତ୍ରା କରି ତା’ ପ୍ରତି ପାଶବିକ ଅତ୍ୟାଚାର କରି ଶେଷରେ ମୃତ୍ୟୁମୁହଁକୁ ଠେଲିଦେଉ। ଏହା ଆମ ଭାରତୀୟ ସଂସ୍କୃତି ପ୍ରତି ଛଳନା ନୁହେଁ ତ ଆଉ କ’ଣ! ଯେଉଁ ଦିନ ଆମେ ତାଙ୍କୁ ସୁରକ୍ଷା ଦେଇ ବଞ୍ଚତ୍ବାର ଅଧିକାର ଯୋଗାଇ ଦେବା, ସେହି ଦିନ ଆମେ ଦାବି କରିବା ଆମେ ପୁଣ୍ୟଭୂମି ପବିତ୍ରଭୂମି ଭାରତବର୍ଷର ପ୍ରକୃତ ଦାୟାଦ।
ରଘୁନାଥଜୀଉ ମହାବିଦ୍ୟାଳୟ, ଦେଉଳସାହି, ମା: ୭୮୪୬୯୨୧୪୦୦


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri