ସଲମାନଙ୍କ ଘର ଉଡ଼ାଇ ଦେବାକୁ ଧମକ

ବଲିଉଡ୍‌ର ସିଙ୍ଗଲ୍‌ ମ୍ୟାନ୍‌ ସଲମାନ୍‌ ଖାଁଙ୍କ ଘର ଉଡ଼ାଇ ଦେବାକୁ ଗାଜିଆବାଦର ଜଣେ ୧୬ ବର୍ଷର ନାବାଳକ ଧମକ ଦେଇଛନ୍ତି। ମୁମ୍ବାଇ ପୋଲିସକୁ ମେଲ୍‌ କରି ସେ ଏହି ବାର୍ତ୍ତା ପଠାଇଛନ୍ତି। ମେଲ୍‌ ପାଇବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଆଗେଇ ଆସିଛି।
ଏକ ରିପୋର୍ଟରୁ ପ୍ରକାଶ, ଗାଜିଆବାଦରୁ ମୁମ୍ବାଇର ବାନ୍ଦ୍ରା ପୋଲିସକୁ ଗତ ୪ ତାରିଖରେ ମେଲ୍‌ଟି ପଠାଯାଇଛି। ଏହି ମେଲ୍‌ରେ ନାବାଳକ ଜଣକ ଲେଖିଛନ୍ତି, ବାନ୍ଦ୍ରାରେ ଥିବା ‘ଗ୍ୟାଲେକ୍ସି’ (ସଲମାନ୍‌ଙ୍କ ଘର) ଉପରେ ୨ ଘଣ୍ଟା ପରେ ଏକ ବୋମା ପଡ଼ିବ। ପାରୁଛ ଯଦି ଅଟକାଇ ଦିଅ। ଏହା ପାଇବା ପରେ ପୋଲିସ ପୂରା ଟିମ୍‌ ସହ ୪ ଘଣ୍ଟା ଧରି ସଲମାନ୍‌ଙ୍କ ଘର ଯାଞ୍ଚ କରିଛି। ବାନ୍ଦ୍ରା ପୋଲିସ ଷ୍ଟେଶନ ଅଧିକାରୀ କହିଛନ୍ତି, ଘର ଯାଞ୍ଚ ସମୟରେ ସଲମାନ୍‌ ଉପସ୍ଥିତ ନ ଥିଲେ। ତାଙ୍କ ମାଆ, ବାପା, ଭଉଣୀ ସମସ୍ତଙ୍କୁ ଘରୁ ବାହାରକୁ ବାହାର କରି ଯାଞ୍ଚ କରିଥିଲେ। ମାତ୍ର ବୋମାର କୌଣସି ସୁରାକ୍‌ ପାଇ ନ ଥିଲେ। ପରେ ସଲମାନଙ୍କ ପରିବାର ଲୋକେ ଘରେ ପଶିଥିଲେ।
ଅନ୍ୟପକ୍ଷରେ ମେଲ୍‌ କରିଥିବା ନାବାଳକ ଜଣଙ୍କ ଫେରାର ହୋଇଯାଇଛନ୍ତି। ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ ପୋଲିସ ନୋଟିସ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri