ସରୁନି ସ୍ଲୁଇସ୍‌ ଗେଟ୍‌ କାମ, ମୁକୁଳା ନଦୀବନ୍ଧ

ଆରଡ଼ି, ୨୮।୫ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକର କୁଳସାହି ନିକଟ ବୈତରଣୀ ନଦୀବନ୍ଧରେ ୮ ମାସ ତଳେ ଆରମ୍ଭ ହୋଇଥିବା ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ସରି ନାହିଁ। ଏହି ନିର୍ମାଣ କାର୍ଯ୍ୟ ଲାଗି କଟାଯାଇଥିବା ପ୍ରାୟ ୪୦ ଫୁଟ ଲମ୍ବର ନଦୀବନ୍ଧ ମୁକୁଳା ପଡ଼ିଛି। ବର୍ଷାଋତୁ ପୂର୍ବରୁ ନିର୍ମାଣ ଶେଷ ନ ହେଲେ ବନ୍ୟାସ୍ଥିତିକୁ ମୁକାବିଲା କରିବା କାଠିକର ପାଠ ହେବ ବୋଲି ଅଞ୍ଚଳବାସୀ କହିଛନ୍ତି।
ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ସ୍ଥାନୀୟ କୁଳସାହି ଗ୍ରାମବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ପ୍ରତିବର୍ଷ ବୈତରଣୀରେ ବନ୍ୟା ଆସିଲେ ଏହି ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହେଉଛି। ଏହାର ପ୍ରତିକାର ଲାଗି ସେମାନ ଦାବି କରୁଥିଲେ ମଧ୍ୟ ପ୍ରଶାସନ ସ୍ତରରେ ସ୍ଥାୟୀ ପ୍ରତିକାର କରାଯାଉ ନାହିଁ। ନଦୀବନ୍ଧ ନିର୍ମାଣ ପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଉପଯୁକ୍ତ ତଦାରଖ ଅଭାବରୁ ବର୍ଷ ବର୍ଷ ଧରି ଏସବୁ ଅଞ୍ଚଳରେ ବନ୍ଧ ନିର୍ମାଣ କାର୍ଯ୍ୟ ସରିପାରୁ ନାହିଁ। କୁଳସାହି ଗ୍ରାମର ସାମାଜିକ କର୍ମୀ କପିଳଦେବ ବିଶ୍ୱାଳ କହିଛନ୍ତି, ନିର୍ମାଣାଧୀନ ଥିବା ସ୍ଲୁଇସ୍‌ ଗେଟ୍‌ ବର୍ଷାଦିନ ପୂର୍ବରୁ ସରିବ ବୋଲି ଆଶା କରାଯାଉ ନାହିଁ। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କଠାରୁ ନିର୍ଦ୍ଦିଷ୍ଟ ଭାବେ କୌଣସି ସୂଚନା ମିଳୁ ନାହିଁ। ନଦୀବନ୍ଧ କାମ ଶେଷ ହୋଇ ନ ଥିବା ଅବସ୍ଥାରେ ବନ୍ୟା ଆସିଲେ ଏସବୁ ଅଞ୍ଚଳ ଅଧିକ ପ୍ରଭାବିତ ହେବ। ଏଣୁ ସ୍ଲୁଇସ୍‌ ଗେଟ୍‌ ଓ ତତ୍‌ସଂଲଗ୍ନ ରାସ୍ତା ନିର୍ମାଣ କାମ ତୁରନ୍ତ ସାରିବାକୁ ସେ ପ୍ରଶାସନକୁ ନିବେଦନ କରିଛନ୍ତି।
ଉଲ୍ଲେଖନୀୟ ଯେ, ଚଳିତବର୍ଷ ଜୁନ ୧୭ ତାରିଖ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୌସୁମୀ ବର୍ଷା ଲାଗିରହିଲେ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ବନ୍ୟା ହେଲେ ଧାମନଗର ବ୍ଲକ ସମେତ ଚାନ୍ଦବାଲି ବ୍ଲକର ପ୍ରାୟ ୫୦ଖଣ୍ଡ ଗ୍ରାମର ଅଧିବାସୀ ବିପନ୍ନ ହେବେ। ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ସାଙ୍ଗକୁ ନଦୀବନ୍ଧ ମରାମତି କାର୍ଯ୍ୟ ତୁରନ୍ତ ଶେଷ ନ ହେଲେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଉପଖଣ୍ଡ ଅଧିକାରୀ ଭୁବନାନନ୍ଦ ମହାନ୍ତିଙ୍କୁ ପଚାରିବାରୁ କହିଛନ୍ତି, କୁଳସାହିବାସୀଙ୍କ ଅଭିଯୋଗ ହସ୍ତଗତ ହୋଇଛି। ବର୍ଷାଦିନ ପୂର୍ବରୁ କାମ ସାରିବାକୁ ଠିକାଦାର ପ୍ରତିଶ୍ରୁତି ଦେଇଛନ୍ତି। ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri