ସରକାରୀ ସହାଯ୍‌ ଅପେକ୍ଷାରେ ଡମ୍ବରୁଧର

ଲାଠୋର, ୧ା୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କଲୋନୀ ପଡ଼ାର ଡମ୍ବରୁଧର ନାଗ(୫୮)। ତାକର ପରିବାର କହେଲେ ମାଏକିନା ଯଶୋଦା(୫୨) ଆର ପୁଷିଅଁା ଝି’ କରି ରଖିଥିବାର ସେବତୀ(୧୧)। ଜମିବାଡ଼ି ବଲି କିଛି ନାଇଁ। ଉଭଏ ମାଏଝି ମୁନୁଷ ଗଁାର ସ୍କୁଲରେ ରଁଧେନ ରଁଧ୍‌ନିଅଁା ହିସାବେ କାମ୍‌ କରୁଛନ୍‌। ସେଥ୍‌ରୁ ଯାହା ରୁଜଗାର କରୁଛନ୍‌ ସେଥ୍‌ରେ ତାକର ପରିବାର ଚଲୁଛେ। ଗଁାର ଝନେ ସହୁରୁଦ୍‌ ଲୋକ୍‌ର ଜାଗାରେ ଗୁଟେ ଖପର ଘର କରି ପରିବାରଟା ମୁଡ଼ ଗୁଁଜିଛନ୍‌। ସେମାନେ ଯାହା ରୁଜଗାର କରୁଥିଲେ ସେଥ୍‌ରେ ପରିବାରଟା ଖୁସିରେ ଚଲୁଥିଲା। ହେଲେ ଗଲା ୨୦୧୭ରେ ଡମ୍ବରୁଧର ହଠାତ୍‌ ରୋଗ୍‌ରେ ପଡ଼ଲେ। ସେ ଯାହା ସଁଚିଥିଲେ ସେଥ୍‌ରେ ଭିନେ ଭିନେ ଡାକ୍‌ତରଖାନାରେ ଚିକିସତ୍ା କରେଇ ନିରାଶ ହେଲେ। ଶେଷେ ଡମ୍ବରୁଧର ଲୁକ୍‌କରନୁ ଧାର ଉଧାର କରି ଭୁବନେଶ୍ୱର ଏମସ୍‌ ହସପିଟାଲକେ ଯାଇଥିଲେ। ସେଠାନେ ତାକର ପେଟ ଅପରେଶନ କଲା ଉତାରୁ ପାଖାପାଖି ବଛ୍‌ରେ ତକ୍‌ ଠିକ୍‌ଥିଲେ। ହେଲେ ଫେନ୍‌ ତାକର ଦିହି ବିଗିଡ଼ି ଗଲା। ଦିହି ପୁଡ଼ାଜଲା ସଂଗେ ରକତ୍‌ କମଜୁରି ଲାଗି ଏହେଦେ ସେ ଚାଲବୁଲ କରି ନାଇଁପାରବାର। ଏନ୍‌ତାଥି ସେ କାମ୍‌ଧଁଦା ନାଇଁ କରିପାରବାର ଲାଗି ସ୍କୁଲର ରଁଧନିଅଁା ପଦବୀରୁ ତାହାକୁ ବାହାର କରିଦିଆଯାଇଛେ। ଏହେଦ୍‌କା ତାକର ମାଏକିନା ସ୍କୁଲରୁ ପାଉଥିବାର ୧୪ଶହ ଟଁକା ଆର ପଁଚେତ୍‌ରୁ ପାଉଥିବାର ମାସିକ ୧୫ କେ.ଜି. ଚାଉଲରେ ପରିବାରଟା ଦୁଖେ କଷ୍‌ଟେ ଚଲୁଛେ। ଅଭାବ ଅନାଟନରେ ଯଶୋଦା ଆପ୍‌ନେର ଚିକିସତ୍ା ଲାଗି ଟଁକା ପଏସା ଯୁଗାଡ଼ କରି ନାଇଁପାରବାର। ସରକାର ଗରିବ୍‌ ଦୁଖିକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୁଗେଇ ଦେଉଛନ୍‌। ଇ ଅସାହା ଭୂମିହୀନ ପରିବାରକେ ୪ ଡିସିମିଲ ସରକାରୀ ଜମି ସଂଗେ ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ। ଇ ବାବ୍‌ଦେ ଲାଠୋର ସରପଁଚ୍‌ ପ୍ରବୀଣ କୁମାର ଅଗ୍ରଓ୍ବାଲକୁଁ ପଚରାଲାରୁ ଡମ୍ବରୁଧରକଁର ଚିକିସତ୍ା ବେବସ୍‌ତା କରାଯିବା। ସରକାରୀ ନିୟମ ଅନ୍‌ସାରେ ଯାହା ସବୁ ସୁବିଧା ସୁଯୋଗ ରହିଛେ ସେଟା ତାହାକୁ ଯୁଗେଇ ଦିଆଯିବା ବଲି ସେ କହିଥିଲେ। ଥାନୀୟ ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ଯେତେ ଜଲଦି ହେବା ସରକାରୀ ସାହାଯ୍‌ ଯୁଗେଇ ଦେବାକେ ପଡ଼ାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri