ସରକାରୀ ଯୋଜନା ବାଟବନା: ପରଶାସନିକ ଅବହେଲାର ଶିକାର ଗୁଞ୍ଜି ଚନ୍ଦନ

କେସିଙ୍ଗା, ୧୮।୭ (ଡି.ଏନ୍‌.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ଭୂମିହୀନ, ବାସହୀନମାନକୁ ଆବାସ ଯୋଜନାରେ ଘର ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ସରକାରୀ ବାବୁମାନକର ଖାମ୍‌ଖିଆଲି ମନ୍‌ଭାବ ଲାଗି ଅନେକ୍‌ ଗରିବ୍‌ ଦୁଖି ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ପଁଚେତ୍‌ ଅଧୀନ ଗେଟିପଡ଼ାରେ।
ସୂଚନା ଅନ୍‌ସାରେ ଗେଟିପଡ଼ାର ବାସିନ୍‌ଦା ହେଉଛନ୍‌ ନିସାହା ବିଧବା ମହିଲା ଗୁଞ୍ଜି ଚନ୍ଦନ(୬୮)। ସେ ଚଲତି ବଛର ଜାନୁୟାରୀ ମାସେ ଆପ୍‌ନେ ନଟ ଚନ୍ଦନକୁଁ ହରେଇ ଏହେଦେ ନିସାହା ଜୀବନ୍‌ ବିତଉଛନ୍‌। ହେଲେ ତାକର ୩ଟା ପୁଓ ବି ରହିଛନ୍‌। ବଡ଼ପୁଓ ୩ ବଛର ହେଲା ମାନ୍‌ସିକ ରୋଗ୍‌ରେ ପୀଡ଼ିତ ହେଇ କେନ୍‌ଆଡ଼େ ପଲେଇଯାଇଛନ୍‌। ସେନ୍‌ତା ବାକି ଦୁଇ ପୁଓ ଉତ୍ତର ଚନ୍ଦନ(୫୬) ଆର ମଚିନ ଚନ୍ଦନ(୫୧) କେନ୍ତେଶିର ଗଁାରେ ନିଜର ପରିବାର ଧରି ରହୁଛନ୍‌। ଜାଗାଠାନ୍‌ ଅଭାବୁ ଦୁଇ ବୁଢ଼ାବୁଢ଼ି ଗଁାନୁ ଖଁଡ଼େ ଦୂରେ ଥିବାର ଗେଟିପଡ଼ାରେ ଗୁଟେ ଝାଟିମାଟିର କୁରିଆ କରି ଆଏଜ୍‌କେ ୪୦ ବଛର ହେଲା ରହିଆସୁଥିଲେ। ହେଲେ ନଟ ଚାଲିଗଲା ଉତାରୁ ଏହେଦେ ଗୁଞ୍ଜି ଏକଲା ହେଇଯାଇଛନ୍‌। ଗେଟିପଡ଼ାରେ ରହିଥିବାର ତାକର କୁରିଆର ଅବସ୍‌ତା ଗୁଟେ ଗାଈ ଗୁହାଲ ଠାନୁ ବି ଆହୁରି ହୀନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ଗୁଞ୍ଜି ମାସିକ୍‌ ପାଉଥିବାର ୫ଶହ ଟଁକା ଭତା ଆର ୫ କେ.ଜି. ଚାଉଲ ନ ସାହାଭରସା। ବେଲବୁଡ଼ଲେ ବିଜଲିବତୀ ଅଭାବୁ ପଡ଼ାଟା ଅଁଧାର ଗିଲ୍‌ଗିଲ୍‌ ହେଇଯାଉଛେ। ସେନ୍‌ତା ପଡ଼ାର ଅଲପ ଦୂରେ ଝାର ଜଂଗଲ ଲାଗି ଜୀବ୍‌ଜଁତୁକର ଆକ୍‌ରମନ୍‌ ଭଏ ବି ରହୁଛେ। କେସିଙ୍ଗା ତହସିଲ ତରଫୁ ଗଲା ୨୦୦୦ ସାଲେ ନଟ ଚନ୍ଦନ ୪ ଡେସିମିଲ ଜାଗାର ପଟ୍ଟା ପାଇଛନ୍‌। ହେଲେ ପରଶାସନ୍‌ ଆଏଜ୍‌ତକ ସେ ଜାଗା ଚିନ୍‌ହଁଟ କରି ହିତାଧିକାରୀକୁଁ ଜମିର ଦଖଲ ନାଇଁଦେଇ। ସେନ୍‌ତା ଏସ୍‌ଇସିସି ତାଲିକାରେ ନଁା ଥିଲେ ବି ଗୁଞ୍ଜି ଆବାସ ଯୋଜନାରେ ଘରଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଖାଲି ଗୁଞ୍ଜି ନୁହଁନ୍‌ ଗେଟିପଡ଼ାର ଅଖଣ୍ଡ ସାହୁ, ବୈଦେହୀ ମାଝିକଁର ଲେଖେଁ ଅନେକ ଗରିବ୍‌ ହିତାଧିକାରୀ ସରକାରୀ ଯୋଜନାରେ ୪ ଡେସିମିଲ ଜାଗା ପାଇଥିଲେ ବି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଇ ବାବ୍‌ଦେ ଥାନୀୟ ସରପଁଚ୍‌ ଜିତେନ୍ଦ୍ର ବ୍ରହ୍ମାକୁଁ ପଚରାଲାରୁ ପରକୁତରେ ସେ ଆବାସ ଯୋଜନାର ଲାଗି ହକ୍‌ଦାର ଆଏ ବଲି କହିଥିଲେ। ସେନ୍‌ତା ଇ ବାବ୍‌ଦେ କେସିଙ୍ଗା ବିଡିଓ ଭୀମସେନ ଶବରକୁଁ ପଚରାଲାରୁ ମୁଇଁ ଘଟନାର ତଦଁତ୍‌ କରି ପଦକ୍ଷେପ ନେମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଅଧା ରହିଗଲା ସମଲେଶ୍ୱରୀ ଦର୍ଶନ, ଟୁରିଷ୍ଟ ବସ ଓଲଟି ୧୫ ଆହତ

ସମ୍ବଲପୁର, ୨୭।୧୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଜାତୀୟ ରାଜପଥ(୫୫) ଉପରେ ଗୁରୁବାର ଭୋରରେ ଏକ ଟୁରିଷ୍ଟ ବସ ଦୁର୍ଘଟଣାର...

ଓଡ଼ିଶାରେ ‘ବଙ୍ଗଳାଦେଶୀ’ ସନ୍ଦେହରେ ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୬।୧୨(ପ୍ରମୋଦ ବହିଦାର): ସମ୍ବଲପୁରର ଦାନିପାଲିଠାରେ ‘ବଙ୍ଗଳାଦେଶୀ’ ସନ୍ଦେହ କରି ପଶ୍ଚିମବଙ୍ଗର ଶ୍ରମିକ ଶେଖ୍ ଜୁଏଲ୍ (୨୨)ଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୬ ଜଣ...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri