ସରକାରୀ ପୋରଛାହନ୍‌ର ଅଭାବ୍‌:ଦୁରଦିନ୍‌ରେ ମୁରଦୁଁଗ୍‌ କାରିଗର

ଗୁଡଭେଲିପଦର, ୧୯।୫ (ଡି.ଏନ.ଏ): ଭାରତୀୟ ସଂସ୍କୃତି ଆର ପରମ୍ପରାରେ ଅନେକ ପରକାର ବାଦ୍ୟର ପରଚଲନ ଅଛେ। ପୂଜାପାଠ୍‌ନୁ ମୂଲ କରି ବିହାବରପନ, ଉଛବ୍‌, ପରବ୍‌, ଜାନୀଯାତରାରେ ଘଁଟ୍‌, ଶଁଖ୍‌, ମୁହୂରି, ଢ଼ୋଲ, ଲିସାନ୍‌, ମୁରଦୁଁଗ୍‌, ଗିନିର ପରଚଲନ ଦେଖ୍‌ବାକେ ମିଲସି। ଇ ସବୁ ବାଦ୍ୟଯନ୍ତ୍ର କେନ୍‌ ଯୁଗୁ ଆମର ସଂସ୍କୃତି, ପରମ୍ପରା ସଂଗେ ଜୁଡ଼ି ହେଇ ରହିଛେ। ହେଲେ ଆଏଜ୍‌କାଲି ବିଦେଶୀ ସଂସ୍କୃତିର ବଡ଼ଭାରି ପରଚଲନ ଲାଗି ଆମର ଦେଶୀ ବାଦ୍ୟଯନ୍ତ୍ର ଲୋପ୍‌ ପାଏବାକେ ବସଲାନ। ଦିନୁଦିନ୍‌କେ ଏନ୍‌ତା ହେଲାନ ଯେ, ଆଗଲା ପିଢ଼ି ଇ ସବୁ ବାଦ୍ୟଯନ୍ତ୍ର ସଂଗ୍ରହାଳୟମାନକେ ଦେଖ୍‌ବାକେ ପାଏବେ।
ସେନ୍‌ତା ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ହେଉଛେ ଗୁଟେ କଳା, ସଂସ୍କୃତି ପୂରି ରହିଥିବାର ଅଂଚଲ। ଇ ଅଂଚଲରେ ଭିନେ ଭିନେ ସମିଆରେ ଅନେକ ଉଛବ୍‌, ପରବ୍‌ ପାଲନ ହେଉଛେ। ସେନ୍‌ତା ଲୋକ୍‌କଳାକେ ବଁଚେଇ ରଖ୍‌ବାର ଲାଗି ଅଂଚଲର ଲୋକ୍‌ ସବୁବେଲେ ଚେରେଷ୍‌ଟା କରୁଛନ୍‌। ଅଂଚଲରେ ଗଁାଗଁାରେ କିରତନ୍‌ ଦଲ ରହିଛେ। ସେମାନେ ଭିନେ ଭିନେ ଜାନିଯାତରା, ଉଛବ୍‌, ପୂଜାପାଠ୍‌କେ ଯାଇ କିରତନ୍‌ କରୁଛନ୍‌। ଇ କିରତନ୍‌ର ମୁଖିଆ ବାଦ୍ୟଯନ୍ତ୍ର ହେଉଛେ ମୁରଦୁଁଗ୍‌। ଇଥିର ବିନା କିରତନ୍‌ ସମ୍‌ଭବ ନୁହେ। ହେଲେ ସରକାରୀ ପୋରଛାହନ୍‌ ଅଭାବୁ ଆଏଜ୍‌ ମୁରଦୁଁଗ୍‌ ବାଦ୍ୟଯନ୍ତ୍ର କାରିଗରୀ ଲୋପ୍‌ ପାଏବାକେ ବସଲାନ। ଅନେକ କାରିଗର ଇ ବୁରତି ଛାଡ଼ି ଉନିଆ ଧଁଦାବାଡ଼ି କଲେନ। ମୁରଦୁଁଗ୍‌ କାରିଗରମାନେ ମାଟିରେ ତିଆର ହେଇଥିବାର ଝଁାଜ୍‌କେ କୁମ୍ଭାରନୁ ଘିନିଆନି ତାର ଉପରେ ଆଗରୁ ଶୁଖେଇ ରଖିଥିବାର ଚମଡ଼ାକେ ସାଇଜ କରି କାଟି ସେଥ୍‌ରେ ଲଗାସନ୍‌। ଚମଡ଼ା ଖଁଜି ସାଏଲା ଉତାରୁ ମୁରଦୁଁଗ୍‌ର ଦୁଇଫାଲେ କିରନ୍‌ ଦିଆଯାଏସି। ଇ ହିସାବେ ଗୁଟେ ମୁରଦୁଁଗ୍‌ ତିଆରିବାର ଲାଗି କାରିଗରମାନକୁ ୪ରୁ ୫ ଦିନ୍‌ ଲାଗିଯାଏସି। ଆଏଜ୍‌କାଲି ଚମଡ଼ା ଅଭାବ ଲାଗି କାରିଗରମାନକୁ ବଜାରରୁ ଘିନବାକେ ପଡ଼ୁଛେ। ଇ ଚମଡ଼ା ଆଗରୁ ଗଁାଗଁଲିରେ ସୁବିଧା ଆର ସସ୍‌ତାରେ କାରିଗରମାନକୁ ମିଲିଯାଉଥିଲା। ହେଲେ ଆଏଜ୍‌କାଲି ମୁରଦୁଁଗ୍‌ ତିଆରି ଲାଗି ଦରକାର ପଡ଼ୁଥିବାର ସାଜୋସାମାନ ସୁବିଧାରେ ନାଇଁ ମିଲବାର। ଯେନ୍‌ଥିରଲାଗି କାରିଗରମାନେ ବାପ୍‌ଅଜା ଅମଲୁ ଆପନେଇଥିବାର ଇ କୁଲବୁରତିକେ ଛାଡ଼ି ଉନିଆ ଧଁଦାବାଡ଼ିରେ ଧିଆନ୍‌ ଦେଉଛନ୍‌। କଳାକାର ପାରିବାରର ଯୁବକ୍‌ମାନେ ବି କୁଲବୁରତିକେ ପସନ୍‌ ନାଇଁକରବାର। ଇଆଡ଼େ ସରକାର ଲୋକକଳା, ଲୋକ୍‌ ସଂସ୍କୃତି, ନାଚ୍‌ଗୀତ୍‌କେ ବଁଚେଇ ରଖ୍‌ବାର ଲାଗି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। କଳାକାରମାନକୁ ଡାକି ଅନେକ୍‌ ଉଛବ୍‌ରେ ସନ୍‌ମାନିତ କରୁଛନ୍‌। ହେଲେ ଇ ବାଦ୍ୟଯନ୍ତ୍ରମାନ ତିଆର କରୁଥିବାର କାରିଗରମାନେ ଆଏଜ୍‌ ବି ସରକାରୀ ପୋରଛାହନ୍‌ ଅଭାବୁ ଅବହେଲିତ ହେଇ ପଡ଼ିରହିଛନ୍‌। ଇ ବାବ୍‌ଦେ ଗୁଡ଼ଭେଲିପଦର ଗଁାର ମୁରଦୁଁଗ୍‌ କାରିଗର ରାମଚନ୍ଦ୍ର ପାଣିଗ୍ରାହୀକୁଁ ପଚରାଲାରୁ ଇ ବୁରତିରେ କାମ୍‌ ହିସାବେ ଦାମ୍‌ ନାଇଁ ମିଲବାର। ସରକାରକଁର ତରଫୁ ଯଦି କିଛି ପୋରଛାହନ୍‌ ମିଲତା ଆମର କଳା ସଂସ୍କୃତି ସଂଗେ ଜଡ଼ିତ ଥିବାର ଇ ବୁରତିକେ ବଁଚେଇ ରଖିହେତା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri