ସରକାରୀ ତାଲିମ ପାଇଁ ବସ୍ତ୍ରାଳୟରୁ ସିସିଟିଭି ଭଡ଼ାନେବା ଘଟଣା: ୭୦ହଜାର ଟଙ୍କା ଫେରାଇବାକୁ ଡିପିସିଙ୍କ ନିର୍ଦ୍ଦେଶ

ବଡ଼ସାହି,୨୩ା୧୦(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଉଜ୍ଜ୍ୱଳ ଓ ଉତ୍‌ଥାନ ତାଲିମ କେନ୍ଦ୍ରରେ ସିସିଟିଭି ଲଗାଇବା ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ହୋଇଛି। ବଜାରରେ ଥିବା ଏକ ବସ୍ତ୍ରାଳୟରୁ ସିସିଟିଭି ଭଡ଼ାରେ ଆଣି ତାଲିମ କେନ୍ଦ୍ରରେ ଲଗାଇ ବିଲ୍‌ ପୈଠ କରିଥିବା ଘଟଣାକୁ ନେଇ ବିଇଓଙ୍କ କାର୍ଯ୍ୟାଳୟର ଅଧିକାରୀ ସନ୍ଦେହ ଘେରକୁ ଆସିଥିଲେ ା ଏ ନେଇ ଗତ ସେପ୍ଟେମ୍ବର ୩୦ତାରିଖ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ବିଲ୍‌ରେ ଦର୍ଶାଇଯାଇଥିବା ଜିଏସ୍‌ଟି ୧୮ପ୍ରତିଶତ ପରିବର୍ତ୍ତେ ୧୨ପ୍ରତିଶତ ପ୍ରଦାନ କରାଯାଇଥିବା ଅନିୟମିତତା ସମ୍ପର୍କରେ ତଦନ୍ତ କରାଯାଇ ବେନିୟମ ଭାବେ ଖର୍ଚ୍ଚ କରାଯାଇଥିବା ଅର୍ଥକୁ ଫେରସ୍ତ ଦେବାକୁ ଡିପିସି ନିର୍ଦ୍ଦେଶ ଦେଇଛନ୍ତି ା
ସୂଚନା ଅନୁଯାୟୀ, ସର୍ବଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଗତ ଫେବୃୟାରୀ ୨ରୁ ୨୮ତାରିଖ ମଧ୍ୟରେ ବିଇଓଙ୍କ କାର୍ଯ୍ୟାଳୟ ଅଧୀନରେ ମୋଟ ଉଜ୍ଜ୍ୱଳରେ ୧୦ଟି ଓ ଉତ୍‌ଥାନରେ ୪ଟି ୪ଦିନିଆ କରି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ା ଉକ୍ତ ତାଲିମ ସମ୍ପର୍କିତ ସମସ୍ତ ଘଟଣାରେ ସ୍ବଚ୍ଛତା ଆଣିବା ପାଇଁ ସିସିଟିଭି ବ୍ୟବସ୍ଥା କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଥିଲା ା ଏହାକୁ ନେଇ ବିଇଓ କାର୍ଯ୍ୟାଳୟ ପକ୍ଷରୁ ଭଡ଼ାସୂତ୍ରରେ ସିସିଟିଭି କ୍ୟାମେରା ଅଣାଯାଇ ଲଗାଯାଇଥିଲା। ଭଡ଼ାରେ ଆସିଥିବା ସିସିଟିଭି ତଥା ଅନ୍ୟାନ୍ୟ ସାମଗ୍ରୀ ବିଲ୍‌ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିିବା ପରେ ଏହା ଲୋକଲୋଚନକୁ ଆସିଥିଲା ା ବଡ଼ସାହି ବଜାରରେ ଥିବା ଏକ ବସ୍ତ୍ରାଳୟରୁ ଏହିସବୁ ସାମଗ୍ରୀ ଭଡ଼ାରେ ଅଣାଯାଇ ଶିବିର ପ୍ରତି ୭ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ବିଲ୍‌ରୁ ଜାଣିବାକୁ ମିଳିଥିଲା ା ତେବେ ବସ୍ତ୍ରାଳୟ ଭଳି ଏକ ବ୍ୟବସାୟ ପ୍ରତିଷ୍ଠାନରୁ ଯାନ୍ତ୍ରିକ ସାମଗ୍ରୀ ଭଡ଼ାରେ ଆଣି ଜିଏସ୍‌ଟି ବିଲ୍‌ ପୈଠ କରିବାରେ ସନ୍ଦେହ ଉପୁଜିଛି ା ତାଲିମ ବାବଦକୁ ୯୮ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ବିଇଓଙ୍କ କାର୍ଯ୍ୟାଳୟରୁ ଏକ ବିବରଣୀ ଡିପିସିଙ୍କ କାର୍ଯ୍ୟାଳୟକୁ ଦିଆଯାଇଥିଲା। ଡିପିସି ଏହାର ତଦନ୍ତ କରି ୭୦ହଜାର ଟଙ୍କା ବେନିୟମ ଖର୍ଚ୍ଚ ହୋଇଥିବା ଦର୍ଶାଇଛନ୍ତି ଏବଂ ଚିଠି ନମ୍ବର ୩୨୮୭ରେ ୭୦ହଜାର ଟଙ୍କା ଫେରାଇବାକୁ ଆଦେଶ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri