Posted inଜାତୀୟ

ସରକାର ଅନୁମତି ନ ଦେଲେ ବି ପାକିସ୍ତାନ ଯିବି: ସିଦ୍ଧୁ

ନୂଆଦିଲ୍ଲୀ,୭।୧୧: କରତାରପୁର କରିଡର ଉଦଘାଟନ ହେବାକୁ ଆଉ ମାତ୍ର ଦୁଇଦିନ ବାକି ଥିବାବେଳେ ପାକିସ୍ତାନ ଯିବା ପାଇଁ ଜିଦ୍‌ ଧରି ବସିଛନ୍ତି ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ। କର୍ତ୍ତାରପୁର ଯିବା ପାଇଁ ଅନୁମତି ଦାବି କରି ସେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ସେ ତୃତୀୟଥର ଚିଠି ଲେଖିଛନ୍ତି। ଏଥର ଯଦି ସରକାର ଯଦି ମୋ ଚିଠିର କୌଣସି ଉତ୍ତର ନ ଦେବେ ତେବେ ମୁଁ ଜଣେ ଶିଖ୍‌ ଶ୍ରଦ୍ଧାଳୁଙ୍କ ଭଳି ପାକିସ୍ତାନ ଯିବି ବୋଲି ସିଦ୍ଧୁ କହିଛନ୍ତି। ସୂଚନାଯୋଗ୍ୟ, ନଭେମ୍ବର ୯ରେ କରତାରପୁର କରିଡର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାକିସ୍ତାନ ସିଦ୍ଧୁଙ୍କୁ ଆମନ୍ତ୍ରଣ କରିଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସିଦ୍ଧୁ ପୂର୍ବରୁ ମଧ୍ୟ ବହିର୍ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। କିନ୍ତୁ କୌଣସି ଉତ୍ତର ମିଳି ନ ଥିଲା। ନଭେମ୍ବର ୯ ତାରିଖ ସକାଳ ୯.୩୦ରେ କରିଡର ଜରିଆରେ ପାକିସ୍ତାନ ଯାଇ ଉଦଘାଟନ ସମାରୋହ ଭାଗ ନେଇ ପୁଣି ସନ୍ଧ୍ୟାରେ ଫେରିଆସିବେ ବୋଲି ଚିଠିରେ ସେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଡବଲ ଉପହାର! ୨୦% ଅତିରିକ୍ତ DA ସହ ଆଗୁଆ ମିଳିବ ଦରମା

ନୂଆଦିଲ୍ଲୀ, ୩୧।୭: ପଶ୍ଚିମବଙ୍ଗ ସରକାରଙ୍କ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଖୁସିଖବର। ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ଦୁର୍ଗାପୂଜା ପୂର୍ବରୁ କର୍ମଚାରୀମାନଙ୍କୁ ଅକ୍ଟୋବର ମାସରୁ ୨୦…

ପାକିସ୍ତାନରେ ନୂଆ ‘କକ୍ରୋଚ ପାର୍ଟି’ର ଏଣ୍ଟ୍ରି: ମୁନିର-ଶେହବାଜଙ୍କ ଚିନ୍ତା ବଢ଼ାଇବା ଲୋକ କିଏ? ଜାଣନ୍ତୁ…

ଇସଲାମାବାଦ,୩୧।୭: ଭାରତରେ ଯେପରି ‘କକ୍ରୋଚ ଜନତା ପାର୍ଟି’ (CJP) ରହିଛି, ସେହି ଢାଞ୍ଚାରେ ବର୍ତ୍ତମାନ ପାକିସ୍ତାନରେ ଏକ ନୂତନ ଅନଲାଇନ ରାଜନୈତିକ ଗୋଷ୍ଠୀ ଦ୍ରୁତ ଗତିରେ ଚର୍ଚ୍ଚାରେ…

ବଢୁଛି ବନ୍ୟାପାଣି: ଶହଶହ ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ନିରାକାରପୁର,୩୧ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର…

ଭାଜପା ଶିବିରରୁ ଆସିଲା ବଡ଼ ଖବର: ଇସ୍ତଫା ଦେଲେ ଏହି ନେତା!

ନୂଆଦିଲ୍ଲୀ,୩୧।୭: ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଶେହଜାଦ ପୁନାୱାଲା ଭାଜପାରୁ ଇସ୍ତଫା ଦେଇଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାଜପାରେ ଦୀର୍ଘ ଦିନରୁ ମୁଖପାତ୍ର ଥିବା ଶେହଜାଦ…

ଆତଙ୍କିତ ଅବସ୍ଥାରେ ରାତି କାଟିଲେ କୁମିଆପାଲି ଗାଁ ଲୋକେ: ସାଂଘାତିକ ପରିସ୍ଥିିିତି ସୃଷ୍ଟି

ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରୁ ବିସ୍ଥାପିତ ହୋଇନଥିବା କୁମିଆପାଲି ଗାଁର ପ୍ରାୟ ୧୦୦ ପରିବାର ଏବେ ବି ଗାଁରେ ରହିଛନ୍ତି। ବୁଧବାର ରାତିରେ…

ବନ୍ୟା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କଲେ ଧମେନ୍ଦ୍ର ପ୍ରଧାନ, ସମ୍ବଲପୁରବାସୀଙ୍କୁ…

ଭୁବନେଶ୍ୱର,୩୧।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଓଡ଼ିଶାର ୬ ଜିଲାରେ ବନ୍ୟା ସଙ୍କଟ ସୃଷ୍ଟି କରିଥିବାବେଳେ ୯ ଜିଲାରେ ବିଶେଷ ପ୍ରଭାବ ପକାଇଛି।…

ମୋଦି-ଶାହାଙ୍କୁ ରାହୁଲଙ୍କ କଡ଼ା ବାର୍ତ୍ତା, Gen Zଙ୍କୁ ନେଇ କହିଦେଲେ ଏମିତି

ନୂଆଦିଲ୍ଲୀ,୩୧।୭: ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଶୁକ୍ରବାର ସେ…

ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ସାହାରା ଖୋଜୁଛନ୍ତି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ସନ୍ତୋଷ

ନୂଆପଡା,୩୧ା୭ (ମକାରୁ ବେମାଲ): କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗଁାର ସନ୍ତୋଷ ପ୍ରଧାନୀ (୬୮) ବର୍ଷ ବର୍ଷ ଧରି ଏକ ଝାଟିମାଟି ବାଉଁଶ ଓ ପଲିଥିନରେ ତିଆରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri