ସମୟ ପୂର୍ବରୁ ମିଳିପାରେ କରୋନା ଟିକା

ନୂଆଦିଲ୍ଲୀ,୧୩ା୫: ସାରା ବିଶ୍ୱରେ ପ୍ରାୟ ୨ ଲକ୍ଷ ୯୦ ହଜାର ଲୋକଙ୍କ ଜୀବନ ନେଇଥିବା ଏବଂ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଂକ୍ରମିତ କରିଥିବା ମହାମାରୀ କରୋନା(କୋଭିଡ୍‌-୧୯) କବଳରୁ ମୁକ୍ତି ପାଇଁ ସବୁ ଦେଶ ଚାହୁଁଛନ୍ତି। ଏଥିପାଇଁ ସମସ୍ତେ ସଂଗ୍ରାମ ଚଳାଇଛନ୍ତି। ହେଲେ ବିନା ଟିକାରେ ଏହି ଲଢ଼େଇ ଦୁର୍ବଳ ହୋଇପଡ଼ିଛି। କିନ୍ତୁ ଏକ ଖୁସି ଖବର ଯେ, ଅନୁମାନ କରାଯାଉଥିବା ସମୟ ପୂର୍ବରୁ ପ୍ରସ୍ତୁତ ହୋଇଯିବ କରୋନା ନିରୋଧୀ ଟିକା। ଏଥିପାଇଁ ଦ୍ରୁତଗତିରେ କାର୍ଯ୍ୟ ଚାଲିଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଡାନୋମ୍‌ ଗେବ୍ରେଏସ୍‌ କହିଛନ୍ତି। ୭ରୁ ୮ଟି ଟିମ୍‌ କୋଭିଡ୍‌-୧୯ ଟିକା ପ୍ରସ୍ତୁତ କରିବାରେ ଅତି ନିକଟତର ହୋଇଛନ୍ତି ବୋଲି ଟେଡ୍ରୋସ୍‌ କହିଛନ୍ତି।
ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦକୁ ସୂଚନା ଦେଇ ଟେଡ୍ରୋସ୍‌ କହିଛନ୍ତି ଯେ, ଟିକା ପ୍ରସ୍ତୁତି ପାଇଁ ୧୨ରୁ ୧୮ମାସ ସମୟ ଲାଗିପାରେ ବୋଲି ୨ ମାସ ପୂର୍ବେ ଅନୁମାନ କରାଯାଇଥିଲା। ହେଲେ ଅନୁସନ୍ଧାନ, ଚିକିତ୍ସା ଏବଂ ପରୀକ୍ଷଣ ପାଇଁ ୪୦ ଦେଶର ନେତା, ସଂଗଠନ ଓ ବ୍ୟାଙ୍କ ପକ୍ଷରୁ ଏକ ସପ୍ତାହ ପୂର୍ବରୁ ମିଳିଥିବା ୭.୪ ବିଲିୟନ ୟୁରୋ (୮ ବିଲିୟନ ଡଲାର) ସାହାଯ୍ୟର ପ୍ରତିଶ୍ରୁତି ଯୋଗୁ ଟିକା ପ୍ରସ୍ତୁତି ପାଇଁ ତ୍ୱରିତ ପ୍ରୟାସ ଚାଲିଛି। କିନ୍ତୁ ୮ ବିଲିୟନ ଡଲାର ପର୍ଯ୍ୟାପ୍ତ ହେବ ନାହିଁ। ଟିକା ପ୍ରସ୍ତୁତି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ଅତିରିକ୍ତ ପାଣ୍ଠି ଆବଶ୍ୟକ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପର୍ଯ୍ୟାପ୍ତ ପରିମାଣର ଟିକା ପ୍ରସ୍ତୁତି ଜରୁରୀ। ଫଳରେ ସମସ୍ତଙ୍କ ନିକଟରେ ଟିକା ପହଞ୍ଚିବା ନିଶ୍ଚିତ ହୋଇପାରିବ ଏବଂ କେହି ସେଥିରୁ ବଞ୍ଚତ୍ତ ହେବେ ନାହିଁ। ଟେଡ୍ରୋସ କହିଛନ୍ତି, ଟିକା ପ୍ରସ୍ତୁତି ପାଇଁ ୧୦୦ରୁ ଊର୍ଦ୍ଧ୍ୱ ଟିମ୍‌ କାର୍ଯ୍ୟ କରୁଛନ୍ତି। ସେଥିମଧ୍ୟରୁ ୭/୮ଟି ଶୀର୍ଷରେ ରହିଛନ୍ତି। ଆମେ କେତେକ ଟିମ୍‌ ଉପରେ ଧ୍ୟାନ ଦେଉଛି, ଯେଉଁମାନେ କି ଉତ୍ତମ ଫଳାଫଳ ଆଣିପାରନ୍ତି। କିନ୍ତୁ ଏଯାଏ ଟିକା ପ୍ରସ୍ତୁତକାରୀ ଶ୍ରେଷ୍ଠ ଟିମ୍‌ ଚିହ୍ନଟ ହୋଇନାହିଁ ବୋଲି ଟେଡ୍ରୋସ କହିଛନ୍ତି।
ଟେଡ୍ରୋସ୍‌ କହିଛନ୍ତି ଯେ, ଗତ ଜାନୁୟାରୀରୁ ଆମେ ବିଶ୍ୱର ହଜାର ହଜାର ଅନୁସନ୍ଧାନକାରୀଙ୍କ ସହ କାର୍ଯ୍ୟ କରୁଛୁ। ପ୍ରାଣୀ ଉପରେ ଅଧିକାଂଶ ଟିକାର ପ୍ରୟୋଗ କରାଯାଇଥିବାବେଳେ କେତେକର ମାନବ ପରୀକ୍ଷା ଆରମ୍ଭ ହୋଇଛି। ପ୍ରାୟ ୪୦୦ ବୈଜ୍ଞାନିକଙ୍କ ଏକ ଟିମ୍‌ ଏହି ସମଗ୍ର କାର୍ଯ୍ୟ ଉପରେ ନଜର ରଖିଛିି। କରୋନା ସଂକ୍ରମଣ ଅତ୍ୟନ୍ତ ବିପଜ୍ଜନକ। ପଶ୍ଚିମ ୟୁରୋପରେ ନୂଆ ମାମଲା ହ୍ରାସ ପାଉଥିବାବେଳେ ପୂର୍ବ ୟୁରୋପ, ଆଫ୍ରିକା, ଦକ୍ଷିଣ ପୂର୍ବ ଏସିଆ, ପୂର୍ବ ଭୂମଧ୍ୟସାଗର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଏହା ବୃଦ୍ଧିପାଉଛି। ଏହି ମହାମାରୀ ଆମକୁ ଅନେକ ଯନ୍ତ୍ରଣାଦାୟକ ଶିକ୍ଷା ଦେଉଛି। ବିଶେଷକରି ସୁଦୃଢ଼ ଜାତୀୟ ଓ ଆଞ୍ଚଳିକ ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ବହୁ ଗୁରୁତ୍ୱ ରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ୨୦୩୦ ସୁଦ୍ଧା ୫ ବିଲିୟନରୁ ଅଧିକ ଲୋକ ଅତ୍ୟାବଶ୍ୟକ ସେବା ପାଇପାରିବେ ନାହିଁ। କରୋନାର ପ୍ରକୋପ ଜାରି ରହିଥିବାବେଳେ ଦେଶଗୁଡ଼ିକ ଏକ ସୁସ୍ଥ, ନିରାପଦ ବିଶ୍ୱ ପାଇଁ ମୂଳଦୁଆ ପକାଇବାକୁ ପଡ଼ିବ। ସାରା ପୃଥିବୀରେ ପ୍ରତିବର୍ଷ ସ୍ବାସ୍ଥ୍ୟସେବା ପାଇଁ ପ୍ରାୟ ୭.୫ ଟ୍ରିଲିୟନ୍‌ ଡଲାର ଖର୍ଚ୍ଚ ହୁଏ, ଯାହା ବିଶ୍ୱ ଜିଡିପିର ପ୍ରାୟ ୧୦ ପ୍ରତିଶତ। କିନ୍ତୁ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରୋତ୍ସାହନ ଓ ପ୍ରାଥମିକ ସ୍ବାସ୍ଥ୍ୟସେବା ସ୍ତରରେ ରୋଗ ପ୍ରତିରୋଧ ନିମନ୍ତେ ଅର୍ଥ ବିନିଯୋଗ କରିବା ହେଉଛି ସର୍ବୋତ୍ତମ। କାରଣ ଏହାଦ୍ୱାରା ଜୀବନ ରକ୍ଷା ଏବଂ ଅର୍ଥ ସଞ୍ଚୟ ହୋଇପାରିବ ବୋଲି ଟେଡ୍ରୋସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri