ସମ୍ପୂର୍ଣ୍ଣ ହଟିବନି ପେଟ୍ରୋଲ,ଡିଜେଲ ଯାନ:ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୧୮-୭: ପେଟ୍ରୋଲ, ଡିଜେଲ ଯାନଗୁଡିକୁ ସରକାର ସମ୍ପୂର୍ଣ୍ଣ ନିଷେଧ କରିବେ ନାହିଁ। ଏ ନେଇ ସରକାର ବର୍ତ୍ତମାନ କୌଣସି ଯୋଜନା ଧାର୍ଯ୍ୟ କରି ନାହାନ୍ତି। ମାତ୍ର ପରିବେଶ ସୁରକ୍ଷା ଏବଂ ତୈଳ ଆମଦାନୀ ବିଲ୍‌କୁ କମାଇବା ଲାଗି ସରକାର ଇ-ଯାନକୁ ପ୍ରୋତ୍ସାହିତ କରିବେ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଦେଶର ମୋଟ ଶକ୍ତି ଚାହିଦାରେ କୋଇଲା ଏବଂ ତୈଳର ଅଂଶ ୮୦% ରହିଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ବିତ ହେଉଥିବାରୁ ଏହି ଚାହିଦା ମଧ୍ୟ ବଢୁଛି। ଇ-ଯାନକୁ ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ବର୍ଦ୍ଧିତ ଚାହିଦା ପୂରଣ ଲାଗି ବିଏସ୍‌-୬ ମାନକଯୁକ୍ତ ପେଟ୍ରୋଲ ଡିଜେଲ ମିଶ୍ରଣ, ସିଏନ୍‌ଜି ଏବଂ ବାୟୋଫୁଏଲ ବ୍ୟବହାର ଉପରେ ଜୋର ଦିଆଯାଉଥିବା ବୋଲି ଖବରଦାତାଙ୍କୁ ସେ ଏହା କହିଛନ୍ତି।
୨୦୩୦ ସୁଦ୍ଧା ବଜାରରୁ ପେଟ୍ରୋଲ ଏବଂ ଡିଜେଲ ଚାଳିତ ଯାନ ହଟାଇବା ନେଇ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ପ୍ରସ୍ତାବ ଦେଇଛି। ମାତ୍ର ପେଟ୍ରୋଲ ଏବଂ ଡିଜେଲ ଯାନ ହଟାଇବା ନେଇ କୌଣସି ସରକାରୀ ଏଜେନ୍ସି ତାଙ୍କ ପେପରରେ ପ୍ରସ୍ତାବରେ ଉଲ୍ଲେଖ କରି ନାହାନ୍ତି। ଇନ୍ଧନ ପରିଚାଳିତ ଯାନ ସମ୍ପୂର୍ଣ୍ଣ ହଟାଇବା ସ୍ଥିତିରେ ବଜାର ବର୍ତ୍ତମାନ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ୨୦୧୮-୧୯ରେ ଦେଶରେ ୨୧୧.୬ ନିୟୁତ ଟନ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର ହୋଇଛି। ଏହା ମଧ୍ୟରେ ଡିଜେଲ ବ୍ୟବହାର ୮୩.୫ ନିୟୁତ ଟନ ଏବଂ ପେଟ୍ରୋଲ ୨୮.୩ ନିୟୁତ ଟନ୍‌ ରହିଛି। ଅଟୋମୋବାଇଲରେ ଏହା ବ୍ୟବହାର ହେଉଛି। ସିଏନ୍‌ଜି,ପିଏନ୍‌ଜି, ଜୈବ ଇନ୍ଧନ ଏବଂ ଜୈବିକ ଗ୍ୟାସ ଏବଂ ଇଥାନଲ ବ୍ୟବହାର ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସୂଚନାଯୋଗ୍ୟ, ଭାରତ ବର୍ତ୍ତମାନ ଏହାର ୮୩% ଶକ୍ତି ଆବଶ୍ୟକତା ଆମଦାନୀରୁ ପୂରଣ କରୁଛି। ପେଟ୍ରୋଲ ଚାହିଦାରେ ୨ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହେଉଛି। ଅପରପକ୍ଷରେ ଡିଜେଲ କ୍ଷେତ୍ରରେ ଏହା ୫ରୁ ୬% ରହିଛି।

ସମ୍ପୂର୍ଣ୍ଣ ଇ-ଯାନ ଚଳାଚଳ ଲାଗି ଲାଗିବ ଅଧିକ ସମୟ
ପରିବେଶ ପ୍ରଦୂଷଣକୁ କମ୍‌ କରିବା କିମ୍ବା ଇନ୍ଧନ ଭିତ୍ତିକ ଯାନର ଏକ ବିକଳ୍ପ ଭାବେ ଇ-ଯାନ ଉଭା ହୋଇଛି। ଦେଶ ମଧ୍ୟରେ ସମ୍ପୂର୍ଣ୍ଣ ଇ-ଯାନ ଚଳାଚଳ କରାଇବା ନେଇ ସରକାର ୨୦୩୦ ସୀମା ଧାର୍ଯ୍ୟ କରିଥିବା ବେଳେ ଏହାଠାରୁ ଅଧିକ ସମୟ ଲାଗିବ। ଏହି ବର୍ଗରେ ସାରା ଦେଶରେ ଯାନ ଚଲାଇବା ଲାଗି ଧାର୍ଯ୍ୟ ହୋଇଥିବା ୧୦ ବର୍ଷ ମଧ୍ୟରେ ଲକ୍ଷ୍ୟ ହାସଲ କଷ୍ଟକର ବୋଲି ଦ ଏନର୍ଜି ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ(ଟେରୀ) ମୁଖ୍ୟ ଅଜୟ ମାଥୁର କହିଛନ୍ତି। ପରିବର୍ତ୍ତନକୁ ଲୋକମାନେ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ୧୫୦ ସିସିରୁ କମ୍‌ କ୍ଷମତା ବିଶିଷ୍ଟ ଇଞ୍ଜିନ ବର୍ଗରେ ଇ-ଯାନ ଏବଂ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ୩ ଚକିଆ ବର୍ଗରେ ସମ୍ପୂର୍ଣ୍ଣ ଇଯାନ ବିକ୍ରି ଲାଗି ସରକାର ପ୍ରସ୍ତାବ ଦେଇଛନ୍ତି। ଇଯାନ ପ୍ରସ୍ତୁତି ବେଳେ ଏହା ସ୍ଥାୟିତ୍ୱକୁ ମଧ୍ୟ ବିଚାର କରିବାକୁ ହେବ ବୋଲି ମାଥୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଳକୂପରୁ ବାହାରୁଛି ଗୋଳିଆ ପାଣି, କୂଅରୁ ପାଣି ଆଣିବା ପାଇଁ ଦୂରକୁ ଯିବାକୁ ପଡୁଛି

ଦାରିଙ୍ଗବାଡ଼ି,୧୮ା୩(ଅରୁଣ ସାହୁ): ଏବେ ଶୀତ ଯାଇ ଗ୍ରୀଷ୍ମ ଆସିଲା ଚାରିଆଡ଼େ ପିଇବା ପାଣି ଟିକେ ପାଇଁ ସଂଘର୍ଷ କରିବାକୁ ପଡୁଛି। ଯେଉଁଠି ପାଇପ୍‌ ଯୋଗେ ଜଳ ଯୋଗାଣ…

ବ୍ୟବସାୟୀଙ୍କ ସ୍କୁଟି ଡିକି ଭାଙ୍ଗି ୧୧୦ ଗ୍ରାମ୍‌ ସୁନା ଅଳଙ୍କାର ଲୁଟ୍‌

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): କିଛି ଦିନର ନୀରବତା ପରେ ପୁଣି ରାୟଗଡ଼ା ସହରରେ ଆରମ୍ଭ ହୋଇଛି ଚୋରି ଓ ଲୁଟ୍‌। ପୋଲିସ୍‌କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି…

ଶେଷରେ ପୁଟିନଙ୍କ ସହ ଡିଲ୍‌ କରିବେ ଟ୍ରମ୍ପ! ଆଗକୁ ଯୁଦ୍ଧରେ ନୂଆ ମୋଡ…

ନୂଆଦିଲ୍ଲୀ,୧୮।୩: ମଧ୍ୟପ୍ରାଚ୍ୟରେ ହର୍ମୁଜକୁ ନେଇ ବୃଦ୍ଧି ପାଉଥିବା ଉତ୍ତେଜନା କେବଳ ତୈଳ ବଜାରକୁ ନୁହେଁ ବରଂ ବିଶ୍ୱ ରାଜନୀତିକୁ ମଧ୍ୟ ଦୋହଲାଇ ଦେଇଛି। ଏହି ସମୟରେ, ନାଟୋ…

କଂଗ୍ରେସକୁ ଶକ୍ତ ଝଟ୍‌କା: ଦଳ ଛାଡ଼ି ଭାଜପାରେ ଯୋଗଦେଲେ ବରିଷ୍ଠ ନେତା

ଗୁଆହାଟୀ,୧୮ା୩:ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଶକ୍ତ ଧକ୍କା ଲାଗିଛି। ଦଳୀୟ ନେତା ତଥା ନାଗାଓଁ ଏମ୍‌ପି ପ୍ରଦ୍ୟୁତ୍‌ ବର୍ଦୋଳୋଇ ଭାଜପାରେ ଯୋଗ ଦେଇଛନ୍ତି। ଆସାମ…

ଦିଲୀପଙ୍କ ବିଜୟକୁ ନେଇ ମୁହଁ ଖୋଲିଲେ ସୌମ୍ୟରଞ୍ଜନ: ବିଜେଡି-ଭାଜପା ଭିତିରି ସମ୍ପର୍କକୁ ନେଇ କହିଦେଲେ ଏମିତି

ଭୁବନେଶ୍ୱର,୧୮।୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନରେ ଯେଉଁମାନେ ଦଳ ବିରୋଧରେ ଯାଇ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ ସେମାନେ…

ଅଫିସ ଭିତରେ ପଶି ଆର୍‌ଆଇଙ୍କୁ ଆଖିବୁଜା ମାଡ଼ ମାରିଲେ ଯୁବକ, ଘୋଷାଡ଼ି ଘୋଷାଡ଼ି…

ଚାନ୍ଦବାଲି,୧୮ା୩(ଅଶୋକ ପଣ୍ଡା): ସରକାରୀ ଅଫିସ୍‌ ଭିତରେ ପଶି ଅଫିସରଙ୍କୁ ଆଖିବୁଜା ମାଡ଼। ତାହା ପୁଣି ଦିନ ଦ୍ୱିପ୍ରହରରେ ସର୍ବ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି…

ଭୟଙ୍କର ହେଲା ବିଶ୍ୱଯୁଦ୍ଧ: ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟରେ ମିସାଇଲ ମାଡ଼! ବିଶ୍ୱରେ ଚହଳ

ତେହରାନ,୧୮।୩: ଇରାନର ପରମାଣୁ କେନ୍ଦ୍ରରେ ମିସାଇଲ ମାଡ଼। ବୁଶେହର ନିକଟରେ ଅବସ୍ଥିତ ଇରାନର ଏକମାତ୍ର ସକ୍ରିୟ ପରମାଣୁ ଶକ୍ତି କେନ୍ଦ୍ର ପାଖରେ ମିସାଇଲ ମାଡ଼ ହୋଇଛି। ଯାହା…

ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଏଣିକି ୬୦% ସିଟ୍‌ ମାଗଣାରେ ବାଛିପାରିବେ

ନୂଆଦିଲ୍ଲୀ,୧୮ା୩: ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ବୁଧବାର ବିମାନଯାତ୍ରୀମାନଙ୍କୁ ଲାଭ ଦେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବ୍ୟାପକ ତଥା ନୂଆ ନିୟମ ପ୍ରଚଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri