ସମ୍ପାଦକୀୟ/ ନାଟକ ବୁଝାପଡ଼ିଲାଣି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନାକେତେ କହୁଥିଲେ, ଭାରତ ଗୋଟିଏ ଦେଶ ଓ ଗୋଟିଏ ନିର୍ବାଚନ ହେବା ଦରକାର। କିନ୍ତୁ ତାହା ଏଭଳି ବିରାଟକାୟ ଦେଶ ପାଇଁ ଅତ୍ୟନ୍ତ ଅବାଞ୍ଛିତ। ପିଲାଟିଏ ସ୍କୁଲକୁ ଗଲେ ବର୍ଷକ ମଧ୍ୟରେ ତାକୁ ସର୍ବନିମ୍ନ ଦୁଇଟି ପରୀକ୍ଷା ଦେବାକୁ ପଡ଼ିଥାଏ। ତାହାର ମୂଳ ଅର୍ଥ ହେଉଛି ଘୋଷିକରି ଗୋଟିଏ ପରୀକ୍ଷାରେ ସଫଳତା ହାସଲ କରିନେଲେ ଶିକ୍ଷାଗତ ଯୋଗ୍ୟତା ଜଣା ପଡ଼ିବନାହିଁ। ସେଥିପାଇଁ ବର୍ଷ ମଝିରେ ଆଉ ଏକ ପରୀକ୍ଷା ଦେବାକୁ ପଡ଼ିଥାଏ। ସେହିଭଳି ଭାରତ ଭଳି ଏକ ରାଷ୍ଟ୍ରରେ ବିଭିନ୍ନ ନିର୍ବାଚନ ଯୋଗୁ ଲୋକଙ୍କ ବାସ୍ତବ ମତ ବୁଝିବା ସହଜ ହୋଇଥାଏ। ଯେକୌଣସି ରାଜନୈତିକ ବ୍ୟକ୍ତି କ୍ଷମତାରେ ଥିଲେ ମଧ୍ୟ ଅମଲାତନ୍ତ୍ରର ଏକତରଫା ମୁହାଁଇବା ଦେଶକୁ କ୍ଷତିକାରକ। ସେଥିଯୋଗୁ ବିଭିନ୍ନ ସମୟରେ ନିର୍ବାଚନ କରାଯାଉଥିଲେ ଜନମତ ବୁଝିବା ସହଜ ହୋଇଥାଏ। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ଭାଜପା ସରକାର ନିଜକୁ ଅପରାଜେୟ ଭାବି ନେଇଥିଲେ। ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ଆଞ୍ଚଳିକ ନିର୍ବାଚନର ପ୍ରତିକ୍ରିୟା ଲୋକ ସଭା ନିର୍ବାଚନରେ ଘୋଡ଼ାଇ ହୋଇଯାଇଥିଲା। କିନ୍ତୁ ହରିୟାଣା ଏବଂ ମହାରାଷ୍ଟ୍ରର ଫଳାଫଳ ଦେଶ ପାଇଁ ଏକ ନୂଆ ସକାଳ ଆଣିଥିବା ଭଳି ମନେହୋଇଥିଲା। ଏବେ ଝାଡ଼ଖଣ୍ଡ ବିଧାନସଭା ଫଳାଫଳ ପ୍ରମାଣ କରିଦେଉଛି ଯେ ଭାରତୀୟ ଜନତା ପାର୍ଟିର ନେତୃତ୍ୱ ପାଇଁ ଭାରତକୁ ବୁଝିବା ଏକ ଅତ୍ୟନ୍ତ କଠିନ ବ୍ୟାପାର। ସେଥିପାଇଁ ମୋଦିଙ୍କ ‘ଏକ ଦେଶ, ଏକ ନିର୍ବାଚନ’ ଚିନ୍ତାଧାରା ନିଶ୍ଚିତ ଭାବେ ବିକୃତ।
ଭାରତୀୟ ସମାଜର ବିବିଧତାକୁ ବୁଝିବାରେ ଅସମର୍ଥ ଭାଜପା ନେତୃବୃନ୍ଦଙ୍କ ହାତରେ ଲଗାମ ଧରାଇଦେବା ଦେଶର ଭବିଷ୍ୟତକୁ ବିପଦରେ ପକାଇଛି। ମୋଦିଙ୍କ ଇଚ୍ଛା ଥିଲା ସବୁ ରାଜ୍ୟ ସରକାର ଗୈରିକ ପାଲଟିଯିବେ । ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ୩୦୩ ଆସନ ଜିଣିବା ପରେ ତାଙ୍କର ଏହି ଚିନ୍ତାଧାରା ଦୃଢ଼ୀଭୂତ ହୋଇଥିଲା। କିନ୍ତୁ ଭାରତୀୟ ଜନମାନସକୁ ବୁଝିବାରେ ଖୋଦ୍‌ ମୋଦି ଓ ତାଙ୍କର ସମଗ୍ର ସମର୍ଥକ ଅସଫଳ ହୋଇଛନ୍ତି ବୋଲି ଆଜି ପ୍ରମାଣିତ ହୋଇଛି। ‘ବିକାଶ’ ନାମରେ ନିର୍ବାଚନ ଜିତିଥିବା ନରେନ୍ଦ୍ର ମୋଦି ସେହି ‘ବିକାଶ’ ବ୍ୟତୀତ ଅନ୍ୟ ସବୁ ଅଯଥା ବିବାଦୀୟ କାର୍ଯ୍ୟରେ ଆଙ୍ଗୁଠି ଗେଞ୍ଜିଲେ। ଏବେ ବୁଝାପଡୁଛି ଯେ ତାଙ୍କ ଆଙ୍ଗୁଠି ପୋଡୁଥିବ।
ଏବେ ମଧ୍ୟ ସମୟ ଅଛି। ଅଦରକାରୀ ଓ ଅନାବଶ୍ୟକ ବିଷୟକୁ ତ୍ୟାଗ କରି ବାସ୍ତବ ବିକାଶ ପ୍ରତି ଯଦି ଧ୍ୟାନ ଦିଅନ୍ତେ, ତେବେ ଭାରତର ଇତିହାସରେ ମୋଦିଙ୍କ ନାମ ଶ୍ରଦ୍ଧାର ସହିତ ଲିପିବଦ୍ଧ ହୋଇ ରହନ୍ତା। କିନ୍ତୁ ଏବେ ଯେଉଁ ଦିଗକୁ ତାଙ୍କ ସରକାର ମୁହାଁଇଛି, ସେଥିରେ ଜନସାଧାରଣ ସନ୍ତୁଷ୍ଟ ନୁହନ୍ତି ବୋଲି ଉପୁଜୁଥିବା ଘଟଣାଗୁଡ଼ିକରୁ ବୁଝାପଡୁଛି। ବିଭେଦକାରୀ ଓ ହିଂସାତ୍ମକ ପନ୍ଥାରେ ଲୋକଙ୍କ ମନ ଜିଣିବା ଏକ ଅସମ୍ଭବ ବ୍ୟାପାର। ଏକବିଂଶ ଶତାବ୍ଦୀର ଯୁବତୀ ଯୁବକ ସମଗ୍ର ପୃଥିବୀର ଘଟଣାକୁ ତତ୍‌କ୍ଷଣାତ୍‌ ଦେଖି ନିଜର ମନ୍ତବ୍ୟ ସୃଷ୍ଟି କରୁଛନ୍ତି। ନିର୍ବାଚନ ଫଳାଫଳଗୁଡ଼ିକରୁ ବୁଝାଯିବା କଥା ଯେ ଅନ୍ଧ ଭକ୍ତଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି। ମିଛ ଦେଶପ୍ରେମରେ ସମାଜ ଆଗେଇ ପାରେ ନାହିଁ। ସାମାଜିକ ସ୍ଥିରତା ଏବଂ ନାଗରିକର ମନରେ ଶାନ୍ତି ସୃଷ୍ଟି କରିପାରିଲେ ଅର୍ଥନୈତିକ ଅଭିବୃଦ୍ଧି ଆପଣାଛାଏଁ ତ୍ୱରାନ୍ବିତ ହୁଏ। ସେହି ମୂଳ ମଞ୍ଜିକୁ ମୋଦି ସରକାରର ବିରୋଧ ହୋଇଥିବାରୁ ସମଗ୍ର ଦେଶରେ ଏବେ ଏକ ପରିବର୍ତ୍ତନର ବାତାବରଣ ସୃଷ୍ଟି ହେଲାଣି। କ୍ଷମତାରେ ଥିବା ଲୋକଙ୍କୁ ଡରନ୍ତି ବୋଲି କେହି ପାଟି ଫିଟାଇ କହନ୍ତି ନାହିଁ। କିନ୍ତୁ ଅର୍ଥ ଏବଂ ବାହୁବଳରେ ଭାରତ ଭଳି ଏକ ବିଚିତ୍ର ଦେଶକୁ ଅଙ୍କୁଶ ଲଗାଇ ରଖି ହୁଏନାହିଁ। ପୁରୁଣା ଦିନର ସିନେମା- ‘ଜୋହର ମେହମୁଦ ଇନ୍‌ ଗୋଆ’ର ଗୋଟିଏ ଗୀତ ମନେପଡ଼େ। ସେ ଗୀତଟି ହେଲା- ‘ ନା କୋଇ ରହା ହେ, ନା କୋଇ ରହେଗା। ଏ ଦେଶ୍‌ ଆଜାଦ୍‌ ହୋ କେ ରହେଗା’। ଅର୍ଥାତ୍‌ କୌଣସି ଅବାଞ୍ଛିତ ଶକ୍ତି ଏ ଦେଶ ଉପରେ ଶାସନ କରି ତିଷ୍ଠି ରହିପାରିନାହାନ୍ତି। ଭାରତକୁ ମୁକ୍ତିରୁ ଦୂରେଇ ରଖିବା ଅସମ୍ଭବ। ସେଥିପାଇଁ ଆଜି ମଧ୍ୟ ଯଦି ମୋଦିଙ୍କର ଅହଂଭାବ ପରିବର୍ତ୍ତେ ଦେଶବାସୀଙ୍କ ପାଇଁ ଭଲପାଇବା ସୃଷ୍ଟି ହୋଇପାରନ୍ତା, ତେବେ ପରିସ୍ଥିତି ବଦଳିପାରନ୍ତା। ନଚେତ୍‌ ଯେତେ ବାଲାକୋଟ୍‌ ବା ନିଲମ ଭ୍ୟାଲି ଭଳି ନାଟକ ରଚାଗଲେ ମଧ୍ୟ ସାଧାରଣ ଭାରତୀୟ ତାହାକୁ ରଚାଉଥିବା ମନ୍ଦ ଉଦ୍ଦେଶ୍ୟକୁ ବୁଝିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri