ସମ୍ପାଦକୀୟ/ ଦିଲ୍ଲୀରେ କିଏ

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ୧୪ ଜାନୁୟାରୀରେ ବିଜ୍ଞପ୍ତି ପ୍ରକାଶ ପାଇଛି। ୮ ଫେବୃୟାରୀରେ ସେଠାରେ ନିର୍ବାଚନ ଅନୁଷ୍ଠିତ ହେବ। ସେଥିଲାଗି ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଓ ଭାଜପା ମଧ୍ୟରେ ଟକ୍କର ହେବା ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି। ସେଠାରେ ଅରବିନ୍ଦ କେଜ୍‌ରିଓ୍ବାଲ ସରକାର ଯେଭଳି ଭାବେ ଲୋକଙ୍କୁ ଦୀର୍ଘ ୫ ବର୍ଷ ଧରି ଶାସନ ଦେଇ ଆସିଛନ୍ତି, ତାଙ୍କୁ ସାମ୍ନା କରିବା ଭାଜପା ପାଇଁ କାଠିକର ପାଠ ହେବ ବୋଲି କୁହାଯାଉଛି। ଏପଟେ ଭାଜପା ଗତ ନିର୍ବାଚନରେ ଦିଲ୍ଲୀରେ ଖରାପ ପ୍ରଦର୍ଶନ କରିଥିବାରୁ ଏଥର ଆସନ ସଂଖ୍ୟା ବଢ଼ାଇବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କଲାଣି। ସବୁଠାରୁ ଆଲୋଚନାର ବିଷୟ ଯେ, ଭାଜପା ତା’ର ହିନ୍ଦୁତ୍ୱ ଚିନ୍ତାଧାରାକୁ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରୟୋଗ କରି ଲାଭବାନ୍‌ ହେବାକୁ ଚେଷ୍ଟା କରୁଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିର୍ବାଚନ ଆସିଯାଇଥିବାରୁ ପୁଣି ରାମ ମନ୍ଦିର କଥା ଉଠାଇଲେଣି। ଆସନ୍ତା ୪ ମାସ ମଧ୍ୟରେ ଅଯୋଧ୍ୟାରେ ସୁଦୃଶ୍ୟ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ ବୋଲି କହୁଛନ୍ତି। ଅର୍ଥାତ୍‌ ଭୋଟରଙ୍କ ମଧ୍ୟରେ ଧାର୍ମିକ ଚିନ୍ତାଧାରା ଉଜାଗର କରିବା ସକାଶେ ଭାଜପା ନେତାମାନେ ପ୍ରୟାସ କରୁଛନ୍ତି। କିନ୍ତୁ ଦିଲ୍ଲୀର ଭୋଟର ହିନ୍ଦୁତ୍ୱ ଚିନ୍ତାଧାରାରେ ଭାସିବେ କି ନାହିଁ, ତାହା ଭୋଟ ପରେ ଜଣାପଡ଼ିବ। ଜାତୀୟ ରାଜଧାନୀବାସୀ ଭାରତର ସବୁ ପ୍ରାନ୍ତରୁ ଯାଇ ସେଠାରେ ବସବାସ କରୁଛନ୍ତି। କହିବାକୁ ଗଲେ, ଦିଲ୍ଲୀ ହେଉଛି ଏକ ମିଶ୍ରିତ ସହର ରାଜ୍ୟ, ଯାହାକୁ ‘କ୍ଷୁଦ୍ର ଭାରତ’ର ଆଖ୍ୟା ଦିଆଯାଇପାରିବ।
ଭାରତ ଏବେ ଅର୍ଥନୈତିକ ଦୁଃସ୍ଥିତି ଦେଇ ଗତି କରୁଛି। ବଜାରରେ ଏବେ ଦରଦାମ ଆକାଶଛୁଆଁ ହୋଇଛି। ଚଳିତ ଆର୍ଥିକ ବର୍ଷ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫ ବର୍ଷର ସର୍ବୋଚ୍ଚ ସ୍ତର ଟପି ୭.୩୫ ପ୍ରତିଶତ ସ୍ତରରେ ରହିଛି। ବିଶେଷକରି ପନିପରିବା ଓ ପିଆଜ ଦର ବଢ଼ି ଚାଲିଥିବାରୁ ଏହା ଖୁଚୁରା ମୁଦ୍ରାସ୍ଫୀତିକୁ ବୃଦ୍ଧି କରିଚାଲିଛି। ଗୋଟିଏ ପଟେ ଲୋକଙ୍କ ହାତରେ ଅର୍ଥ କମିଯାଇଥିବା ବେଳେ ଖାଦ୍ୟସ୍ଫୀତି ହେବା ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏହାର ହ୍ରାସ ଘଟିବାର କୌଣସି ଲକ୍ଷଣ ଦେଖାଯାଉ ନାହିଁ। ଦରଦାମ ବୃଦ୍ଧି, ବେକାରି ସମସ୍ୟା ଦେଶକୁ ଗ୍ରାସ କରୁଥିବାରୁ ଏହା ମୁଖ୍ୟ ପ୍ରସଙ୍ଗ ହେବା କଥା।
ନିକଟ ଅତୀତକୁ ଦେଖିଲେ ଯେତୋଟି ରାଜ୍ୟରେ ନିର୍ବାଚନ ହୋଇଯାଇଛି, ବିଶେଷକରି ୨୦୧୯ ଲୋକ ସଭା ନିର୍ବାଚନ ପରବର୍ତ୍ତୀ ସମୟର ସବୁ ରାଜ୍ୟରେ ଭାଜପାର ମୁଖ୍ୟମନ୍ତ୍ରୀ ହେବାର ଯୋଗ୍ୟତା ରଖିଥିବା ନେତାଙ୍କ ଘୋର ଅଭାବ ପରିଲକ୍ଷିତ ହୋଇଛି। ଲୋକ ସଭା ସହିତ ହୋଇଥିବା ବିଧାନସଭା ନିର୍ବାଚନରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଉଦାହରଣ ଦେଖାଯାଇପାରିବ। ଉଭୟ ରାଜ୍ୟରେ ଆଞ୍ଚଳିକ ଦଳର ଭିତିରି ସମର୍ଥନ ଯୋଗୁ କେତୋଟି ଆସନରେ ବିଜୟଲାଭ କରିଥିବା ଭାଜପା ବିଧାନସଭା ନିର୍ବାଚନରେ ମାଡ଼ ଖାଇଗଲା। ତାହାର ପରବର୍ତ୍ତୀ ସମୟରେ ହୋଇଥିବା ମହାରାଷ୍ଟ୍ର, ହରିୟାଣା ଓ ଝାଡ଼ଖଣ୍ଡ ଭଳି ରାଜ୍ୟରେ ଭାଜପା ସରକାର ଥିବା ସତ୍ତ୍ୱେ ଦଳର ବିପୁଳ ପରାଜୟ ପରିଲକ୍ଷିତ ହୋଇଛି। ହରିୟାଣାରେ ଏକ କ୍ଷୁଦ୍ର ଆଞ୍ଚଳିକ ଦଳର ସହଯୋଗ ଲୋଡ଼ିବା ପାଇଁ ବଳବାନ୍‌ ଭାଜପା ବାଧ୍ୟ ହୋଇଥିଲା। ଦିଲ୍ଲୀର ପରିସ୍ଥିତି ଓଡ଼ିଶାରେ ବସି କହିବା କଷ୍ଟକର। କିନ୍ତୁ ଆମ୍‌ ଆଦ୍‌ମୀ ପାର୍ଟି ନେତୃତ୍ୱରେ ଥିବା କେଜ୍‌ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରେ ଏବେ ଅଛନ୍ତି ଓ ତାଙ୍କ ଦଳ ଜିତିଲେ ସେ ରହିବା ସୁନିଶ୍ଚିତ। ଅନ୍ୟପଟେ ଭାଜପାର ଜିତାପଟ ହେଲେ ମଧ୍ୟ କିଏ ସେଠାରେ ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ ଟଣାଓଟରା ଅବଶ୍ୟମ୍ଭାବୀ। ଆଜିର ପରିସ୍ଥିତି ଦେଖିଲେ ଭୋଟରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯୋଗ୍ୟତା ରଖିଥିବା କୌଣସି ଭାଜପା ନେତା ନ ଥିବା ବେଳେ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି ଦର୍ଶାଯାଉଛି। ଓଡ଼ିଶାରେ ଅବିକଳ ତାହା ହିଁ କରାଯାଇଥିଲା। ଫଳରେ ଓଡ଼ିଶାବାସୀ ସ୍ପଷ୍ଟ ନିଷ୍ପତ୍ତି ନେଲେ। ଦେଖିବା ଦିଲ୍ଲୀବାସିନ୍ଦା କେତେ ବୁଦ୍ଧିର ସହିତ ନିଷ୍ପତ୍ତି ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ଲକ୍ଷ୍ୟ

ଗୁଜରାଟର ଏକ ଦମ୍ପତି ସେମାନଙ୍କ ଦୁଇଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ବାଣ୍ଟିଦେଇ ଜୈନଧର୍ମ ଅନୁଯାୟୀ ଅତ୍ୟନ୍ତ କଷ୍ଟସାଧ୍ୟ ସନ୍ନ୍ୟାସୀ...

ଏଇ ଭାରତରେ

ସମ୍ପ୍ରତି ଇଲେକ୍‌ଟ୍ରୋନିକ ବର୍ଜ୍ୟ ବା ଇ-ଓ୍ବେଷ୍ଟ ସମସ୍ୟା ବଢ଼ିବାରେ ଲାଗିଛି। ଏହା ପରିବେଶ ପ୍ରଦୂଷଣ ବୃଦ୍ଧି କରୁଛି। ଏଣୁ ଏଭଳି ଇ-ଓ୍ବେଷ୍ଟ ସମସ୍ୟା ବିଷୟରେ ଚିନ୍ତା...

ବେଦରେ ସମ୍ପତ୍ତି ବିବାଦ

ବେଦ ହେଉଛି ହିନ୍ଦୁମାନଙ୍କର ୩୦୦୦ ବର୍ଷର ପୁରୁଣା ଶାସ୍ତ୍ର। ଏହାକୁ ମଧ୍ୟ ଜ୍ଞାନର ଗ୍ରନ୍ଥ କୁହାଯାଏ। ଏହା ମୁଖ୍ୟତଃ କାବ୍ୟ(ମନ୍ତ୍ର) ଏବଂ ଗଦ୍ୟ(ବ୍ରାହ୍ମଣ)କୁ ନେଇ ଗଠିତ।...

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri