ସମୂହ ପ୍ରାର୍ଥନା ନ କରିବାକୁ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୨୧ା୩

ରେଶମ ନଗରୀ ବ୍ରହ୍ମପୁରରେ ଶୁକ୍ରବାରଠାରୁ ଚର୍ଚ୍ଚ ଓ ମସଜିଦରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି ।
କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ଥିବାରୁ ସମୂହ ପ୍ରାର୍ଥନା ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେଳବ ଧର୍ମ ଗୁରୁମାନେ ବିଧି ପାଳନ କରିବେ ବୋଲି ଜିଲାପାଳ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ଇସଲାମ ଧର୍ମାବଲମ୍ବୀମାନେ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ରହ୍ମପୁର ଜାମିଆ ମସଜିଦ ସମେତ ପ୍ରଥମ ମିଲିଟାରୀ ଲାଇନ, ସାନବଜାର ଓ ଅନ୍ୟ ମସଜିଦଗୁଡ଼ିକୁ ଜନଶୂନ୍ୟ ଥିବା ଦେଖାଯାଇଥିଲା।
ଅନ୍ୟପକ୍ଷରେ ସ୍ଥାନୀୟ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ, କୁଇନ ମିଶନ କ୍ୟାଥେଲିକ ଚର୍ଚ୍ଚ, ସେଣ୍ଟ ଷ୍ଟିଫେନ୍ସ ଚର୍ଚ୍ଚ, ଗିରି ମାର୍କେଟ ନିକଟ ତେଲୁଗୁ ଚର୍ଚ୍ଚ ଆଦିର ମୁଖ୍ୟ ଫାଟକରେ ତାଲା ପଡ଼ିଛି। ଚର୍ଚ୍ଚଗୁଡିକରେ ଆଦୌ ଗହଳି ନ କରିବା ନିମନ୍ତେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ରବିବାର ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଯେଭଳି ଚର୍ଚ୍ଚରେ ଗହଳି ନ କରିବେ ସେଥିପାଇଁ ଆଗୁଆ ସତର୍କ କରି ଦିଆଯାଇଛି। ଖ୍ରୀଷ୍ଟିଆନ ଓ ମୁସଲିମମାନେ ନିଜ ଘରେ ପ୍ରାର୍ଥନା କରିବା ପାଇଁ ପରାମର୍ଶ ଦିଆଯାଇଛି। ମହାନଗରରେ ମନ୍ଦିରଗୁଡିକରେ ଭକ୍ତଙ୍କ ଭିଡ଼ ବନ୍ଦ କରାଯାଇଥିବା ବେଳେ ଏବେ ମସଜିଦ ଓ ଚର୍ଚ୍ଚ ଉପରେ ଅଙ୍କୁଶ ଲଗାଯାଇଛି।
ସୂଚନାଯୋଗ୍ୟ ମହାମାରୀ କରୋନା ଭୂତାଣୁ ରୋକିବା ନିମନ୍ତେ ଗତ ସୋମବାରଠାରୁ ସମସ୍ତ ଦୋକାନ ବଜାର, ସିନେମା ହଲ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସାମାଜିକ କାର୍ଯ୍ୟକ୍ରମ ନିଷେଧ କରାଯାଇଛି। ସହରରେ ଥିବା ଶତାଧିକ ଛୋଟ ବଡ଼ କଲ୍ୟାଣ ମଣ୍ଡପ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। କରୋନା ମୁକାବିଲା ନିମନ୍ତେ ଜନ ସଚେତନତାକୁ ସରକାରୀ ଓ ବେସରକାରୀ ସ୍ତରରେ ଜୋରଦାର କରାଯାଇଛି। ପ୍ରତିଦିନ ପ୍ରବଳ ଗହଳି ହେଉଥିବା ବଡ଼ ଓ ସାନ ବଜାର, ଦେଶୀ ବେହେରା ବଜାର, ହନୁମାନ ବଜାର, ଗିରି ମାର୍କେଟ, ମୟୂରୀ ଟାୱାର, ଅର୍ବାନ ବ୍ୟାଙ୍କ ରୋଡ, ଅନ୍ନପୂର୍ଣ୍ଣା ବଜାର, ଫାୟାର ଷ୍ଟେଶନ ରୋଡ, ପୁରୁଣା ବସଷ୍ଟାଣ୍ଡ ଇଲାକା ଆଦି ଗତ ୫ ଦିନ ହେବ ଖାଁ ଖାଁ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ପ୍ରକୃତ ଏହାର ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

ସ୍କୁଲ ଯାଉଥିଲେ ରୋନକ, ଧକ୍କା ଦେଲା ବସ୍‌: ଆଉ ତା’ପରେ…

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ):ବରଗଡ ଘରୋଇ ବସଷ୍ଟାଣ୍ଡ ପାଖରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି। ମୃତ…

ଇରାନ-ଆମେରିକା ମଧ୍ୟରେ ପୁଣି ହେଲା ସିଧାସଳଖ ଯୁଦ୍ଧ, ଆମେରିକାର ଆକ୍ରମଣ ପରେ ସିଧା ଜବାବ ରଖିଲା ଇରାନ

ତେହରାନ,୮।୭: ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ପରେ, ଆମେରିକା ଏବଂ ଇରାନ ଏବେ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି। ହର୍ମୁଜ ପ୍ରଣାଳୀରେ ଆକ୍ରମଣ ପରେ ଦୁଇ ଦେଶ…

ବ୍ରେକ୍‌ ବଦଳରେ କାର୍‌ ଏକ୍ସିଲେଟର ଦବାଇ ଦେଲେ ମହିଳା: ଆଉ ତା’ପରେ ଘଟିଗଲା…

ନୋଏଡା,୮।୭: ଗ୍ରେଟର ନୋଏଡା ପଶ୍ଚିମର ବିସରାଖ ପୋଲିସ ଷ୍ଟେଶନ ଅଞ୍ଚଳର ପଞ୍ଚଶୀଳ ଗ୍ରୀନ-୨ ସୋସାଇଟି ବାହାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ରିପୋର୍ଟ…

ପ୍ରଧାନଶିକ୍ଷକ ମାଗୁଛନ୍ତି ଫେବର: ଡିଡବ୍ଲ୍ୟୁଓଙ୍କୁ ଅଭିଯୋଗ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁରର ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସ୍କୁଲର ମେଟ୍ରନ ଓ ୨ ଏଲ୍‌ସିସିଏଙ୍କୁ…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

୧୧ ବର୍ଷର ନାବାଳିକାକୁ ବଳାତ୍କାର ପରେ ହତ୍ୟା ମାମଲାର ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ

କୋଲକାତା,୮।୭: ପଶ୍ଚିମବଙ୍ଗ ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସୋମବାର ବେଙ୍ଗଲ ପୋଲିସ ତାଙ୍କୁ ଗିରଫ କରିଥିଲା।…

ଚାରନାଳିଆରେ ବଢୁଛି ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଆଲୋକ ବ୍ୟବସ୍ଥା ଦାବି କରି…

ବଞ୍ଚୋ,୮ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଚାରନାଳିଆ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଅଁରା଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri