ସମସ୍ୟା ଘେରରେ ପ୍ୟାରୀମୋହନ ଏକାଡେମୀ

କଟକ ଅଫିସ,୩୧।୧: ପ୍ରାଚୀନ ସହର କଟକରେ ରହିଛି ଅନେକ ପୁରାତନ ଶିକ୍ଷାନୁଷ୍ଠାନ। ଏପରି କି ୧୦୦ବର୍ଷରୁ ଊର୍ଦ୍ଧ୍ୱ ସ୍କୁଲ ଏଠାରେ ସ୍ଥାପିତ ହୋଇଛି। ଭାରତର ସ୍ବାଧୀନତା ସଂଗ୍ରାମରେ ଏହି ଶିକ୍ଷାନୁଷ୍ଠାନଗୁଡିକର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଅନେକ ସଂଗ୍ରାମୀ ଏଠାରେ ଶିକ୍ଷାଲାଭ କରି ସ୍ବାଧୀନାତା ସଂଗ୍ରାମରେ ଝାସ ଦେଇଥିଲେ। ଏଭଳି ଏକ ସ୍କୁଲ ହେଉଛି ପ୍ୟାରୀମୋହନ ଏକାଡେମୀ। ୧୮୭୫ରେ ସ୍ଥାପିତ ହୋଇଥିବା ଏହି ସ୍କୁଲରେ ରହିଛି ଅନେକ ସମସ୍ୟା। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ପ୍ୟାରୀମୋହନ ଏକାଡେମୀରେ ଏବେ ୪ର୍ଥରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ବେଳେ ଛାତ୍ରୀଛାତ୍ର ସଂଖ୍ୟା ୭୮୫। ହେଲେ ସେମାନଙ୍କୁ ପଢାଇବା ପାଇଁ ଅଛନ୍ତି ୨୮ ଜଣ ଶିକ୍ଷୟିତ୍ରୀଶିକ୍ଷକ। ଛାତ୍ରୀଛାତ୍ରଙ୍କ ସଂଖ୍ୟା ତୁଳନାରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନ ଥିବାରୁ ଠିକ୍‌ ଭାବେ ପାଠପଢା ହୋଇପାରୁନାହିଁ। ଗତ ୨ବର୍ଷ ହେବ ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ସେହିପରି ଏହି ଏକାଡେମୀର କୋଠାଗୁଡିକ ପୁରାତନ ହୋଇଥିବାରୁ ବର୍ଷା ହେଲେ ପାଣି ଗଳୁଛି। ବିଶେଷକରି ବର୍ଷାଦିନରେ ପରୀକ୍ଷାଗାରରେ ପାଣି ଜମି ରହୁଛି ବୋଲି ଜଣେ ଛାତ୍ର କହିଛନ୍ତି। ଏକାଡେମୀ ପରିସରରେ ଥିବା ଅଡିଟୋରିୟମର ପୁନରୁଦ୍ଧାର ପାଇଁ ଯୋଜନା ହୋଇଛି। ହେଲେ ଏହି ଯୋଜନା କାଗଜପତ୍ରରେ ଅଟକି ରହିଛି ବୋଲି ଅଭିଯୋଗ ହୋଇଛି। ଏକାଡେମୀ ଖେଳପଡିଆରେ ଅଧିକାଂଶ ସମୟ ନର୍ଦ୍ଦମାପାଣି ଜମି ରହୁଛି। ଏଥିଯୋଗୁ କୌଣସି କ୍ରୀଡା ପ୍ରତିଯୋଗିତା ହୋଇପାରୁନାହିଁ। ଏହାଛଡା ଏଠାରେ ଶୌଚାଳୟ, ଶ୍ରେଣୀଗୃହ, ହଷ୍ଟେଲ ଭଳି ଅନେକ ଅସୁବିଧା ରହିଛି। ଏ ସମ୍ପର୍କରେ ଏକାଡେମୀ ପକ୍ଷରୁ ସରକାର ଓ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ଏହାର କୌଣସି ସମାଧାନ କରାଯାଉ ନ ଥିବାରୁ ଛାତ୍ରୀଛାତ୍ରଙ୍କ ସମେତ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ଏକାଡେମୀର ପ୍ରଧାନଶିକ୍ଷକ ଧିରେନ୍ଦ୍ର ନାଥ ନାୟକ କୁହନ୍ତି, ସମସ୍ୟା ଦୂରକରିବା ନିହାତି ଆବଶ୍ୟକ। ଶହେବର୍ଷରୁ ଅଧିକ ପୁରୁଣା ସ୍କୁଲ ପ୍ରତି ଜିଲା ପ୍ରଶାସନ ବିଶେଷ ଦୃଷ୍ଟିଦେବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ: ୫ କେନ୍ଦ୍ରରେ ୭୧୧ ବିଦ୍ୟାର୍ଥୀ ପରୀକ୍ଷା ଦେଲେ

ଖଜୁରିପଡ଼ା,୧୯ା୨(ବିଦୁର ବେହେରା): ଚଳିତ ବର୍ଷ ଫେବୃଆରୀ ୧୯ ଗୁରୁବାରଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ଓଡ଼ିଶାର ଏହି ଜିଲାରେ ମିଳିଲା ଦେଢ଼ ଟନ୍ ସୁନା; ବିଧାନସଭାରେ ସୂଚନା ଦେଲେ ଖଣି ମନ୍ତ୍ରୀ

ଭୁବନେଶ୍ୱର,୧୯।୨: ଓଡ଼ିଶା ପାଇଁ ଖୁସି ଖବର। ବିଶ୍ୱରେ ସୁନା ଦର ଆକାଶଛୁଆଁ ହେଉଥିବା ବେଳେ ମୟୂରଭଞ୍ଜ ଜିଲାରେ ବିପୁଳ ପରିମାଣର ସୁନା ଗଚ୍ଛିତ ଥିବା ନେଇ ସରକାରୀ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri