ସମସ୍ୟା ଘେରରେ ଦଶପଲ୍ଲା ଡାକ୍ତରଖାନା:ବିଶେଷଜ୍ଞ ଓ ଡାକ୍ତର ଅଭାବ ଯୋଗୁ ଅସନ୍ତୋଷ

ଦଶପଲ୍ଲା,୨୮ା୮(ଡି.ଏନ୍‌.ଏ)-ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆବଶ୍ୟକ ଡାକ୍ତର ନ ଥିବା ବିଷୟ ସରକାରଙ୍କ ଦୃଷ୍ଟି ପଡୁନାହିଁ। ଫଳରେ ସେବାରୁ ବଞ୍ଚତ୍ତ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ଏବେ ଅବ୍ୟବସ୍ଥା ଓ ସମସ୍ୟା ଘେରରେ ରହିଛି। ଏଠାରେ ଆବଶ୍ୟକ ଡାକ୍ତର ନ ଥିବାରୁ ରୋଗୀମାନେ ବହୁ ଖର୍ଚ୍ଚାନ୍ତ ହୋଇ ନୟାଗଡ଼, ଭୁବନେଶ୍ୱର ଏବଂ କଟକ ଯିବାକୁ ବାଧ୍ୟ ହେଉଛନ୍ତି। ରାଜନୈତିକ ଇଚ୍ଛାଶକ୍ତି ଅଭାବ ଏବଂ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଦଶପଲ୍ଲାବାସୀ ସ୍ବାସ୍ଥ୍ୟସେବା ପାଇଁ ହଇରାଣ ହେଉଛନ୍ତି। ସୂଚନାଯୋଗ୍ୟ, ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୪ ବିଶେଷଜ୍ଞ, ଜଣେ କନିଷ୍ଠ ପ୍ରଥମ ଶ୍ରେଣୀ ଡାକ୍ତର, ୨ ଜଣ ଏମବିବିଏସ୍‌ ଡାକ୍ତର, ଜଣେ ଏଲ୍‌ଟିଆର୍‌ଏମ୍‌ ନିଯୁକ୍ତ ରହିବା ନିୟମ ରହିଛି। ସ୍ବାସ୍ଥ୍ୟକେନ୍ଦ୍ର ଆରମ୍ଭରୁ ଉପରୋକ୍ତ ଡାକ୍ତର ସଂଖ୍ୟା ନିର୍ଦ୍ଧାରଣ ହୋଇଥିଲା। ତେବେ ବର୍ତ୍ତମାନ ଲୋକ ସଂଖ୍ୟା ବଢିଥିଲେ ମଧ୍ୟ ଡାକ୍ତର ସଂଖ୍ୟା ବଢିନାହିଁ। ନିୟମାନୁସାରେ ୪ ବିଶେଷଜ୍ଞ ପଦବୀ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିବା କଥା। କିନ୍ତୁ ଦୀର୍ଘ ଦିନ ଧରି ଜଣେ ହେଲେ ବିଶେଷଜ୍ଞ ନ ଥିବା ଘଟଣା ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟିକରିଛି। ଏଠାରେ ମେଡିକାଲ ଅଫିସର ତଥା ଡାକ୍ତର ରୂପେ ଡ. ନବକିଶୋର ସାହୁ ଏବଂ ଡ. ରଶ୍ମିରଞ୍ଜନ ଭଦ୍ର ଅଛନ୍ତି। ଅନ୍ୟ ୩ ଜଣ ସପ୍ତାହକୁ ୨ରୁ୩ ଦିନ ସ୍ବାସ୍ଥ୍ୟକେନ୍ଦ୍ରରେ କାମ କରିଥାନ୍ତି। ତେବେ ବାଣିଗୋଚ୍ଛା ଚିକିତ୍ସାଳୟର ଡାକ୍ତର ବିକାଶ ପାତ୍ର ରବିବାର ଏବଂ ମଙ୍ଗଳବାର ୨ ଦିନ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ କାମ କରିଥାନ୍ତି। ସେହିପରି ମଧ୍ୟଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରୁ ଡ. ବ୍ରଜେନ୍ଦ୍ର ସେଠୀ ବୁଧବାର ଏବଂ ଶୁକ୍ରବାର ଦଶପଲ୍ଲା ଡାକ୍ତରଖାନା ଆସନ୍ତି। ଡାକ୍ତର କମଳାକାନ୍ତ ତ୍ରିପାଠୀ ସୋମବାର, ଗୁରୁବାର ଏବଂ ଶନିବାର ଦଶପଲ୍ଲା ଡାକ୍ତରଖାନାକୁ ଆସି ରୋଗୀ ସେବା କରନ୍ତି। ଏଭଳି ୨ ସ୍ଥାୟୀ ଏବଂ ତିନି ଅସ୍ଥାୟୀ ଡାକ୍ତରଙ୍କ ଦ୍ୱାରା ଚାଲିଛି ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ର। ବିଶେଷଜ୍ଞ ଓ ଆବଶ୍ୟକ ଡାକ୍ତର ନ ଥିବାରୁ ଏଠାରେ ବହୁ ବେଡ୍‌ ଖାଲି ପଡ଼ିଛି। ଅପରପକ୍ଷେ ଜାତୀୟ ରାଜପଥ ପାର୍ଶ୍ୱରେ ସ୍ବାସ୍ଥ୍ୟକେନ୍ଦ୍ରଟି ରହିଥିବାରୁ ଏଠାକୁ ବହୁ ଦୁର୍ଘଟଣାଗ୍ରସ୍ତ ରୋଗୀ ଆସିଥାନ୍ତି। ଏହା ସ୍ଥାନୀୟ ଅଞ୍ଚଳରେ ଏକ ବଡ଼ ଚିକିତ୍ସାଳୟ ହୋଇଥିବାରୁ ବାଣିଗୋଚ୍ଛା, ଟାକେରା, ଆଦିବାସୀ ବହୁଳ ନୂଆଗାଁ, ମଧ୍ୟଖଣ୍ଡ ପ୍ରଭୃତି ଡାକ୍ତରଖାନାରୁ ରେଫର୍‌(ପ୍ରେରିତ) ହୋଇ ରୋଗୀମାନେ ଆସିଥାନ୍ତି। କିନ୍ତୁ ଆବଶ୍ୟକ ଡାକ୍ତର ନ ଥିବାରୁ ରୋଗୀ ବହୁ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ବଡ଼ ଧରଣର ରୋଗୀ ହେଉ କି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଏଠାକୁ ଆସିଲେ ବିଶେଷଜ୍ଞ ନ ଥିବାରୁ କେହି ରିସ୍କ ନ ନେଇ ନୟାଗଡ଼ ଡାକ୍ତରଖାନାକୁ ପୁଣି ରେଫର୍‌ କରି ଦିଆଯାଉଛି। ବିଦ୍ୟୁତ୍‌ ସେବା ବ୍ୟାହତ ହେଲେ ରୋଗୀ ଅଧିକ ହଇରାଣ ହୁଅନ୍ତି। ତେବେ ଡାକ୍ତରଖାନାରେ ବିଶେଷଜ୍ଞ ନ ଥିବା ବିଷୟ ମେଡିକାଲ ଅଫିସର ସାହୁ ସ୍ବୀକାର କରିଛନ୍ତି। ଚଳିତ ମାସ ରୋଗୀ କଲ୍ୟାଣ ସମିତି ବୈଠକରେ ଡାକ୍ତର ଅଭାବ ନେଇ ଉଦ୍‌ବେଗ ସହ ଅସନ୍ତୋଷ ପ୍ରକାଶ ପାଇଥିଲା। ଆବଶ୍ୟକ ଡାକ୍ତର ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀରରେ ହୃଦ୍‌ଘାତରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ

ନୟାଗଡ଼,୨୯।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଆନନ୍ଦପଲ୍ଲୀ ଗାଁର ଯବାନ ଜିତୁ ବେହେରା(୩୧) ଜାନୁଆରୀ ୨୬ରେ କଶ୍ମୀରରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଜିତୁଙ୍କ ମରଶରୀର ବୁଧବାର…

ପିସ୍ତଲ ଗୁଳିଠାରୁ ରଣପୁର ଠେଙ୍ଗାପ୍ରହାର ଶକ୍ତିଶାଳୀ: ବ୍ରିଟିଶ ପାର୍ଲିଆମେଣ୍ଟକୁ ଯାଇଥିଲା ୫୦୦ ଠେଙ୍ଗା

ନୟାଗଡ,୨୬।୧(ଲୋକନାଥ ମିଶ୍ର): ନୟାଗଡ ଜିଲା ସଦର ମହକୁମାସ୍ଥିତ ପିଟିଏସ୍‌ ପଡ଼ିଆରେ ଜିଲାସ୍ତରୀୟ  ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।  ଏଥିରେ ୫୦ଟି ପାରେଡ ଟିମ ଭାଗ ନେଇଥିଲେ।…

ଘର ଆଗରେ ଖେଳୁଥିବା ସମୟରେ ଡାକି ନେଇ ନାବାଳିକାଙ୍କୁ ବଳାତ୍କାର କଲେ ୨ ଯୁବକ, ଖୋଜି ଖୋଜି ପହଞ୍ଚିଗଲେ ମା’

ରଣପୁର, ୨୪ା୧(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଥାନା ଅଞ୍ଚଳରେ ଗୁରୁବାର ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି। ଜଣେ ନାବାଳିକାଙ୍କୁ ୨ଜଣ ଦୁଆରୁ ଡାକି ନେଇ…

ପୂଜାର୍ଚ୍ଚନା ପରେ ନୟାଗଡ଼ରୁ ପୁରୀ ଅଭିମୁଖେ ଗଲା ରଥକାଠ

ନୟାଗଡ଼,୨୦।୧(ଲୋକନାଥ ମିଶ୍ର): ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ  ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରୁ ମଙ୍ଗଳାର ୩ଟି ଟ୍ରକ୍‌ରେ ଅସନ ୪୦,  ଧଉରା ୪୩ ଓ ମତରେ ୮୩…

ମଦ ଜବତ ପାଇଁ ଯାଇଥିବା ବେଳେ ଅବକାରୀ ସ୍କ୍ବାଡଙ୍କୁ ଆକ୍ରମଣ, ମଦ ମାଫିଆଙ୍କ ମାଡ଼ରେ…

ନୟାଗଡ଼,୧୫।୧(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ବୋଦାପଡା ଗାଁରେ ମଦ ଜବତ କରିବା ପାଇଁ ଯାଇଥିବା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍ ଉପରେ ମଦ ମାଫିଆମାନେ ମିଳିତ…

ଜ୍ୱାଇଁଙ୍କୁ ବିଷ ପିଆଇଦେଲେ ଶ୍ୱଶୁରଘର ଲୋକେ, ଭିଡିଓ ଦେଖିଲେ ଆଖିରୁ…

ନୟାଗଡ଼/ରଣପୁର,୨।୧ (ଲୋକନାଥ ମିଶ୍ର /ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଥାନା ଖତିଆ ଗାଁର ବିପିନ ବିହାରୀ ଭୂୟାଁ(୩୦)ଙ୍କୁ ଶ୍ୱଶୁର ଘର ଲୋକେ ବିଷ ପିଆଇ…

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଶ୍ୱାସରୁଦ୍ଧ…

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri